ଚନ୍ନି କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଏପରି ନାଟକ ଶୋଭା ପାଉନି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 6, 2022

ଚନ୍ନି କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଏପରି ନାଟକ ଶୋଭା ପାଉନି’

ଚଣ୍ଡିଗଡ଼: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ ସୃଷ୍ଟି ହୋଇଥିବା ରାଜନୀତିକ ଝଡ଼ ଦିନକୁ ଦିନ ଅଧିକ ତୀବ୍ର ହେବାରେ ଲାଗିଛି। ଏହି ଘଟଣାରେ ବିଜେପି ପକ୍ଷରୁ ପଞ୍ଜାବ ସରକାର ଓ କଂଗ୍ରେସକୁ ଟାର୍ଗେଟ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି।

ଗତକାଲି ଚନ୍ନି କହିଛନ୍ତି, ପ୍ରଧାନମନ୍ତ୍ରୀ ଦେଶର ଜଣେ ସମ୍ମାନନୀୟ ବ୍ୟକ୍ତି। କିନ୍ତୁ ତାଙ୍କ ପରି ନେତାଙ୍କୁ ଏପରି ନାଟକ କରିବା ଶୋଭା ପାଉନି। ପ୍ରଧାନମନ୍ତ୍ରୀ ପଞ୍ଜାବ ଗସ୍ତରେ ଯାଇଥିବା ବେଳେ ତାଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ଥିଲା ବୋଲି ଭାଜପା ପକ୍ଷରୁ କୁହାଯାଉଥିବା ବେଳେ ଏହି ନାଟକର ଉଦ୍ଦେଶ୍ୟ କିନ୍ତୁ ଭିନ୍ନ ଥିଲା। ରାଜ୍ୟରେ ନିର୍ବାଚିତ ସରକାରକୁ ହଟାଇ ରାଷ୍ଟ୍ରପତି ଶାସନ ଲାଗୁ କରାଇବା ଏହି ଷଡ଼ଯନ୍ତ୍ରର ମୂଳ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

ଏକ ସଭାକୁ ସମ୍ବୋଧିତ କରିବା ଅବସରରେ ଚନ୍ନି କହିଛନ୍ତି, ବୁଦ୍ଧିମାନ ପଞ୍ଜାବବାସୀ ଭାଜପାର ବିଭାଜନ ଏଜେଣ୍ଡାକୁ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି। ଏହାର ପ୍ରତିଫଳନ ହେଉଛି ବୁଧବାର ଭାଜପା ତରଫରୁ ଆୟୋଜିତ ରାଲିର ବିଫଳତା।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି କୌଣସି ବିପଦ ନ ଥିଲା। ବରଂ ଫିରୋଜପୁରରେ ଭାଜପା ରାଲିରେ ଲୋକଙ୍କ ସଂଖ୍ୟା କମ୍‌ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟକ୍ରମ ରଦ୍ଦ କରିଦେଲେ। ସଭାରେ ୭୦ ହଜାର ଲୋକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଥିବା ବେଳେ କେବଳ ୭୦୦ ଲୋକ ଉପସ୍ଥିତ ଥିଲେ। ଏହା ମୋଦି ସରକାରଙ୍କ ପ୍ରତି ଲୋକଙ୍କ ମନରେ ଥିବା ଅସନ୍ତୋଷର ପ୍ରତିଫଳନ। ସଭାସ୍ଥଳରେ ଖାଲି ଚେୟାର ପଡ଼ିଥିବା ଖବର ପାଇ ଏହାକୁ ସହ୍ୟ କରି ନ ପାରି ମୋଦି ନିଜ ସୁରକ୍ଷା ପ୍ରତି ବିପଦ ବୋଲି ଡେଙ୍ଗୁରା ପିଟି ରାଜଧାନୀ ଫେରି ଯାଇଥିଲେ। ପ୍ରଧାନମନ୍ତ୍ରୀ ପୂର୍ବରୁ ଜମ୍ମୁରେ ବି ଏପରି ଷଡ଼ଯନ୍ତ୍ର ରଚିଥିବା ଚନ୍ନି କହିଛନ୍ତି।

ଯଦି ବିକ୍ଷୋଭକାରୀ ଏକ କିଲୋମିଟର ଦୂରରେ ଥିଲେ ତେବେ ପ୍ରଧାନମନ୍ତ୍ରୀଙ୍କ ଜୀବନ ପ୍ରତି ବିପଦ କିପରି ହେଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି, ଯେଉଁଠି ମୋଦିଙ୍କ କାର୍‌କେଡ ଅଟକିଥିଲା, ସେଠାରେ ଗୋଟିଏ ବି ସ୍ଲୋଗାନ ଶୁଣିବାକୁ ମିଳି ନ ଥିଲା। ତା’ ହେଲେ ଜୀବନ ପ୍ରତି ବିପଦ ଥିଲା ବୋଲି ସେ କିପରି ଡେଙ୍ଗୁରା ପିଟୁଛନ୍ତି।

ଏଥିସହ ଚନ୍ନି କହିଛନ୍ତି, ପଞ୍ଜାବୀ ଦେଶରେ ଏକତା, ଅଖଣ୍ଡତା ବଜାୟ ରଖିବାକୁ ନିଜ ପ୍ରାଣବଳୀ ଦେବାକୁ କେବେ ପଛାଇ ନାହାନ୍ତି। ତା’ ହେଲେ ଏବେ କିପରି ସେମାନେ ପ୍ରଧାନମନ୍ତ୍ରୀଙ୍କ ଜୀବନ ତଥା ସୁରକ୍ଷା ପ୍ରତି କିପରି ବିପଦ ସୃଷ୍ଟି  କରିବେ।

ସୂଚନାଯୋଗ୍ୟ, ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। କିନ୍ତୁ ରାସ୍ତାରେ ରାଲି ହେଉଥିବାରୁ ମୋଦିଙ୍କ କାରକେଡ ଗୋଟିଏ ଫ୍ଲାଏଓଭର୍‌ରେ ଅଟକି ଯାଇଥିଲା।  ମୋଦିଙ୍କ ଗାଡ଼ି ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍‌ ଅଟକି ରହିଥିଲା। ଶେଷରେ ମୋଦିଙ୍କ ଗାଡ଼ି ଫ୍ଲାଏଓଭର୍‌ରୁ ପଛକୁ ଫେରି ଭଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲା। ସେଠାରୁ ମୋଦି ଦିଲ୍ଲୀ ଫେରି ଯାଇଥିଲେ। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଲାଗି ରହିଛି ବାକ୍‌ଯୁଦ୍ଧ।

ଏପରିକି ଏହି ଘଟଣାକୁ ନେଇ ଗତକାଲି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଭେଟିଥିବା ବେଳେ ଆଜି ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହେବାର ଅଛି।

The post ଚନ୍ନି କହିଲେ, ‘ପ୍ରଧାନମନ୍ତ୍ରୀଙ୍କୁ ଏପରି ନାଟକ ଶୋଭା ପାଉନି’ appeared first on Odisha Reporter.



from Odisha Reporter https://ift.tt/3zMIQwx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages