ଇସ୍ତଫା ଦେଲେ ଇଡି ଜଏଣ୍ଟ ଡାଇରେକ୍ଟର, ରାଜନୀତିକୁ ମନ ବଳାଇଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 31, 2022

ଇସ୍ତଫା ଦେଲେ ଇଡି ଜଏଣ୍ଟ ଡାଇରେକ୍ଟର, ରାଜନୀତିକୁ ମନ ବଳାଇଲେ

ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ପାଖେଇ ଆସୁଛି ବିଧାନସଭା ନିର୍ବାଚନ ଏହା ପୂର୍ବରୁ ସରଗରମ ହେଲାଣି ରାଜନୀତି। କେଉଁଠି ନେତାମାନେ ଦଳ ଡିଆଁରେ ବ୍ୟସ୍ତ ତ ଅଫିସରମାନେ ବି ପଛରେ ନାହାନ୍ତି। ଚାକିରି ଛାଡ଼ି ରାଜନୀତିରେ ସାମିଲ ହେବାକୁ ମନ ବଳାଉଛନ୍ତି ବରିଷ୍ଠ ଅଧିକାରୀ। କିଛି ଦିନ ପୂର୍ବେ କାନପୁର ପୁଲିସ୍‌ କମିଶନର ଅସୀମ ଅରୁଣ ଚାକିରି ଛାଡ଼ି ଭାଜପାରେ ସାମିଲ ହୋଇଥିବା ବେଳେ ଏବେ ଇସ୍ତଫା ଦେଇଛନ୍ତି ଇଡି ଜଏଣ୍ଟ ଡାଇରେକ୍ଟର ରାଜେଶ୍ୱର ସିଂ ।

ରାଜେଶ୍ୱର ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବେଳେ ତାଙ୍କ ଇସ୍ତଫା ମଞ୍ଜୁର ହୋଇ ଯାଇଥିବା ଜଣାଯାଇଛି। ଖୁବ୍‌ ଶୀଘ୍ର ସେ ଭାଜପାରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି।  ୟୁପି ବିଧାନସଭା ନିର୍ବାଚନରେ ତାଙ୍କୁ ସୁଲତାନପୁର ଆସନରୁ ଭାଜପା ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଯିବ ବୋଲି ଆକଳନ କରାଯାଉଛି।

ଇସ୍ତଫା ମଞ୍ଜୁର ହେବା ପରେ ରାଜେଶ୍ୱର ଏକ ସାର୍ବଜନୀନ ପତ୍ର ଜାରି କରି ଭାଜପା ପ୍ରତି ନିଜ ଆନ୍ତରିକତା ପ୍ରକାଶ କରିଛନ୍ତି। ଉକ୍ତ ଚିଠିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ସାହ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ଭାରତକୁ ଶକ୍ତିଶାଳୀ ତଥା ବିଶ୍ୱ ଗୁରୁ ଭାବେ ପ୍ରତିଷ୍ଠିତ କରିବାରେ ଏହି ନେତାମାନଙ୍କର ବଡ଼ ଭୂମିକା ଥିବା କହିଛନ୍ତି।

ରାଜବୀର ୧୦ ବର୍ଷ ପର୍ଯ୍ୟପ୍ତ ଉତ୍ତର ପ୍ରଦେଶ ପୁଲିସ୍‌ ଓ ୧୩ ବର୍ଷ ପର୍ଯ୍ୟନ୍ତ ଇଡିରେ କାର୍ଯ୍ୟରତ ଥିଲେ। ଇଡିରେ କାର୍ଯ୍ୟରତ ଥିବା ସମୟରେ ସେ ୨-ଜି ସ୍ପେକ୍ଟ୍ରମ ଘୋଟାଲା, ଅଗସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର ଡିଲ, ଏୟାରସେଲ ମ୍ୟାକ୍ସିସ୍‌ ଘୋଟାଲା, ଆମ୍ରପାଲି ଘୋଟାଲା, ଗୋମତି ରିଭରଫ୍ରଣ୍ଟ ଘୋଟାଲା ପରି ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ତଦନ୍ତ କରିଥିଲେ। ଏହାବାଦ ଲକ୍ଷ୍ନୌରେ ଡେପୁଟି ଏସ୍‌ପି ଭାବେ କାର୍ଯ୍ୟରତ ଥିବା ସମୟରେ ତାଙ୍କୁ ଏନକାଉଣ୍ଟର ସ୍ପେଶାଲିଷ୍ଟ ବୋଲି କୁହାଯାଉଥିଲା। ଏହାପରେ ୨୦୦୯ ମସିହାରୁ ସେ ଇଡିରେ ଯୋଗ ଦେଇଥିଲେ । ଇଡିରେ ଯୋଗ ଦେବାର  ଦୀର୍ଘ ବର୍ଷ ପରେ ଇସ୍ତଫା ଦେଇଥିବାରୁ ଏହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

The post ଇସ୍ତଫା ଦେଲେ ଇଡି ଜଏଣ୍ଟ ଡାଇରେକ୍ଟର, ରାଜନୀତିକୁ ମନ ବଳାଇଲେ appeared first on Odisha Reporter.



from Odisha Reporter https://ift.tt/S4M7wiGJZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages