ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି। କ୍ୟାପଟେନ୍ ଭାବେ ରୋହିତ ଶର୍ମା ଉଭୟ ସିରିଜ୍ ପାଇଁ ଦଳକୁ କମବ୍ୟାକ୍ କରିଛନ୍ତି। ସେହିପରି ବିରାଟ କୋହଲି ଦୁଇଟି ଯାକ ସିରିଜ୍ ପାଇଁ ଉପଲବ୍ଧ ହେବେ। ଭୁବନେଶ୍ୱର କୁମାର ଦିନିକିଆ ସିରିଜରୁ ବାଦ୍ ପଡ଼ିଥିବା ବେଳେ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦିଆଯାଇଛି।
ବୁମ୍ରାଙ୍କ ସହ ମହମ୍ମଦ ଶାମିଙ୍କୁ ମଧ୍ୟ ଦିନିକିଆ ଓ ଟି-୨୦ ସିରିଜରୁ ବିଶ୍ରାମ ଦିଆଯାଇଛି। ଅନ୍ୟପକ୍ଷରେ ଲୋକେଶ ରାହୁଲ ଦ୍ୱିତୀୟ ଦିନିକିଆ ପରେ ଟିମ୍ ସହ ଯୋଗ ଦେବେ। ରବୀନ୍ଦ୍ର ଜାଡେଜା ଆହତରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ସେ ବର୍ତ୍ତମାନ ରିକଭରୀର ଫାଇନାଲ୍ ଷ୍ଟେଜରେ ଅଛନ୍ତି। ଏଥିପାଇଁ ତାଙ୍କୁ ଉଭୟ ସିରିଜ୍ ପାଇଁ ଚୟନ କରାଯାଇନାହିଁ। ଅକ୍ଷର ପଟେଲଙ୍କୁ କେବଳ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇଛି।
କୁଲଦୀପ ଯାଦବ ପୁଣିଥରେ ଟିମକୁ ଫେରିଛନ୍ତି। ତାଙ୍କୁ ଦିନିକିଆ ସ୍କ୍ୱାଡରେ ସାମିଲ୍ କରାଯାଇଛି। ସେହିପରି ଯୁବ ସ୍ପିନର ରବି ବିଷ୍ଣୋଇଙ୍କୁ ପ୍ରଥମଥର ଦଳରେ ଚୟନ କରାଯାଇଛି। ସେ ଉଭୟ ଫର୍ମାଟ୍ ପାଇଁ ସିଲେକ୍ଟ ହୋଇଛନ୍ତି। ସବୁଠାରୁ ବଡ଼ ସରପ୍ରାଇଭ୍ ଭାବେ ଦୀପକ ହୁଡାଙ୍କୁ ଦିନିକିଆ ଟିମରେ ସାମିଲ୍ କରାଯାଇଛି।
ବାମ ଗୋଡ଼ର ମାଂସପେଶୀରେ ଯନ୍ତ୍ରଣା କାରଣରୁ ରୋହିତ୍ ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ୍ ପଡ଼ିଥିଲେ। ରୋହିତ୍ ମୁମ୍ବାଇରେ ତାଙ୍କର ଟ୍ରେନିଂ ପରେ ଫିଟନେସ୍ ଟେଷ୍ଟ ପାଇଁ ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ ଯାଇଥିଲେ।
T20I squad: Rohit Sharma(Capt),KL Rahul (vc),Ishan Kishan,Virat Kohli,Shreyas Iyer,Surya Kumar Yadav, Rishabh Pant (wk),Venkatesh Iyer,Deepak Chahar, Shardul Thakur, Ravi Bishnoi,Axar Patel, Yuzvendra Chahal, Washington Sundar, Mohd. Siraj, Bhuvneshwar, Avesh Khan, Harshal Patel
— BCCI (@BCCI) January 26, 2022
ODI squad: Rohit Sharma (Capt), KL Rahul (vc), Ruturaj Gaikwad, Shikhar, Virat Kohli, Surya Kumar Yadav, Shreyas Iyer, Deepak Hooda, Rishabh Pant (wk), D Chahar, Shardul Thakur, Y Chahal, Kuldeep Yadav, Washington Sundar, Ravi Bishnoi, Mohd. Siraj, Prasidh Krishna, Avesh Khan
— BCCI (@BCCI) January 26, 2022
ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅହମଦାବାଦ ଏବଂଦ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୋଲକାତାରେ ଅନୁଷ୍ଠିତ ହେବ। ଦିନିକିଆ ସିରିଜ୍ ଫେବୃଆରୀ ୬ରୁ ୧୧ ଏବଂ ଟି-୨୦ ସିରିଜ ଫେବୃଆରୀ ୧୬ରୁ ୨-୦ ଯାଏ ଖେଳାଯିବ।
ଦିନିକିଆ ସ୍କ୍ୱାଡ୍: ରୋହିତ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍), ଋତୁରାଜ ଗାଏକ୍ୱାଡ୍, ଶିଖର ଧୱନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍, ଦୀପକ ହୁଡା, ଋଷଭ ପନ୍ତ (ୱିକେଟ୍ କିପର), ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା, ଆଭେଶ ଖାନ୍ ।
ଦିନିକିଆ ସ୍କ୍ୱାଡ୍: ରୋହିତ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ (ଭାଇସ କ୍ୟାପଟେନ୍), ଈଶାନ କିଶନ, ବିରାଟ୍ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଦୀପକ ଚହର୍, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, ୟୁଜବେନ୍ଦ୍ର ଚହଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଆଭେଶ ଖାନ୍, ହର୍ଷଲ ପଟେଲ ।
The post ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷିତ, ଫେରିଲେ ରୋହିତ୍ appeared first on Odisha Reporter.
from Odisha Reporter https://ift.tt/3AxqMa1
No comments:
Post a Comment