ପାଣି ଟାଙ୍କିରେ ଲୁଚାଇ ରଖିଥିଲେ ୮ କୋଟି, ମାଡ଼ି ବସିଲା ଆଇଟି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 8, 2022

ପାଣି ଟାଙ୍କିରେ ଲୁଚାଇ ରଖିଥିଲେ ୮ କୋଟି, ମାଡ଼ି ବସିଲା ଆଇଟି

ଭୋପାଲ: ପାଣି ଟାଙ୍କି ଭିତରୁ ମିଳିଳା ପୁଳା ପୁଳା ଟଙ୍କା। ପାଖାପାଖି ନଗଦ ୮ କୋଟି ଟଙ୍କା ଲୁଚାଇ ରଖିଥିଲେ କୁବେର ମଦ ବ୍ୟବସାୟୀ। ମଧ୍ୟପ୍ରଦେଶ ଦାମୋହରେ ଘଟିଛି ଏଭଳି କିଛି ଘଟଣା।

ଏଠାକାର ଜଣେ ମଦ ବ୍ୟବସାୟୀ ଶଙ୍କର ରାୟ ଓ ତାଙ୍କ ପରିବାରର ଠିକଣା ଉପରେ ଗୁରୁବାର ଆୟକର ବିଭାଗ ରେଡ୍‌ କରିଥିଲା। ମଦ ବ୍ୟବସାୟୀ ଓ ତାଙ୍କ ପରିବାରର ୧୦ରୁ ଅଧିକ ଠିକଣା ଉପରେ ଦୀର୍ଘ ୩୯ ଘଣ୍ଟା ଧରି ରେଡ୍‌ ଜାରି ରଖିଥିଲା ଆୟକର ବିଭାଗ। ଏହି ଚଢ଼ାଉ ବେଳେ ଘରର ପାଣି ଟାଙ୍କି ଭିତରୁ ନଗଦ ୮ କୋଟି ଟଙ୍କା ଜବତ ହୋଇଛି। ଏଥିସହ ପ୍ରାୟ ତିନି କିଲୋଗ୍ରାମ ସୁନା ଜବତ କରିଛି ଆଇଟି ବିଭାଗ।

ସୂଚନା ମୁତାବକ ମଦ ବ୍ୟବସାୟୀ ଜଣକ ଇନ୍‌କମ୍‌ ଟ୍ୟାକ୍ସର ରେଡ୍‌ରୁ ବଞ୍ଚିବା ପାଇଁ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ପାଣି ଟାଙ୍କି ଭିତରେ ଲୁଚାଇ ଥିଲେ। କିନ୍ତୁ ଆୟକର ବିଭାଗ ଟିମ୍‌ ସନ୍ଦେହ କରି ପାଣି ଟାଙ୍କିକୁ ଯାଂଚ କରିବା ବେଳେ ସେଥିରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ମିଳିଥିଲା। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଉଲ୍ଲେଖ ଯୋଗ୍ୟ ଯେ, ଉକ୍ତ ମଦ ବ୍ୟବସାୟୀ ଶଙ୍କର ରୟ ଜଣେ କଂଗ୍ରେସ ନେତା ତଥା ପୂର୍ବତନ ପୌରପାଳିକା ଅଧ୍ୟକ୍ଷ। ତାଙ୍କ ଭାଇ କମଲ ରାୟ ବିଜେପି ନେତାଙ୍କ ସହ ପୌରପାଳିକାର ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ଏହି ପରିବାରର ସଦସ୍ୟମାନେ ମଦ ବ୍ୟବସାୟ ସମେତ ଟ୍ରାନ୍ସପୋର୍ଟ, ହୋଟେଲ, ବିୟର୍‌ ବାର୍‌, ପେଟ୍ରୋଲ ପମ୍ପ ଆଦି ବ୍ୟବସାୟ ମଧ୍ୟ କରନ୍ତି।

ଚଢ଼ାଉର ନେତୃତ୍ୱ ନେଇଥିବା  ଯୁଗ୍ମ କମିଶନର କହିଛନ୍ତି ଯେ ଶାରୀରିକ ଭାବେ ରେଡ୍‌ ଶେଷ ହୋଇଛି, କିନ୍ତୁ ପରିବାରରୁ ଜବତ ହୋଇଥିବା ଦଲିଲଗୁଡ଼ିକ ଭୋପାଳରେ ଯାଞ୍ଚ କରାଯିବ। ଦାମୋହର ତଦନ୍ତ ଶେଷ ହେବା ପରେ ବିଭାଗ ଜବତ ହୋଇଥିବା କାଗଜପତ୍ର ଏବଂ ବେନାମି ସମ୍ପତ୍ତିର ଯାଂଚ କରିବ। ତଦନ୍ତ ପରେ ହିଁ  ଚୂଡ଼ାନ୍ତ ଆକଳନ ବାହାରକୁ ଆସିବ ବୋଲି ସେ କହିଛନ୍ତି।

The post ପାଣି ଟାଙ୍କିରେ ଲୁଚାଇ ରଖିଥିଲେ ୮ କୋଟି, ମାଡ଼ି ବସିଲା ଆଇଟି appeared first on Odisha Reporter.



from Odisha Reporter https://ift.tt/3naIJpf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages