ଆଜି ମକର ସଂକ୍ରାନ୍ତି, ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 13, 2022

ଆଜି ମକର ସଂକ୍ରାନ୍ତି, ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପବିତ୍ର ମକର ସଂକ୍ରାନ୍ତି । କରୋନା କଟକଣା ପାଇଁ କିନ୍ତୁ ଏଥର ମକରରେ ମାନ୍ଦା ପଡ଼ିବ ମଉଜ ।  ନା ସାର୍ବଜନୀନ ଭାବେ ପର୍ବ ପାଳନ କରିହେବ, ନା ମକର ବୁଡ଼ ପକାଇ ହେବ ।

କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ରାଜ୍ୟରେ ଉତ୍ସବ, ପର୍ବପର୍ବାଣୀ ପାଳନ ଉପରେ କଟକଣା ଜାରି କରିଛନ୍ତି ଏସ୍ଆରସି। ଏଥିରେ ମେଳାକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ମକର ପାଳନ ଉପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକଙ୍କ ପାଇଁ ଗଞ୍ଜାମ ଜିଲ୍ଲାର ସମୁଦ୍ର ବେଳାଭୂମି ବନ୍ଦ ରଖାଯାଇଛି  ।

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଗୋପାଳପୁର  ଓ ଅନ୍ୟ ବେଳାଭୂମି ବନ୍ଦ ରହିବ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।  ମକର ସଂକ୍ରାନ୍ତି ଅବସରରେ ଚିଲିକାର ମା’ କାଳୀଜାଇଙ୍କ ପୀଠରେ ପ୍ରବଳ ଜନଗହଳି ହୋଇଥାଏ । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ୧୪୪ ଧାରା ଜରି କରାଯାଇଥିବେଳେ , କେବଳ ମନ୍ଦିରରେ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ମନ୍ଦିର ପରିସରରେ ସାଧାରଣ ଦର୍ଶନ ବାରଣ କରାଯିବା ସହିତ ୧୪୪ ଧାରା ଜାରି କରାଯାଇଛି । କେବଳ ଧାର୍ମିକ ଅନୁଷ୍ଠାନରେ ସର୍ବନିମ୍ନ ପୂଜକ, ସେବକଙ୍କୁ ନେଇ ନୀତିକାନ୍ତି ଆୟୋଜନ ପାଇଁ ଅନୁମତି ମିଳିଛି । ଲୋକମାନଙ୍କୁ ଘରେ ରହି ପୂଜା କିମ୍ବ ଅନ୍ୟାନ୍ୟ ଧାର୍ମିକ ରୀତିନୀତି କରିବାକୁ ପରାମର୍ଶ ଦିଆଯାଇଛି ।

The post ଆଜି ମକର ସଂକ୍ରାନ୍ତି, ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3FsLHvJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages