ପୁଲିସ୍‌ ମାଡ଼ରେ ୧୭ ବର୍ଷୀୟ ବାଳକର ମୃତ୍ୟୁ! ମୋବାଇଲ ଚୋରି ଘଟଣାରେ ଥାନାକୁ ଯାଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 23, 2022

ପୁଲିସ୍‌ ମାଡ଼ରେ ୧୭ ବର୍ଷୀୟ ବାଳକର ମୃତ୍ୟୁ! ମୋବାଇଲ ଚୋରି ଘଟଣାରେ ଥାନାକୁ ଯାଇଥିଲା

ଲକ୍ଷ୍ନୌ: ପୁଣିଥରେ ଉତ୍ତର ପ୍ରଦେଶ ପୁଲିସ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ପୁଲିସ୍‌ର ବର୍ବରତା ଯୋଗୁ ଜଣେ ୧୭ ବର୍ଷୀୟ ବାଳକର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକ କହିଛନ୍ତି। ଏହି ନାବାଳକ ଜଣକ ତାଙ୍କର ଜଣେ ସମ୍ପର୍କୀୟଙ୍କ ମୋବାଇଲ ଫୋନ ଚୋରି କରିଥିଲେ।

ଏହାପରେ ପୁଲିସ୍‌ ତାଙ୍କୁ ଥାନାକୁ ନେଇଥିଲେ। ସେଠାରୁ ଫେରିବାର ୪ ଦିନ ପରେ ନାବାଳକ ଜଣକ ରବିବାର ପ୍ରାଣ ହରାଇଛି। ପୁଲିସ୍‌ ଥାନାରେ ତାକୁ ପ୍ରବଳ ମାଡ଼ ମାରିଥିବାରୁ ଏପରି ଘଟିଥିବା କୁହାଯାଉଛି।

ଏହି ଘଟଣାରେ ଜଣେ ସବ ଇନସପେକ୍ଟର ଓ ୨ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଛି। ଏଥିସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଲଖିମପୁର ଅନ୍ତର୍ଗତ ସଂପୂର୍ଣ୍ଣା ନଗରରେ ଏହି ଘଟଣା ଘଟିଛି। ଏହାକୁ ନେଇ ପୂରା ରାଜ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଲଖିମପୁର ପୁଲିସ୍‌ ମୁଖ୍ୟ ମାଡ଼ ମରା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ମୋବାଇଲ ଚୋରି ଅଭିଯୋଗରେ ନାବାଳକକୁ ଥାନାକୁ ଅଣା ଯାଇଥିଲା। ପରିବାର ଲୋକଙ୍କ ଉପସ୍ଥିତିରେ ହିଁ ତାକୁ ପଚରାଉଚରା କରାଯାଇଥିଲା ଓ ପରେ ଛାଡ଼ି ଦିଆଯାଇଥିଲା। ପ୍ରଥମେ ସମ୍ପର୍କୀୟମାନେ ପିଲାଟିକୁ ତା’ ମାମୁ ମାଡ଼ ମାରିଥିବା କହିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ସେମାନେ ନିଜର ବୟାନ ବଦଳାଇଛନ୍ତି।

ପୁଲିସ୍‌ ମୁଖ୍ୟ ସଞ୍ଜୀବ ସୁମନ କହିଛନ୍ତି, “ମୃତକର ମାମୁ ଜାନୁଆରୀ ୧୭ରେ ମୋବାଇଲ ଚୋରିର ଅଭିଯୋଗ ଆଣିଥିଲେ। ଏହି ମୋବାଇଲଟିକୁ ତାଙ୍କ ଭଣଜା(ମୃତ ନାବାଳକ) ଚୋରି କରିଥିବା ସେ କହିଥିଲେ। ଏହାପରେ ୧୯ ତାରିଖରେ ନାବାଳକର ପରିବାର ସଦସ୍ୟ ଓ ଗାଁ ମୁଖିଆଙ୍କୁ ଥାନାକୁ ଡକାଯାଇଥିଲା।

ନାବାଳକ ଜଣକ ମଧ୍ୟ ଥାନାକୁ ଆସିଥିଲା। ସମସ୍ତଙ୍କ ସମ୍ମୁଖରେ ହିଁ ତାଙ୍କୁ ଜେରା କରାଯାଇଥିଲା। ଉଭୟ ପକ୍ଷ ପରସ୍ପର ସହ ବୁଝାମଣା କରିଥିଲେ। ଥାନାରେ ହିଁ ନାବାଳକର ପରିବାର ଲୋକ ଓ ତା’ ମାମୁ ଗୋଟିଏ ଚୁକ୍ତି କରିଥିଲେ। ଦିନ ପ୍ରାୟ ୩ଟାରେ ସେମାନେ ସମସ୍ତେ ଘରକୁ ଯାଇଥିଲେ।

ତେବେ ଏହାର ପରଦିନ ନାବାଳକର ମା’ ୫/୬ ଜଣଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ। ୨୦ ତାରିଖରେ ମାମୁ ଓ ତାଙ୍କର କିଛି ସହଯୋଗୀ ନାବାଳକକୁ ମାଡ଼ ମାରିଥିବା ଅଭିଯୋଗ କରିଥିଲେ। ଏପରି କି ସେହି ଦିନ ରାତିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରବିବାର ତା’ର ମୃତ୍ୟୁ ଘଟିଛି।

ନାବାଳକର ମୃତ୍ୟୁ ପରେ ପରିବାର ଲୋକ ପୁଲିସ୍‌ ମାଡ଼ରେ ତା’ର ଜୀବନ ଯାଇଥିବା ଅଭିଯୋଗ ଆଣିଛନ୍ତି। ଆମେ ଏବେ ଘଟଣାର ତଦନ୍ତ କରୁଛି।”

ନାବାଳକର ଭଉଣୀ କହିଛନ୍ତି, ‘ମୋ ମା’କୁ ପୁଲିସ୍ ଥାନା ବାହାରେ ଛିଡ଼ା କରାଇଥିଲା। ଏହାପରେ ବେଲ୍ଟରେ ଅତ୍ୟନ୍ତ ନିର୍ମମ ଭାବେ ମୋ ଭାଇକୁ ଥାନା ଭିତରେ ମାଡ଼ ମରାଯାଇଥିଲା। ସେଠାରୁ ଫେରିବା ପରେ ମୋ ଭାଇ ମୋତେ ସବୁ କଥା କହିଛି। ସେ ପୁଲିସ୍ ବାବୁମାନଙ୍କ ଗୋଡ଼ ତଳେ ପଡ଼ି ନେହୁରା ହେଉଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ।”

The post ପୁଲିସ୍‌ ମାଡ଼ରେ ୧୭ ବର୍ଷୀୟ ବାଳକର ମୃତ୍ୟୁ! ମୋବାଇଲ ଚୋରି ଘଟଣାରେ ଥାନାକୁ ଯାଇଥିଲା appeared first on Odisha Reporter.



from Odisha Reporter https://ift.tt/3tQ0VIP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages