ସିଦ୍ଧୁଙ୍କ ଅମାନିଆ ତୁଣ୍ଡ: ମୁଖ୍ୟମନ୍ତ୍ରୀ କିଏ ହେବେ ହାଇକମାଣ୍ଡ ବାଛିବେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 11, 2022

ସିଦ୍ଧୁଙ୍କ ଅମାନିଆ ତୁଣ୍ଡ: ମୁଖ୍ୟମନ୍ତ୍ରୀ କିଏ ହେବେ ହାଇକମାଣ୍ଡ ବାଛିବେନି

ନୂଆଦିଲ୍ଲୀ: ସିଦ୍ଧୁଙ୍କ ମୁହଁରେ କିଏ ଲଗାଇବ ତୁଣ୍ଡି। ହାଇକମାଣ୍ଡଙ୍କ ତାଗିଦ୍‌ ସତ୍ତ୍ୱେ ତାଙ୍କ ତୁଣ୍ଡ ଥୟ ଧରୁନି।  ପଞ୍ଜାବ କଂଗ୍ରେସର ମୁଖ୍ୟ ନବଜୋତ ସିଂ ସିଦ୍ଧୁ ଏବେ ହାଇକମାଣ୍ଡଙ୍କୁ ଚ୍ୟାଲେଞ୍ଜ କଲା ଭଳି ବୟାନ ଦେଇନ୍ତି । ସିଦ୍ଧୁ କହିଛନ୍ତି ଯେ, ପଞ୍ଜାବରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାହା ପଞ୍ଜାବ ଜନତା ନିର୍ଣ୍ଣୟ ନେବେ। ହାଇକମାଣ୍ଡ ନୁହେଁ। ସିଦ୍ଧୁଙ୍କର ଏହି ବୟାନ କଂଗ୍ରେସ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି।  ସିଦ୍ଧୁ କହିଛନ୍ତି ଯେ,  ପଞ୍ଜବାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ତାହା ପଞ୍ଜାବର ଜନସାଧାରଣ ନିର୍ଦ୍ଧାରଣ କରିବେ।

କଂଗ୍ରେସର ହାଇକମାଣ୍ଡ ନୁହେଁ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସିଦ୍ଧୁ। ଏମିତିକି ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ଦେଇ ସିଦ୍ଧୁ କହିଛନ୍ତି ଯେ, ଆପଣମାନଙ୍କୁ କିଏ କହିଲା ହାଇକମାଣ୍ଡ ହିଁ ମୁଖ୍ୟମନ୍ତ୍ରୀ ବାଛିବେ।  ସେ କହିଛନ୍ତି ଯେ, ପଞ୍ଜାବା କାହାର ପୈତୃକ ସମ୍ପତ୍ତି ନୁହଁ। ମୁଁ ପଞ୍ଜାବରୁ ହିଁ ଲଢ଼ିବି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ପଞ୍ଜାବର ଲୋକେ ଭ୍ରମରେ ରହିବା ଉଚିତ ନୁହଁ। କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯେ, ହାଇକମାଣ୍ଡ ଚୟନ କରିବେ ତାହା ଏକ ଅପପ୍ରଚାର। ତାକୁ ଲୋକେ ବିଶ୍ୱାସ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ବିଧାୟକ ଭଳି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲୋକେ ବାଛିବେ ବୋଲି ସେ କହିଛନ୍ତି।

ପଞ୍ଜାବ ମଡେଲକୁ ନେଇ ସିଦ୍ଧୁ ଏହି ସାମ୍ବାଦିକ ସମ୍ମିଳନୀ କରିଥିବା ବେଳେ ଏହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ଉପସ୍ଥିତି ଦେଖିବାକୁ ମିଳିନଥିଲା। ପୂର୍ବରୁ କଂଗ୍ରେସର ସଭାପତି ପ୍ରସଙ୍ଗକୁ ନେଇ ସୋନିଆ ଗାନ୍ଧି ସ୍ପଷ୍ଟୀକରଣ ରଖିଥିଲେ। ସେ କହିଥିଲେ ଯେ, ମୁ ହିଁ କଂଗ୍ରେସର ପୂର୍ଣ୍ଣକାଳୀନ ସଭାପତି। ଏହି ପ୍ରସଙ୍ଗରେ ଆପଣମାନେ ମିଡିଆ ମାଧ୍ୟମରେ ମୋ ସହିତ ଆଲୋଚନା କରିବା ଅନାବଶ୍ୟକ। ଯାହା କହିବାର ଅଛି ସିଧାସଳଖ ସ୍ପଷ୍ଟ ଭାବେ କହିପାରିବେ ବୋଲି ରୋକ୍‌ଠୋକ ଶୁଣାଇ ଥିଲେ। ଏଥିସହ ଗଣମାଧ୍ୟମରେ ଏଣୁ ତେଣୁ ମନ୍ତବ୍ୟ ନଦେବା ପାଇଁ ସେ  ପରୋକ୍ଷରେ ତାଗିଦ କରିଥିଲେ। ଏହା ପରେ ମଧ୍ୟ ସିଦ୍ଧୁଙ୍କର ଏହି ଅମାନିଆ ବୟାନ ଶୀର୍ଷ ନେତୃତ୍ୱ ପ୍ରତି  ଭୟ ନଥିବା ଚର୍ଚ୍ଚା ହେଉଛି।

The post ସିଦ୍ଧୁଙ୍କ ଅମାନିଆ ତୁଣ୍ଡ: ମୁଖ୍ୟମନ୍ତ୍ରୀ କିଏ ହେବେ ହାଇକମାଣ୍ଡ ବାଛିବେନି appeared first on Odisha Reporter.



from Odisha Reporter https://ift.tt/3JZLofg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages