ଢିଙ୍କିଆ ସତ ବଖାଣିଲେ ହତଭାଗା ବାପା, କହିଲେ- ମୋ’ ୧୬ ବର୍ଷ ଝିଅର ହାତଗୋଡ଼ ଭାଙ୍ଗି ଦେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 18, 2022

ଢିଙ୍କିଆ ସତ ବଖାଣିଲେ ହତଭାଗା ବାପା, କହିଲେ- ମୋ’ ୧୬ ବର୍ଷ ଝିଅର ହାତଗୋଡ଼ ଭାଙ୍ଗି ଦେଲା ପୁଲିସ୍‌

ପାରାଦୀପ(ରମାକାନ୍ତ ନାୟକ):“ ମୋର ୧୬ ବର୍ଷର ଝିଅକୁ ବାଡ଼େଇ ବାଡ଼େଇ ପୁଲିସ୍‌ ତା’ ହାତଗୋଡ଼ ଭାଙ୍ଗି ଦେଇଛି।  ମୋ ହାତରେ ଟଙ୍କାଟେ ନାହିଁ। ଝିଅକୁ ମେଡିକାଲ ନେଇପାରୁନି।  କାମଧନ୍ଦା ବନ୍ଦ ହୋଇଯାଇଛି । ଝିଅଟି ଛଟପଟ ହେଉଛି। ମୁଁ ଖାଲି ଦେଖିବା ଛଡ଼ା କିଛି କରିପାରୁନି ।” ଏପରି କହି ଆଖିରୁ ଅନବରତ ଲୁହ ଗଡ଼ାଉଛନ୍ତି  ହତଭାଗା ବାପା ବାବୁ ସାମଲ । ବାବୁ ସାମଲଙ୍କ ଘର ଜଗତସିଂହପୁର ଜିଲ୍ଲା ଢିଙ୍କିଆ ଗ୍ରାମରେ ହୋଇଥିବା ବେଳେ ପାନବରଜ ଭଙ୍ଗା ବେଳେ ପୁଲିସ୍‌ ଆକ୍ରମଣର ଶିକାର ହୋଇଛନ୍ତି ତାଙ୍କ ୧୬ ବର୍ଷୀୟା ଝିଅ।

ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ JSW ପ୍ରକଳ୍ପ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ସହମତି ଦେବା ପରେ ଗତ ଶୁକ୍ରବାରଠାରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି ପୁଲିସ୍‌ । ମାତ୍ର ପ୍ରଶାସନର ଏପରି ନିଷ୍ପତ୍ତିକୁ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପୁଲିସ୍‌ ଆକ୍ରମଣର ଶିକାର ହୋଇଛନ୍ତି। ହେଲେ ଢିଙ୍କିଆରେ ପରିସ୍ଥିତି ସ୍ୱାଭାବିକ ଥିବା ଜଗତସିଂହପୁର ଏସ୍‌ପି କହୁଥିବା ବେଳେ ପ୍ରକୃତ ଚିତ୍ର କିନ୍ତୁ କିଛି ଭିନ୍ନ କଥା ବଖାଣୁଛି।

ଗତ ଶୁକ୍ରରବାର ଢିଙ୍କିଆରେ ଲାଠିମାଡ ବେଳେ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ପୁଲିସ  ଡେଇ ତୁଡେଇ ପିଟିଥିଲା। ସେମାନଙ୍କ ମଧ୍ୟରେ ବାବୁ ସାମଲଙ୍କ ୧୬ ବର୍ଷର ଝିଅ ବି ରହିଛି।  ଲାଠିଚାର୍ଜ ଘଟଣାକୁ ୪ ଦିନ ବିତିଲାଣି। ଝିଅର ଯନ୍ତ୍ରଣା ବଢ଼ି ଚାଲିଥିବା ବେଳେ କିଛି କରିପାରୁ ନାହାନ୍ତି ବାବୁ ସାମଲ। ନା ତାକୁ ଡାକ୍ତର ପାଖକୁ ନେଇପାରୁଛନ୍ତି ନା ମେଡିସିନ ଆଣିପାରୁଛନ୍ତି। ପାଖରେ ଟଙ୍କାଟିଏ ବି ନାହିଁ। ତେଣୁ  ସମସ୍ତଙ୍କୁ ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ।

କେବଳ ବାବୁ ସାମଲ ନୁହନ୍ତି,  ବାବୁଙ୍କ ପରି ଗ୍ରାମର ବହୁ ଲୋକଙ୍କ ଦୁର୍ଦ୍ଦଶା ବଢି ବଢି ଚାଲିଛି। ଗ୍ରାମରେ ପୁଲିସ୍‌ ପଇନ୍ତରା ମାରୁଥିବା ବେଳେ ଭାତ ହାଣ୍ଡି ଉଜୁଡ଼ି ଯିବାରୁ ଭାଗ୍ୟକୁ ଆଦରି ଭଗବାନ ଭରସାରେ ଅଛନ୍ତି ଗ୍ରାମବାସୀ।

JSW ବିରୋଧୀ ଆନ୍ଦୋଳନର ଅନ୍ୟତମ ନେତା ଗୌତମ ଦାସଙ୍କ ପାନବରଜକୁ ପ୍ରଶାସନ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଭୟରେ ଜଙ୍ଗଲରେ ସପରିବାର ଲୁଚିଥିବାର ସୁଯୋଗ ନେଇ ପ୍ରଶାସନ ଏପରି ଚଞ୍ଚକତା କରୁଥିବା ତାଙ୍କ ଶାଳକ ଓ ପତ୍ନୀ ଅଭିଯୋଗ କରିଛନ୍ତି। ହେଲେ ଏସବୁ ଅଭିଯୋଗ ହେବା ପରେ ଫୋନ୍‌ ଯୋଗେ ସମସ୍ୟା ଜଣାଇବାକୁ ତହସିଲଦାର କହିଛନ୍ତି।

ସ୍ଥିତି ପରଖିବାକୁ ଗତକାଲି ବିଜେପି ଯୁବମୋର୍ଚ୍ଚାର ଏକ ପ୍ରତିନିଧି ଦଳ ଢିଙ୍କିଆରେ ପହଞ୍ଚି ସ୍ଥିତି ପରଖିଥିଲେ। ଏନେଇ  ବିଜେପି ୟୁବମୋର୍ଚ୍ଚାର ରାଜ୍ୟସ୍ତରୀୟ ସେକ୍ରେଟାରୀ ପ୍ରକାଶ ଦଳାଇ କହିଛନ୍ତି ଏସ୍‌ପି ପ୍ରେସମିଟ କରିଥିଲେ ଯେ, ଢିଙ୍କିଆରେ ଜୀବନଜୀବିକା ସ୍ୱାଭାବିକ ଚାଲିଛି। କିନ୍ତୁ ଏଠି ଆସି ଦେଖିଲୁ ସବୁ ଓଲଟା। ସମସ୍ତଙ୍କ ଆଖିରେ ଲୁହ। ଛୋଟ ଛୋଟ ଝିଅଙ୍କୁ ଦଳି ଦେଇଛନ୍ତି। ମା’ମାନଙ୍କ ଜଙ୍ଘ ଫଟାଇ ଦେଇଛନ୍ତି। ଏହା ଆଗକୁ ହେଲେ ଯୁବମୋର୍ଚ୍ଚା ଏଠାରେ ଟେଣ୍ଟ ବାନ୍ଧିକି ରହିବ ।

ବିଜେପି ଯୁବ ମୋର୍ଚ୍ଚା ପ୍ରେସିଡେଣ୍ଟ ମାନସ ମହାନ୍ତି କହିଛନ୍ତି  ବିଗତ ଦିନରେ ଢିଙ୍କିଆବାସୀଙ୍କ ଉପରେ ପ୍ରଶାସନ ଯେପରି ଦମନଲୀଳା ଚଲାଇଛି, ତାହା ପରଖିବାକୁ ବିଜେପି ଟିମ୍‌ ଏଠାରେ ପହଞ୍ଚିଛି। ୨ ଦିନ ତଳେ ପ୍ରେସମିଟରେ ଜଗତସିଂହପୁର ଏସ୍‌ପି କହିଥିଲେ, ଏଠାରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି । ମେଡିକାଲ ସୁବିଧା ମିଳୁଛି। କିନ୍ତୁ ଗ୍ରାମରେ ପ୍ରତି ଘରେ ତାଲା ଲାଗିଛି। ମାଡ଼ ଖାଇ ବୟସ୍କ ଲୋକଙ୍କ ଗୋଡ଼ ଭାଙ୍ଗି ଯାଇଛି, ମୁଣ୍ଡ ଫାଟିଯାଇଛି। ଗାଁ ପୁରୁଷଶୂନ୍ୟ ହୋଇପଡ଼ିଛି।  ଜୀବନଜୀବୀକାକୁ ପ୍ରାଧାନ୍ୟ ଦେବାକୁ ମୁଖ୍ୟମନ୍ତ୍ରୀ ଡେଙ୍ଗୁରା ପିଟୁଥିବା ବେଳେ JSW ପ୍ରତି କାହିଁକି ଏତେ ଦରଦ ଦେଖାଉଛନ୍ତି। ସାଧାରଣ ଲୋକଙ୍କ ରୋଜଗାର ବନ୍ଦ କରିଦେଲେ ସେମାନେ କିପରି ବଞ୍ଚିବେ। ବିଗତ ଦିନରେ ଆଇଓସିଏଲ୍‌କୁ ୭୦ ପରିବାର ଜମି ଦେଇ ଆଜି ବି ଭୂମିହୀନ ହୋଇଛନ୍ତି। ଆମେ ପ୍ରକଳ୍ପକୁ ସ୍ୱାଗତ କରୁଛୁ। ହେଲେ ତାହା ଢିଙ୍କିଆବାସୀଙ୍କ ଶବ ଉପରେ ହେଲେ ଏହାକୁ ବରଦାସ୍ତ କରିବୁ ନାହିଁ। ଆଗାମୀ ଦିନରେ ଢିଙ୍କିଆବାସୀଙ୍କ ଉପରେ ନିର୍ଯାତନା ହେଲେ ଏହାକୁ ଘୋର ବିରୋଧ କରିବୁ।

ସୂଚନାଯୋଗ୍ୟ, ପସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ଜମିରେ ପ୍ରସ୍ତାବିତ JSW ପ୍ରକଳ୍ପ ସ୍ଥାପନ ପାଇଁ ରାଜ୍ୟ ସରକାର ସହମତି ପ୍ରକାଶ କରିବା ପରେ  ପୁଲିସ୍‌ ଆରମ୍ଭ କରିଛି ଦମନଲୀଳା। ପୁଲିସ୍‌ ଓ ଅଞ୍ଚଳବାସୀ  ମୁହାଁମୁହିଁ ହେବା ପରେ ପୁଲିସ୍‌ ଲାଠି ଚାଳନା କରିବାକୁ ପଛାଇ ନ ଥିଲା। ଏଥିପାଇଁ ପୁରୁଷ ଶୂନ ହୋଇପଡ଼ିଛି ଢିଙ୍କିଆ । ଢିଙ୍କିଆରୁ ୬ ଜଣଙ୍କୁ ପୁଲିସ୍‌ ଗିରଫ କରିଥିବା ବେଳେ ବହୁ ଜଣଙ୍କ ପତ୍ତା ମିଳୁ ନ ଥିବା କହିଛନ୍ତି ପରିବାର ଲୋକେ।   ପୁରା ଅଞ୍ଚଳକୁ ପୁଲିସ୍ ଛାଉଣୀରେ ପରିଣତ କରାଯାଇଛି ।  ପାଟଣା ଗାଁ ପ୍ରବେଶ ପଥରେ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି ।  ଜଣ ଜଣକଙ୍କୁ ଯାଞ୍ଚ କରି ଗାଁ ଭିତରକୁ ଯିବାକୁ ଅନୁମତି ମିଳୁଛି ।

 

The post ଢିଙ୍କିଆ ସତ ବଖାଣିଲେ ହତଭାଗା ବାପା, କହିଲେ- ମୋ’ ୧୬ ବର୍ଷ ଝିଅର ହାତଗୋଡ଼ ଭାଙ୍ଗି ଦେଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3Inzcn7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages