ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଶିକ୍ଷକ, ଭିଡିଓ ଭାଇରାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 9, 2022

ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଶିକ୍ଷକ, ଭିଡିଓ ଭାଇରାଲ୍

ଯାଜପୁର (ସଞ୍ଜୀବ ନାୟକ): ପଞ୍ଚାୟତ ନିର୍ବାଚନରେ ସରକାରୀ କର୍ମଚାରୀଙ୍କ ସାମିଲ୍ ହେବାର ଭିଡିଓ ଭାଇରାଲ୍ ହୋଇଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଅସନପୁର ପଞ୍ଚାୟତରେ। ଏହି ପଞ୍ଚାୟତରେ ୨ ଜଣ ଶିକ୍ଷକ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହୋଇଛି। ଦୁଇ ଶିକ୍ଷକ ଜଣଙ୍କ ହେଲେ ସୁଜିତ୍ କୁମାର ଦାଶ ଓ ଅଶୋକ ଦାସ।

ସୁଜିତ୍ କୁମାର ଦାଶ ଯାଜପୁର ଦଶରଥପୁର ବ୍ଲକ ଗାରେଡେଶ୍ୱର ଏମ.ଇ. ସ୍କୁଲର ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସେହିପରି ଅଶୋକ ଦାସ ମଧୁପୁର ସ୍କୁଲର ଶିକ୍ଷକ ବୋଲି ଜଣାପଡିଛି। ପାଞ୍ଚ ଦିନ ତଳେ ଅସନପୁର ପଞ୍ଚାୟତରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ଦଳୀୟ ର୍ନିବାଚନୀ ସଭା କରୁଥିଲେ। ଏହି ସମୟରେ ଦୁଇ ଶିକ୍ଷକ ମହୋଦୟ ଆଇନକୁ ଖାତିର ନ କରି ସଭାରେ ଉପସ୍ଥିତ ରହି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିବା ଅଭିଯୋଗ ହୋଇଛି। ଆଉ ଏହାର ଭିଡିଓ ମଧ୍ୟ ଭାଇରାଲ୍ ହୋଇଛି।

ସେହିପରି ବରୀ ବ୍ଲକ ବାଲିବିଲ ପଂଚାୟତରେ ଭେଟନାରୀ ଏମଭିୟୁ ଆଟେଣ୍ଡାଣ୍ଟ ସୁଜତ ସାମଲ ମଧ୍ୟ ବରୀ ବିଧାୟିକାଙ୍କ ସ୍ୱାମୀଙ୍କ ସହ ପ୍ରଚାର ବେଳେ ଉପସ୍ଥିତ ଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ତେବେ ଏନେଇ ଯାଜପୁର ଜିଲ୍ଲାପାଳ କହିଛନ୍ତି, ନିବାର୍ଚନ ପାଇଁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍ ରହିଛି ଯେ ଯେଉଁମାନେ ଏଭଳି ଆଇନ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କୁ ତୁରନ୍ତ ସସପେଣ୍ଡ କରାଯିବ। ଏହା ପରେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ ତଦନ୍ତ ଆରମ୍ଭ କରାଯିବ।

The post ପଞ୍ଚାୟତ ନିର୍ବାଚନ ପ୍ରଚାରରେ ଶିକ୍ଷକ, ଭିଡିଓ ଭାଇରାଲ୍ appeared first on Odisha Reporter.



from Odisha Reporter https://ift.tt/8nAlyQu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages