ୟୁକ୍ରେନ ବିବାଦ: ରୁଷ ବିରୋଧରେ ପଶ୍ଚିମ ଦେଶର ମେଳି, ଲାଗୁ ହେଲା କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 22, 2022

ୟୁକ୍ରେନ ବିବାଦ: ରୁଷ ବିରୋଧରେ ପଶ୍ଚିମ ଦେଶର ମେଳି, ଲାଗୁ ହେଲା କଟକଣା

ୱାଶିଂଟନ: ୟୁକ୍ରେନ୍ ସଙ୍କଟ ମଧ୍ୟରେ ଆମେରିକା, ବ୍ରିଟେନ, ୟୁରୋପୀୟ ରାଷ୍ଟ୍ର, ସଂଘ, ଜର୍ମାନୀ ଓ କାନାଡା ଭଳି ଦେଶ ଏକାଠି ହୋଇଛନ୍ତି। ୟୁକ୍ରେନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାରୁ ଏହି ଦେଶଗୁଡ଼ିକ ରୁଷ ଉପରେ ବଡ଼ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନ ଜାଣିଶୁଣି ୟୁକ୍ରେନ ଉପରେ ହମଲା କରୁଥିବା କହିଛନ୍ତି। ଏଥିପାଇଁ ସେ ରୁଷ ଉପରେ ବଡ଼ଧରଣର ଆର୍ଥିକ କଟକଣା ଲାଗୁ କରିଛନ୍ତି। ହ୍ୱାଇଟ ହାଉସରୁ ସାମ୍ବାଦିକମାନଙ୍କୁ ସମ୍ବୋଧନ କରି ବାଇଡେନ କହିଛନ୍ତି, “ୟୁକ୍ରେନ ଉପରେ ରୁଷ ଆକ୍ରମଣ କରୁଥିବା ଘଟଣାରେ ଆମର କୌଣସି ସନ୍ଦେହ ନାହିଁ। ଆଗକୁ ଆମେ ଯେଉଁ ସବୁ ପରିସ୍ଥିତିର ସମ୍ମୁଖୀନ ହେବାକୁ ଯାଉଛୁ, ସେ ସମ୍ପର୍କରେ ଆମେ ସ୍ପଷ୍ଟ ଭାବେ ଅବଗତ ରହିଛୁ। ପୁଟିନ କାଲି ରାତିରେ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସେନା ପଠାଇ ଏହାକୁ ଅଧିଗ୍ରହଣ କରିନେଇଛନ୍ତି।

ଏହା ଆଦୌ ଗ୍ରହଣନୀୟ ନୁହେଁ। ଏଥିପାଇଁ ରୁଷ ଉପରେ ଆର୍ଥିକ କଟକଣା ଲାଗା ଯାଉଛି। ପଶ୍ଚିମ ଦେଶଗୁଡ଼ିକ ପକ୍ଷରୁ ରୁଷକୁ ମିଳୁଥିବା ଆର୍ଥିକ ସହାୟତା ଏବେ ବନ୍ଦ କରିଦିଆଯିବ। ଆମେରିକା ସମେତ ପଶ୍ଚିମ ଦେଶଗୁଡ଼ିକ ସହ ରୁଷ ଆଉ କୌଣସି ବ୍ୟବସାୟ କରିବ ନାହିଁ।

ୟୁରୋପ ଦେଶଗୁଡ଼ିକ ସହ ମଧ୍ୟ ରୁଷକୁ ସହାୟତା କରିବେ ନାହିଁ କିମ୍ବା ବ୍ୟବସାୟ କରିବେ ନାହିଁ। ରୁଷର ବ୍ୟାଙ୍କ ଓ ସେଠାକାର ଧନୀ ଲୋକଙ୍କ ଉପରେ ମଧ୍ୟ କଟକଣା ଲାଗିବ। ଆଗକୁ ଯଦି ରୁଷ ଉତ୍ତେଜନା ହ୍ରାସ ନ କରିବ, ତା’ହେଲେ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ।”

ବାଇଡେନ ଆହୁରି କହିଛନ୍ତି, ଏହି ପ୍ରତିବନ୍ଧକକୁ ଆମେରିକାର ସହଯୋଗୀ ତଥା ବନ୍ଧୁ ଦେଶମାନେ ମଧ୍ୟ ସମର୍ଥନ କରିଛନ୍ତି। ସେ କହିଛନ୍ତି, “ଆମେ ରୁଷର ଦୁଇଟି ବଡ଼ବଡ଼ ଆର୍ଥିକ ପ୍ରତିଷ୍ଠାନ, ଆର୍ଥିକ ସହାୟତା କମ୍ପାନୀ ଭିଇବି ଓ ଏହାର ସାମରିକ ବ୍ୟାଙ୍କ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରିଛୁ। ରୁଷ ପଶ୍ଚିମ ଦେଶଗୁଡ଼ିକରୁ ପାଣ୍ଠି ସଂଗ୍ରହ କରିପାରିବ ନାହିଁ ଓ ଆମ ମାର୍କେଟ କିମ୍ବା ୟୁରୋପୀୟ ମାର୍କେଟରେ ବ୍ୟବସାୟ କରିପାରିବ ନାହିଁ। ଆସନ୍ତାକାଲିଠାରୁ ଏହି କଠୋର ପ୍ରତିବନ୍ଧକ ଲାଗୁ ହେବ। ଆମେ ରୁଷର ଧନୀ ଲୋକ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ଉପରେ ମଧ୍ୟ କଟକଣା ଲଗାଇବୁ। କାରଣ ସେମାନେ କ୍ରେମଲିନ୍ ନୀତିର ଦୁର୍ନୀତିଗ୍ରସ୍ତ ଯୋଜନାରେ ଭାଗ ନେଇଛନ୍ତି।”

ଜର୍ମାନୀ ମଧ୍ୟ ରୁଷ ସହ ମିଶି କରୁଥିବା ତୈଳ ପାଇପ ଲାଇନ କାମ ନୋର୍ଡ ଷ୍ଟ୍ରିମ୍-୨ ପ୍ରକଳ୍ପ ଉପରେ ରୋକ ଲଗାଇ ଦେଇଛି। ଏହି ପାଇପ ଲାଇନ ଦ୍ୱାରା ୟୁରୋପୀୟ ଦେଶଗୁଡ଼ିକୁ ରୁଷ ତୈଳ ଓ ଗ୍ୟାସ ଯୋଗାଣ କରିଥାଆନ୍ତା। କାନାଡା ବି ରୁଷ ଦ୍ୱାରା ସ୍ୱାଧୀନ ପ୍ରାପ୍ତ ଲୁହାନସ୍କ ଓ ଡୋନେଟସ୍କ ସହ କୌଣସି ଆର୍ଥିକ କାରବାର କରିବ ନାହିଁ। କାନାଡାବାସୀ ରୁଷର କୌଣସି ବ୍ୟାଙ୍କ ସହ ବ୍ୟବସାୟ କରିପାରିବେ ନାହିଁ।

ବ୍ରିଟେନ୍‌ ମଧ୍ୟ ରୁଷର ବିଭିନ୍ନ ବ୍ୟାଙ୍କ୍‌ଗୁଡ଼ିକ ଉପରେ କଟକଣା ଲଗାଇଥିବା ବେଳେ ଆଇଟି, ଫାର୍ମାସ୍ୟୁଟିକାଲ ଓ ଅନ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବା ବୋଲି ଘୋଷଣା କରିଛି। ବ୍ରିଟେନ୍‌ ଲଣ୍ଡନରେ ଅବସ୍ଥାପତି  ରୁଷ୍‌ ରାଷ୍ଟ୍ରଦୂତଙ୍କୁ ସମନ କରି ୟୁକ୍ରେନ୍‌ ମାମଲା ସମ୍ପର୍କରେ ନିଜର ଅସନ୍ତୋଷ ପ୍ରକାଶ କରିଛି। ୟୁରୋପ ରାଷ୍ଟ୍ର ସଂଘ ରୁଷ୍‌ର ସମସ୍ତ ପ୍ରମୁଖ ବ୍ୟାଙ୍କ୍‌ର କାରବାରକୁ ବନ୍ଦ କରିଦେଇଛି।

The post ୟୁକ୍ରେନ ବିବାଦ: ରୁଷ ବିରୋଧରେ ପଶ୍ଚିମ ଦେଶର ମେଳି, ଲାଗୁ ହେଲା କଟକଣା appeared first on Odisha Reporter.



from Odisha Reporter https://ift.tt/hswiQ0e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages