ପ୍ରଚାର କରିବାକୁ ଯାଇ ସରପଞ୍ଚ ପ୍ରାର୍ଥୀ ଗାଏବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 8, 2022

ପ୍ରଚାର କରିବାକୁ ଯାଇ ସରପଞ୍ଚ ପ୍ରାର୍ଥୀ ଗାଏବ

ଅନୁଗୋଳ(ବିରଜା ପ୍ରସାଦ ଦାସ): ପ୍ରଚାର ନିମନ୍ତେ ଘରୁ ବାହାରି ଆଉ ଫେରି ନାହାନ୍ତି ସରପଞ୍ଚ ପ୍ରାର୍ଥୀ। ଚାରିଆଡ଼େ ଖୋଜାଖୋଜି କରି ନ ପାଇବାରୁ ଶେଷରେ ଥାନା ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ । ଏପରି ଘଟଣା ଅନୁଗୁଳ ଜିଲ୍ଲା ମାଛକୁଟା ପଞ୍ଚାୟତରେ ଘଟିଛି। ନିଖୋଜ ସରପଞ୍ଚ  ପ୍ରାର୍ଥୀ ହେଲେ ମନୋଜ କୁମାର ସେଠୀ  । ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ମନୋଜଙ୍କ ପତ୍ନୀ ।

ସୂଚନା ଅନୁଯାୟୀ, ମାଛକୁଟା ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ଏଥର ମଇଦାନରେ ମନୋଜ କୁମାର ସେଠୀଙ୍କ ସମେତ ୬ ଜଣ ସରପଞ୍ଚ ପ୍ରାର୍ଥୀ ଅଛନ୍ତି । ଫଳରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ହେଉଥିବା ବେଳେ ପ୍ରାର୍ଥୀଙ୍କ ମଧ୍ୟରେ ଚାଲିଛି କଡ଼ା ଟକ୍କର। ସମସ୍ତେ ଘରକୁ ଘର ବୁଲି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି।

ଗତକାଲି ସନ୍ଧ୍ୟା ପ୍ରାୟ ୫ଟାରେ ମନୋଜ ପ୍ରଚାର ନିମନ୍ତେ ଘରୁ ବାହାରିଥିଲେ । ଏହାର ଘଣ୍ଟାକ ପରେ ଅର୍ଥାତ ସନ୍ଧ୍ୟା ୬ଟାରୁ ତାଙ୍କ ଫୋନ୍‌ ସୁଇଚ ଅଫ୍‌ ଆସିଲା। ବିଳମ୍ବିତ ରାତି ଯାଏ ଘରକୁ ନ ଫେରିବାରୁ ସମର୍ଥକ ଓ ପରିବାର ଲୋକ ବିଭିନ୍ନ ସ୍ଥାନ ଖୋଜାଖୋଜି କରିଥିଲେ । ହେଲେ ତାଙ୍କର ପତ୍ତା ନ ମିଳିବାରୁ ଏନେଇ ସେମାନ ଥାନାରେ ଅଭିଯୋଗ କରିଛନ୍ତି ।

ମନୋଜ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ତାଙ୍କୁ ଏଥିରୁ ଓହରି ଯିବାକୁ ପୂର୍ବରୁ ଧମକଚମକ, ଗାଳିଗୁଲଜ ଦିଆଯାଉଥିବା ନେଇ ପୁଲିସ୍‌କୁ ଜଣାଇଛନ୍ତି ତାଙ୍କ ପତ୍ନୀ ରଶ୍ମୀତା ସେଠୀ।  ହେଲେ ମନୋଜ ଏହାକୁ ଖାତିର ନ କରି ନିଜ ପ୍ରଚାର କାର୍ଯ୍ୟ ଚଳାଇଥିବାରୁ ତାଙ୍କୁ ଆକ୍ରୋଶମୂଳକ ମନୋଭାବ ରଖି ଅପହରଣ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ରଶ୍ମୀତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଖୋଜାଖୋଜି ଆରମ୍ଭ କରିଛି।

The post ପ୍ରଚାର କରିବାକୁ ଯାଇ ସରପଞ୍ଚ ପ୍ରାର୍ଥୀ ଗାଏବ appeared first on Odisha Reporter.



from Odisha Reporter https://ift.tt/8ROgwSW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages