ଏମଏସ୍‌ପି ପାଇଁ କେବେ ଗଠନ ହେବ କମିଟି? ଜବାବ ରଖିଲେ କୃଷିମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 4, 2022

ଏମଏସ୍‌ପି ପାଇଁ କେବେ ଗଠନ ହେବ କମିଟି? ଜବାବ ରଖିଲେ କୃଷିମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀମାନଙ୍କ ଦାବି ମୁତାବକ ସର୍ବନିମ ସହାୟକ ମୂଲ୍ୟ(ଏମଏସ୍‌ପି) ନିର୍ଦ୍ଦାରଣ କରିବା ପାଇଁ ସରକାରଙ୍କ ପକ୍ଷରୁ କେବେ ବୈଷୟିକ କମିଟି ଗଠନ ହେବ? ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟସଭାରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଜବାବ ଦେଇଛନ୍ତି। ୫ ରାଜ୍ୟର ବିଧାନସଭା ନିର୍ବାଚନ ପରେ ଏମଏସ୍‌ପି ପାଇଁ କମିଟି ଗଠନ କରାଯିବ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ କମିଟି ଗଠନରେ ବିଳମ୍ବ ହୋଇଛି। ସରକାର ଚାଷୀଙ୍କୁ ଏମଏସପି ପ୍ରଦାନ ପାଇଁ କମିଟି ଗଠନ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ ରହିଥିବା ଶ୍ରୀ ତୋମାର କହିଛନ୍ତି।

ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ଟି ଯାକ କୃଷି ଆଇନ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲେ। ଏହି ସମୟରେ ଚାଷୀଙ୍କ ଦାବି ମୁତାବକ ଏମଏସ୍‌ପି ପାଇଁ କମିଟି ଗଠନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହା ଗଠନ ହେବାରେ ବିଳମ୍ବ ହେଉଥିବାରୁ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବାରେ ଲାଗିଛନ୍ତି।

ଏସବୁ ଭିତରେ କୃଷିମନ୍ତ୍ରୀ ତୋମାର ରାଜ୍ୟସଭାର ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ “ସରକାର କମିଟି ଗଠନର ଅନୁମତି ହାସଲ ପାଇଁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଥିଲେ। ହେଲେ ନିର୍ବାଚନ କମିଶନ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବା ଯାଏ ଅପେକ୍ଷା କରିବାକୁ କହିଛନ୍ତି।

ଦେଶବାସୀ ଭଲ ଭାବେ ଜାଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ନିଜେ ଫସଲ ବିବଧୀକରଣ, ପ୍ରାକୃତିକ ଫାର୍ମିଂ ଓ ଉପଯୁକ୍ତ ଏମ୍‌ଏସ୍‌ପି ପାଇଁ କମିଟି ଗଠନ ହେବ ବୋଲି ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ। ଏହି ପ୍ରସଙ୍ଗ ମନ୍ତ୍ରଣାଳୟାର ବିଚାରାଧୀନ ରହିଛି।”

କ’ଣ ସରକାର ଏମଏସପି ଉପରେ ଆଇନଗତ ମାନ୍ୟତା ଦେବାକୁ କୌଣସି ବିଲ୍ ଆଣିବେ ବୋଲି ମଧ୍ୟ କୃଷିମନ୍ତ୍ରୀଙ୍କୁ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ଗଠନ ହେବାକୁ ଥିବା କମିଟି ଯାହା ବି ପ୍ରସ୍ତାବ ଦେବ, ଏହାକୁ ସରକାର ବିଚାର ପାଇଁ ନିଶ୍ଚିତ ଗ୍ରହଣ କରିବେ।”

୨୦୧୮ ପୂର୍ବରୁ ଏମଏସପି ନିର୍ଦ୍ଧାରଣ କରିବାକୁ କୌଣସି ବ୍ୟବସ୍ଥା ନଥିଲା। ଉତ୍ପାଦନ ଖର୍ଚ୍ଚ ଠାରୁ ଏମଏସ୍‌ପି ୫୦% କରିବାକୁ ସ୍ୱାମୀନାଥନ କମିଟି ବି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ସେତେବେଳେ ଇଣ୍ଟର-ମିନିଷ୍ଟ୍ରୀ ପ୍ୟାନେଲ ଗ୍ରହଣ କରିନଥିଲା। କିନ୍ତୁ ୨୦୧୮-୧୯ରେ ପ୍ରଧାନମନ୍ତ୍ରୀ ମୋଦି ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏଥିସହ ଏମଏସ୍‌ପିର ମୂଲ୍ୟବୃଦ୍ଧି କରିଥିଲେ ବୋଲି ତୋମାର କହିଛନ୍ତି।

The post ଏମଏସ୍‌ପି ପାଇଁ କେବେ ଗଠନ ହେବ କମିଟି? ଜବାବ ରଖିଲେ କୃଷିମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/tvbwfDc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages