ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଇଡି ଅସ୍ତ୍ର! ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସାଂସଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 8, 2022

ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଇଡି ଅସ୍ତ୍ର! ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସାଂସଦ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବିରୋଧରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ଅଭିଯୋଗ ଆଣିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ। ମହାରାଷ୍ଟ୍ର ସରକାରକୁ ଭାଙ୍ଗିବା ପାଇଁ ଇଡିକୁ ଅସ୍ତ୍ର କରାଯାଇଛି। ସରକାର ଭାଙ୍ଗିବା ଦିଗରେ ସହଯୋଗ କରିବାକୁ ଇଡି ତାଙ୍କୁ ବାରମ୍ବାର କହିଥିଲା। ହେଲେ ଏଥିରେ ସେ ରାଜି ନ ହେବାରୁ ଏବେ ଇଡି ତାଙ୍କୁ ଓ ତାଙ୍କ ପରିବାର ସଦସ୍ୟଙ୍କୁ ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି ସଞ୍ଜୟ ରାଉତ।

ଏ ସଂକ୍ରାନ୍ତରେ ସେ ଗୋଟିଏ ଚିଠି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ମଧ୍ୟ ଲେଖିଛନ୍ତି। ଏହି ଚିଠିକୁ ଶ୍ରୀ ରାଉତ ଟ୍ୱିଟର୍‌ରେ ପୋଷ୍ଟ କରିବା ପରେ ଇଡିର ରାଜନୀତିକରଣ ପ୍ରସଙ୍ଗ ପୁଣି ଜୋର ଧରିଛି।

ଶ୍ରୀ ରାଉତ କହିଛନ୍ତି, ଇଡି ଓ ଅନ୍ୟ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ସେମାନଙ୍କର ରାଜନୀତିକ ଗୁରୁଙ୍କ ଗୁଲାମ ବନି ଯାଇଛନ୍ତି। ମୋତେ ଫିକ୍ସ କରିବାକୁ ସେମାନଙ୍କ ବସ୍‌ ନିର୍ଦ୍ଦେଶ ଦେଇଥିବା ମଧ୍ୟ ଅଧିକାରୀମାନେ ସ୍ୱୀକାର କରିଛନ୍ତି। ଯଦି ସେ ମହାରାଷ୍ଟ୍ରରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ଆୟୋଜନ କରିବା ଦିଗରେ ସହଯୋଗ ନ କରିବେ, ତା’ହେଲେ ତାଙ୍କୁ ଓ ତାଙ୍କ ପରିବାର ବର୍ଗଙ୍କୁ ଜେଲରେ ଭର୍ତ୍ତି କରିଦିଆଯିବ ବୋଲି ଇଡିର ଅଧିକାରୀମାନେ କହିଥିବା ଶ୍ରୀ ରାଉତ ଚିଠିରେ ଉଲ୍ଲେଖ କରିଛନ୍ତି।

ସେ ଚିଠିରେ ଲେଖିଛନ୍ତି ଯେ “ପ୍ରାୟ ଏକ ମାସ ପୂର୍ବେ କିଛି ଲୋକ ମୋ ସହିତ ଯୋଗାଯୋଗ କରିଥିଲେ ଓ ମହାରାଷ୍ଟ୍ରରେ କ୍ଷମତାସୀନ ସରକାରକୁ ଭାଙ୍ଗିବାରେ ସାହାଯ୍ୟ କରିବାକୁ କହିଥିଲେ। ସେମାନେ ଚାହୁଁଥିଲେ ଯେ ଏଦିଗରେ ମୁଁ ଏମିତି କିଛି କାର୍ଯ୍ୟ କରିବି ଯେଉଁଥିପାଇଁ ରାଜ୍ୟରେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ସମ୍ଭବ ହୋଇପାରିବ। କିନ୍ତୁ ଏହି ଗୁପ୍ତ ଏଜେଣ୍ଡାର ପାର୍ଟନର ହେବାକୁ ମୁଁ ମନା କରିଦେଇଥିଲି।

ଏହାପରେ ସେମାନେ ମୋତେ ଏହାର ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଥିଲେ। ଏପରି କି ମୋର ଅବସ୍ଥା ଭବିଷ୍ୟତରେ ଜଣେ ପୂର୍ବତନ ରେଳମନ୍ତ୍ରୀଙ୍କ ଭଳି ହେବ ଓ ମୋତେ ଜେଲର ଚାରି କାନ୍ଥ ମଧ୍ୟରେ ବହୁତ ବର୍ଷ ବିତାଇବାକୁ ପଡ଼ିବ ବୋଲି ସେମାନେ କହିଥିଲେ।

ମୋ ବ୍ୟତୀତ ମହାରାଷ୍ଟ୍ର ସରକାରରେ ଥିବା ଦୁଇ ଜଣ ବରିଷ୍ଠ ମନ୍ତ୍ରୀ ଓ ଦୁଇ ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ଜେଲରେ ପୂରାଇ ଦିଆଯିବ। ଆମ ମାନଙ୍କ ବିରୋଧରେ ପିଏମଏଲଏ ଆକ୍ଟ ଲାଗିବ। ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ନେତାମାନଙ୍କୁ ଜେଲରେ ଭର୍ତ୍ତି କରି ସେମାନେ ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ ମହାରାଷ୍ଟ୍ରରେ କରିବେ ବୋଲି ମୋତେ ଧମକ ଦେଇଥିଲେ।”


ଶିବସେନା ସାଂସଦ ରାଉତ କହିଛନ୍ତି, ତାଙ୍କ ପରିବାର ଲୋକ ଆଲିବାଗରେ ପ୍ରାୟ ୧ ଏକର ଜମି ୧୭ ବର୍ଷ ତଳେ କିଣିଥିଲେ। କିନ୍ତୁ ଏବେ ଏହି ଜମି ବିକ୍ରି କରିଥିବା ଲୋକ ଓ ତାଙ୍କ ପରିବାର ବର୍ଗଙ୍କୁ ଇଡି ଏବଂ ଅନ୍ୟ ତଦନ୍ତକାରୀ ସଂସ୍ଥା ଧମକାଇବା ଆରମ୍ଭ କରିଛନ୍ତି।

ସେମାନଙ୍କୁ ମୋ ବିରୋଧରେ ବୟାନ ଦେବାକୁ ବାଧ୍ୟ କରାଯାଉଛି। ଚୁକ୍ତିନାମାର ମୂଲ୍ୟ ଠାରୁ ଅଧିକ ନଗଦ ଟଙ୍କା ବିକ୍ରେତାମାନେ ମୋ ଠାରୁ ପାଇଛନ୍ତି ବୋଲି କହିବାକୁ ସେମାନଙ୍କୁ ଧମକ ଦିଆଯାଉଛି ବୋଲି ଶ୍ରୀ ରାଉତ କହିଛନ୍ତି।

ସଞ୍ଜୟ ରାହତ ଆହୁରି କହିଛନ୍ତି, “୨୦୧୨-୧୩ ମସିହାରେ ମୋତେ ଓ ମୋ ପରିବାରକୁ ଛୋଟ ଜମି ବିକ୍ରି କରିଥିବା ଲୋକଙ୍କ ସହ ମଧ୍ୟ ସମାନ ଘଟଣା ଘଟୁଛି। ଦିନକୁ ଦିନ ଇଡି ଓ ଅନ୍ୟ ଏଜେନ୍ସିର ଅଧିକାରୀମାନେ ଏହି ଲୋକଙ୍କୁ କଲ୍‌ କରି ଧମକାଉଛନ୍ତି। ଯଦି ସେମାନେ ମୋ ବିରୋଧରେ କୌଣସି ବିବୃତି ନ ଦିଅନ୍ତି, ତେବେ ସେମାନଙ୍କୁ ଜେଲ ପଠାଯିବ ଓ ସେମାନଙ୍କ ସମ୍ପତ୍ତିକୁ ଜବତ କରାଯିବ ବୋଲି କହୁଛନ୍ତି।

ମୋର ସବୁ ସମ୍ପତ୍ତିର ତଥ୍ୟ ପବ୍ଲିକ ଡୋମେନରେ ଅଛି ଓ ରାଜ୍ୟସଭା ପାଇଁ ମୁଁ ଦାଖଲ କରିଥିବା ନାମାଙ୍କନର ସତ୍ୟପାଠରେ ଏ ସଂକ୍ରାନ୍ତ ତଥ୍ୟ ରହିଛି। ଏହି ଘଟଣାକୁ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ମୋତେ କେବେ କୌଣସି ପ୍ରଶ୍ନ ପଚରାଯାଇ ନଥିଲା। କିନ୍ତୁ ଏବେ ହଠାତ୍ ଇଡି ଓ ଅନ୍ୟ ଏଜେନ୍ସିମାନଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ପାଲଟି ଯାଇଛି। ପ୍ରାୟ ୨୦ ବର୍ଷ ପୂର୍ବେ କିଣାଯାଇଥିବା ସମ୍ପତ୍ତି ଉପରେ ଅନୁସନ୍ଧାନ କରିବାର ଅଧିକାର ଇଡି କିମ୍ବା ଅନ୍ୟ ଏଜେନ୍ସିର ନାହିଁ।”

ତଦନ୍ତକାରୀ ସଂସ୍ଥା ଏପର୍ଯ୍ୟନ୍ତ ୨୮ ଜଣ ଲୋକଙ୍କୁ ମିଥ୍ୟା ମାମଲାରେ ଉଠାଇ ନେଇଛି ବୋଲି ଶ୍ରୀ ରାଉତ ଦାବି କରିଛନ୍ତି। ଏହା ସହିତ ସେମାନେ ଯଦି ମୋ ବିରୋଧରେ କୌଣସି ବିବୃତି ନ ଦେବେ, ସେମାନଙ୍କର ପରିଣାମ ଭୟଙ୍କର ହେବାର ଆଶଙ୍କା ରହିଛି। ତେବେ ସେ କୌଣସି ପ୍ରକାରର ଧମକରେ ଡରିବେ ନାହିଁ ଓ ସତ୍ୟ ପାଇଁ ସ୍ୱର ଉଠାଇବେ ବୋଲି ମଧ୍ୟ କହିଛନ୍ତି।

The post ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ ଇଡି ଅସ୍ତ୍ର! ରାଜ୍ୟସଭା ଅଧ୍ୟକ୍ଷଙ୍କୁ ଚିଠି ଲେଖିଲେ ସାଂସଦ appeared first on Odisha Reporter.



from Odisha Reporter https://ift.tt/npV6f3q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages