ଦ୍ୱିତୀୟ ଦିନ ଗଣତିରେ ବି ବିଜେଡିର ବାଜିମାତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 27, 2022

ଦ୍ୱିତୀୟ ଦିନ ଗଣତିରେ ବି ବିଜେଡିର ବାଜିମାତ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ଆଜି ହେଉଛି ତୃତୀୟ ତଥା ଅନ୍ତିମ ଦିନ। ଅନ୍ୟପକ୍ଷରେ ଗତକାଲି ଠାରୁ ଚାଲିଥିବା ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି। ଦ୍ୱିତୀୟ ଦିନର ଗଣତିରୁ ଏଯାବତ୍ ୨୭୦ଟି ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୬ ଓ ୧୫ଟି ଆସନ ପାଇଛନ୍ତି। ସ୍ୱାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ୩ଟି ଜୋନ୍‌। ଆହୁରି ୩୫ଟି ଜୋନ୍‌ର ଫଳାଫଳ ଆସି ନାହିଁ। ଏଗୁଡ଼ିକର ଗଣତି ଶେଷ ହୋଇନାହିଁ।

ଶନିବାର ପ୍ରଥମ ଦିନରେ ୩୧୫ଟି ଆସନରେ ଭୋଟ୍ ଗଣତି ହୋଇଥିଲା, ଯାହା ରବିବାର (ଗତକାଲି) ପର୍ଯ୍ୟନ୍ତ ଚାଲିଥିଲା। ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୨୮୨ଟି ଆସନ ଜିତିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ଜିତିଥିଲା। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ହାତକୁ ଯାଇଥିଲା ୪ଟି ଆସନ।

ପ୍ରଥମ ଦିନର ଫଳାଫଳ ଓ ଦ୍ୱିତୀୟ ଦିନର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ଫଳାଫଳକୁ ମିଶାଇଲେ ବିଜେଡି ୫୧୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟ ଲାଭ କରିସାରିଲାଣି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ମିଶି ଏଯାଏ ୧୦୦ ଆସନ ଦଖଲ କରି ପାରି ନାହାନ୍ତି। ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ହାତକୁ ଯାଇଛଇ ୨୯ଟି ଆସନ। ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି।

ଆଜି ତୃତୀୟ ତଥା ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ହେବ। ତେବେ ପ୍ରଥମ ଦୁଇ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ୍ତ ବିଜୟ ଅଭିମୁଖେ ଯାଉଛି ବୋଲି କୁହାଯାଇପାରିବ।

The post ଦ୍ୱିତୀୟ ଦିନ ଗଣତିରେ ବି ବିଜେଡିର ବାଜିମାତ୍ appeared first on Odisha Reporter.



from Odisha Reporter https://ift.tt/xTXQLe1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages