ମୋଦିଙ୍କ ନିବେଦନ; ‘ପ୍ରଥମେ ମତଦାନ, ପରେ ଜଳପାନ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 9, 2022

ମୋଦିଙ୍କ ନିବେଦନ; ‘ପ୍ରଥମେ ମତଦାନ, ପରେ ଜଳପାନ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ  ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ପଶ୍ଚିମ ଉତ୍ତରପ୍ରଦେଶର ୧୧ଟି ଜିଲାର ୫୮ଟି ଆସନ ପାଇଁ ସକାଳ ୭ଟାରୁ ଭୋଟିଂ ଚାଲିଛି। ସନ୍ଧ୍ୟା ୬ଟାରେ ଭୋଟିଂ ଶେଷ ହେବ। ତେବେ ଏହା ପୂର୍ବରୁ ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ‘ଆଜି ହେଉଛି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ। ସମସ୍ତ ଭୋଟ୍‌ଦାତାଙ୍କୁ ମୋର ଅନୁରୋଧ କୋଭିଡ୍‌ ନିୟମ ମାନି ଉତ୍ସାହର ସହ ଭୋଟଦାନରେ ଅଂଶ ଗ୍ରହଣ କରନ୍ତୁ। ତେବେ ମନେ ରଖନ୍ତୁ ପ୍ରଥମେ ଭୋଟ୍‌ ଏବଂ ତା’ପରେ ଜଳପାନ।’ ସେ ହିନ୍ଦୀ ଭାଷାରେ ଟୁଇଟ୍‌ କରି ଏଭଳି କହିଛନ୍ତି।

ସେପଟେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଉତ୍ତର ପ୍ରଦେଶବାସୀଙ୍କୁ ଟ୍ୱିଟ୍‌ କରି ଅନୁରୋଧ କରିଛନ୍ତି। ସେ ଲେଖିଛନ୍ତି, ‘ଆଜି ହେଉଛି ଉତ୍ତର ପ୍ରଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏହି ପର୍ଯ୍ୟାୟର ସମସ୍ତ ଭାଇ ଭଉଣୀମାନଙ୍କୁ ମୁଁ ନିବେଦନ କରୁଛି କି, ସେମାନେ ବହୁ ସଂଖ୍ୟାରେ ଭୋଟ୍‌ ଦେଇ ଏଭଳି ସରକାର ନିର୍ବାଚିତ କରିବେ, ଯିଏ ଆପଣମାନଙ୍କୁ ନିରାପତ୍ତା, ସମ୍ମାନ ଏବଂ ଉତ୍ତମ ଶାସନ ସହ ରାଜ୍ୟର ବିକାଶ କରିବେ। ଆପଣଙ୍କର ଗୋଟିଏ ଭୋଟ୍‌, ଉତ୍ତର ପ୍ରଦେଶ ଉଜ୍ଜ୍ୱଳ ଭବିଷ୍ୟତର ଆଧାର।’

ସୂଚନାଯୋଗ୍ୟ ଯେ, ଆଜି ମଥୁରା, ମୁଜାଫରନଗର, ମେରଟ୍‌, ଗାଜିଆବାଦ, ବୁଲନ୍ଦସର, ହାପୁର, ଶାମଲି, ବାଗପଥ, ଆଲିଗଡ଼, ଆଗ୍ରା ଏବଂ ଗୌତମବୁଦ୍ଧ ନଗର ଜିଲ୍ଲାର ୫୮ଟି ଆସନ ପାଇଁ ମତଦାନ ଚାଲିଛି। ଏହି ସବୁ ଆସନ ପାଇଁ  ୬୨୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୨.୨୭ କୋଟି ଭୋଟର୍‌ ନିଜ ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବ‌େ।

ନିରାପତ୍ତା ଦୃଷ୍ଟିରୁ କେନ୍ଦ୍ରୀୟ ପାରାମିଲିଟାରି ଫୋର୍ସର ୪୧୨ କମ୍ପାନିରୁ ପ୍ରାୟ ୫୦,୦୦୦ ପାରାମିଲିଟାରି କର୍ମଚାରୀଙ୍କୁ ପଶ୍ଚିମ ଉତ୍ତର ପ୍ରଦେଶର ଭିନ୍ନ ଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

The post ମୋଦିଙ୍କ ନିବେଦନ; ‘ପ୍ରଥମେ ମତଦାନ, ପରେ ଜଳପାନ’ appeared first on Odisha Reporter.



from Odisha Reporter https://ift.tt/VltdCU1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages