ମାଲକାନଗିରି(ଜିତେନ୍ଦ୍ର ବେଉରା): ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ରାଜନୀତି। ଏପରିକି ବିଭିନ୍ନ ଆଡ଼େ ରାଜନୈତିକ ହିଂସା ଘଟୁଥିବାର ବି ଦେଖିବାକୁ ମିଳୁଛି । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ଜିଲ୍ଲା ପରିଷଦ ଜୋନ୍-୨ ପାଇଁ ହେଉଛି ମୁହାଁମୁହିଁ ଟକ୍କର । ଏପରିକି ଏହି ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ମାଡକାମୀଙ୍କୁ ବିରୋଧୀ ଅପହରଣ କରିବା ସହ ପ୍ରଚାର ନ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।
ପ୍ରଦୀପ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୧ ତାରିଖ ସକାଳେ ପ୍ରଦୀପ ନିଜ ଧାନ ମଣ୍ଡିରେ ଥିବା ବେଳେ ୩ଜଣ ତାଙ୍କୁ ହତ୍ୟା ଧମକ ଦେଇ ଚାଲିଯାଇଥିଲେ। ଏହାପରେ ଗତ ସୋମବାର ବାଲିମେଳା ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିବା ସମୟରେ ୨ ଦୁର୍ବୃତ୍ତ ତାଙ୍କ ଆଖିରେ ପଟି ବାନ୍ଧି ଏକ ଗାଡ଼ିରେ ବସାଇ ଚିତ୍ରକୋଣ୍ଡା ଆଡକୁ ନେଇଯାଇଥିଲେ । ଏହାପରେ ରାସ୍ତାରେ ପ୍ରଚାର ନ କରିବାକୁ ଧମକ ଦେଇ ଛାଡ଼ି ଚାଲି ଯାଇଥିଲେ।
ଏନେଇ ତାଙ୍କର ଓ ତାଙ୍କ ପରିବାର ପ୍ରତି ବିପଦ ଥିବା ଥାନାରେ ଅଭିଯୋଗ କରିଛନ୍ତି ପ୍ରଦୀପ । ପ୍ରଦୀପ ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ଶାସକ ଦଳର ଲୋକେ ଏଭଳି କରିଥିବା ଜିଲ୍ଲା ବିଜେପି ଅଭିଯୋଗ କରିଛି । ହେଲେ ବିଜ଼େଡି ଅଭିଯୋଗକୁ ଖଣ୍ଡନ କରିଛି ।
The post ପ୍ରଚାର କଲେ ପରିବାର ପାଇଁ ବିପଦ, ଆଖିରେ ପଟି ବାନ୍ଧି ଟେକିନେଇ ଦେଲେ ଏପରି ଧମକ appeared first on Odisha Reporter.
from Odisha Reporter https://ift.tt/SX36m9TQh
No comments:
Post a Comment