ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ୨ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 6, 2022

ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ୨ ମୃତ

ବିନିକା(ଓଡ଼ିଶା ରିପୋର୍ଟର): ବରଯାତ୍ରୀ ଆସିବା ହେଲା କାଳ। ଗଛରେ ପିଟି ହେଲା ବରଯାତ୍ରୀ ଗାଡି। ଫଳରେ ଘଟଣାସ୍ଥଳରେ ୨ ମୃତ୍ୟୁ ହୋଇଥିବା ବେଳେ ୧୩ଜଣ ଆହତ ହୋଇଛନ୍ତି। ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ବଡ଼କର୍ଲେ ଗାଁ ନିକଟରେ ଏଭଳି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ବରଗଡ଼ ଜିଲ୍ଲା ବରପାଲି ଥାନା ଗଣ୍ଠିଆପାଲି ଗାଁରୁ ସୁବର୍ଣ୍ଣପୁର ଜିଲ୍ଲା ଖଲିଆପାଲି ଗାଁକୁ ପୁଅ ବାହାଘର ପାଇଁ ବରଯାତ୍ରୀ ସାରି ଭ୍ୟାନ୍‌ରେ ଫେରୁଥିଲେ। ଏହି ସମୟରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଭ୍ୟାନଟି ବଡକର୍ଲେ ଗାଁ ନିକଟରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତିମାନେ ହେଲେ ବରଗଡ ସଦର ଥାନା ମାଳିପାଲିର ବିରଞ୍ଚି ମଲିକ(୬୦) ଓ ବରପାଲି ଥାନା ଗ୍ରୀନଡୋଲା ଗାଁର ଜିତେନ୍ଦ୍ର ବାଗ(୨୫)। ଆତହ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବର ପାଇ ରାମପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

The post ଗଛରେ ପିଟି ହେଲା ବରଯାତ୍ରୀ ଗାଡି, ୨ ମୃତ appeared first on Odisha Reporter.



from Odisha Reporter https://ift.tt/UHJpKwX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages