ହଟିଲା କଟକଣା, ଆଜିଠୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 26, 2022

ହଟିଲା କଟକଣା, ଆଜିଠୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ନୂଆଦିଲ୍ଲୀ: ହଟିଲା କଟକଣା। ଦୁଇ ବର୍ଷ ପରେ ଆଜିଠୁ ଉଡିବ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ। କରୋନା କଟକଣା ଯୋଗୁଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଆଜିଠୁ ହଟିଛି । କରୋନା ସଂକ୍ରମଣ କମିବା ପରେ କେନ୍ଦ୍ର ସରକାର ଇଣ୍ଟରନ୍ୟାସନାଲ ଫ୍ଲାଇଟ୍ ଚଳାଚଳ କରିବାକୁ ନିଷ୍ପତି ନେଇଛନ୍ତି।

ଦେଶରେ କରୋନା ସଂକ୍ରମଣ ମାମଲା ବଢିବା ପରେ ୨୦୨୦ମସିହା ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧ ଲଗାଯାଇଥିଲା। କିନ୍ତୁ ଏବେ ଦେଶରେ ବ୍ୟାପକ କରୋନା ଟିକାକରଣ ଓ ପଜିଟିଭ ହାର କମିବା ପରେ ସରକାର ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ଯାତ୍ରା ସମୟରେ କୋଭିଡ୍ ନିୟମ ପାଳନ କରିବାକୁ ସରକାର ଗାଇଡଲାଇନ୍ ଜାରି କରିଛନ୍ତି।

ନୂଆ ଗାଇଡଲାଇନ ଅନୁସାରେ ତିନୋଟି ସିଟ୍ ଖାଲି ରଖିବା ନେଇ ପୂର୍ବରୁ ଥିବା ଗାଇଡଲାଇନକୁ ହଟାଇ ଦିଆଯାଇଛି। ବିମାନ କର୍ମଚାରୀ ଏବେ ପିପିଇ କିଟ୍ ପିନ୍ଧିବା ଆବଶ୍ୟକ ନାହିଁ। ବିମାନ ବନ୍ଦରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଯାତ୍ରୀମାନେ ମାସ୍କ ପିନ୍ଧିବା ଜରୁରୀ।

ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ନିୟମିତ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ ହେବା ପରେ ଏପ୍ରିଲର ପ୍ରଥମ ସପ୍ତାହରେ ଯାତ୍ରୀ ଯାତାୟାତରେ ଏକ ବଡ଼ ଧରଣର ବୃଦ୍ଧି ଘଟିବ ବୋଲି ଆଶଙ୍କା ରହିଛି। ଦେଶର ବୃହତ୍ତମ ବିମାନବନ୍ଦର IGIA ପରିଚାଳନା କରୁଥିବା DIAL ଏଠାରୁ ୬୦ରୁ ଅଧିକ ଆନ୍ତର୍ଜାତୀୟ ବିମାନ ଚଳାଚଳ କରିବ ବୋଲି ଆଶା କରୁଛି। ଭାରତୀୟ ବିମାନ କମ୍ପାନୀଗୁଡିକ ସମେତ, ଏମିରେଟ୍ସ, ଭର୍ଜିନ ଆଟଲାଣ୍ଟିକ୍ ସମେତ ବିଭିନ୍ନ ବିଦେଶୀ ବିମାନ କମ୍ପାନୀ ମଧ୍ୟ ଅନ୍ତର୍ଜାତୀୟ ବିମାନ ସେବା ପୁଣି ଥରେ ଆରମ୍ଭ ହୋଇଥିବା ନେଇ ଉତ୍ସାହିତ ଅଛନ୍ତି।

The post ହଟିଲା କଟକଣା, ଆଜିଠୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ appeared first on Odisha Reporter.



from Odisha Reporter https://ift.tt/xCQidbc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages