ହୋଲି ପାର୍ଟିରେ ଫୁଟିଲା ବନ୍ଧୁକ, ଜଣେ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 18, 2022

ହୋଲି ପାର୍ଟିରେ ଫୁଟିଲା ବନ୍ଧୁକ, ଜଣେ ନିହତ

କୋଲକାତା: ରଙ୍ଗ ଖେଳରେ ଲାଗିଲା ରକ୍ତ ଛିଟା। ହୋଲି ପାର୍ଟିରେ ଗୁଳିକାଣ୍ଡ ଘଟି ଜଣକର ମୃତ୍ୟୁ ଘଟିଥିବା ବେଳେ  ୨ ଜଣ ଆହତ ହୋଛନ୍ତି। ଶୁକ୍ରବାର କୋଲକାତାର ରିଜେଣ୍ଟ ପାର୍କ ଏରିଆରେ ଏହି ଅଭାବନୀୟ ଘଟଣା ଘଟିଛି। ହୋଲି ଅବସରରେ ପାର୍ଟି ଚାଲୁଥିବା ବେଳେ ଦୁଇ ବନ୍ଧୁ କଳହ ଲାଗି ପରିସ୍ଥିତି ବିସ୍ପୋରଣ ରୂପ ନେଇଥିଲା।  ଗୁଳିକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଉଛନ୍ତି  ଦିଲିପ ଚୌହାନ୍। ତେବେ ଅଭିଯୁକ୍ତ ବନ୍ଧୁ ସୁଜିତ ମଲ୍ଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ କହିଛି।

ପୁଲିସ କହିବା ଅନୁଯାୟୀ ନାଟୁନପଲ୍ଲି ଏରିଆର ରିଜେଣ୍ଟ ପାର୍କରେ ସାଙ୍ଗମାନଙ୍କ ମଧ୍ୟରେ ହୋଲି ପାର୍ଟିର ଆୟୋଜନ ହୋଇଥିଲା।  ଏହି ସମୟରେ କଳହ ଲାଗି ବଚସା ହୋଥିଲା। ଝଗଡ଼ା ଚାଲୁଥିବା ବେଳେ ସୁଜିତ ନିଜ ପକେଟରୁ ପିସ୍ତଲ କାଢ଼ି ଫାୟାରିଂ କରିଥିଲେ। ଏଥିରେ ଦିଲିପଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି।

ପ୍ରଥମେ ୩ ଜଣଙ୍କୁ ଏସଏସକେମଏ ହିପସପିଟାଲରେ ଭତ୍ତି କରାଯାଇଛି। ସେଠାରେ ପ୍ରଦୀପଙ୍କୁ ମୃତ ଘୋଷଣା କରାଯାଇଛି। ଅନ୍ୟ୨ ଜଣଙ୍କ ଚିକିତ୍ସେ ଚାଲିଛି। ଏହି ଘଟଣାର ତଦନ୍ତ କରାଯାଉ ଥିବା ପୁଲିସ କହିଛି।

The post ହୋଲି ପାର୍ଟିରେ ଫୁଟିଲା ବନ୍ଧୁକ, ଜଣେ ନିହତ appeared first on Odisha Reporter.



from Odisha Reporter https://ift.tt/AXsyeoE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages