ରାଞ୍ଚି: ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲା ଦେଉଣି ଗାଁରେ ଏକ ସମ୍ବେଦନଶୀଳ ଘଟଣା ଘଟିଛି। ଜଣେ ୨୫ ବର୍ଷୀୟ ମହିଳା ନିଜର ଦୁଇ ପିଲାସହ ଏକ ନଳକୂପକୁ ଡେଇଁ ପଡ଼ିଥିଲେ । ଏଥିରେ ମମତାଙ୍କ ୨ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ତେବେ ମହିଳା ଜଣକ ସାମାନ୍ୟ ଆହତ ହୋଇଛନ୍ତି। କୂଅକୁ ଡେଇଁଥିବା ଏହି ମହିଳା ଜଣକ ହେଉଛନ୍ତି ୨୫ ବର୍ଷୀୟ ମମତା। ଘରୋଇ କଳହରୁ ଉତ୍ତ୍ୟକ୍ତ ହୋଇ ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗତକାଲି ଦିନ ଗୋଟାଏ ବେଳେ ମମତା ତାର ଦୁଇ ପିଲାକୁ ଧରି ଆତ୍ମହତ୍ୟା ପାଇଁ ଘରୁ ବାହାରି ଥିଲେ। ।
ନିଜର ଦୁଇ ସନ୍ତାନ ୨ ମାସର ଚିକୁ ଏବଂ ୫ ମାସର ସୁହାନୀଙ୍କୁ ସାଙ୍ଗରେ ନେଇ ଆସିଥିଲେ। ଉଭୟଙ୍କୁ ସାଥୀରେ ଧରି ମମତା କୂଅକୁ ଡେଇଁ ପଡ଼ିଥିଲେ। ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ଗ୍ରାମବାସୀମାନେ ମମତାଙ୍କ ସହ ପିଲାକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ସଙ୍ଗେ ସଙ୍ଗେ ୩ ଜଣଙ୍କୁ ହପିଟିଲାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ୨ ଜଣ ଛଆଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି । ଦୁଇ ଶିଶୁଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି। ତେବେ ଘଟଣାର ତଦନ୍ତ କରାଯାଉ ଥିବା ସ୍ଥାନୀୟ ପୁଲିସ ଇନଚାର୍ଜ ସନ୍ତୋଷ ମଣ୍ଡଳ କହିଛନ୍ତି।
The post ଦୁଇ ପିଲାଙ୍କ ସହ କୂଅକୁ ଡେଇଁ ପଡ଼ିଲା ମା’ appeared first on Odisha Reporter.
from Odisha Reporter https://ift.tt/75e8RYC
No comments:
Post a Comment