ରୁଷର ଅତ୍ୟାଚାର ଅଭିଯୋଗର ତଦନ୍ତ କରିବ ଜାତିସଂଘ, ପୁଣି ପଛଘୁଞ୍ଚା ଦେଲା ଭାରତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 4, 2022

ରୁଷର ଅତ୍ୟାଚାର ଅଭିଯୋଗର ତଦନ୍ତ କରିବ ଜାତିସଂଘ, ପୁଣି ପଛଘୁଞ୍ଚା ଦେଲା ଭାରତ

ମିଳିତ ଜାତିସଂଘ: ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରସଙ୍ଗରେ ଭାରତ ତା’ର ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରିନି। ଅନ୍ତର୍ଜାତୀୟ ସମୂହର ଚାପ ସତ୍ତ୍ୱେ ଭାରତ ପୂର୍ବଭଳି ରୁଷ ବିରୋଧରେ ଆସୁଥିବା ପ୍ରସ୍ତାବ ଠାରୁ ନିଜକୁ ଦୂରେଇ ରଖିଛି। ୟୁକ୍ରେନରେ ରୁଷ ମାନବାଧିକାର ଉଲ୍ଲଙ୍ଘନ କରୁଥିବା ନେଇ ଅଭିଯୋଗ ଆସିବା ପରେ ମିଳିତ ଜାତିସଂଘର ମାନବାଧିକାର ପରିଷଦ ତଦନ୍ତ ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି।

ହେଲେ ଏଥିପାଇଁ ପରିଷଦରେ ଆସିଥିବା ଗୋଟିଏ ପ୍ରସ୍ତାବ ଉପରେ ଚାଲିଥିବା ଭୋଟ ଦାନରୁ ଭାରତ ପୁଣିଥରେ ବିରତ ରହିଛି। ଏହାକୁ ମିଶାଇ ଭାରତ ୬ଷ୍ଠ ଥର ପାଇଁ ରୁଷ ବିରୋଧରେ ଆସିଥିବା କୌଣସି ପ୍ରସ୍ତାବରୁ ନିଜକୁ ଦୂରେଇ ରଖିଛି। ଏହାପୂର୍ବରୁ ଭାରତ ଜାତିସଂଘ ସୁରକ୍ଷା ପରିଷଦ, ଜାତିସଂଘର ସାଧାରଣ ମହାସଭା ଓ ଜାତିସଂଘର ମାନବାଧିକାର ପରିଷଦରେ ଆସିଥିବା ପ୍ରସ୍ତାବ ଉପରେ ଭୋଟ ଦେଇ ନଥିଲା।

ରୁଷ ଦ୍ୱାରା ମାନବାଧିକାର ଉଲ୍ଲଙ୍ଘନ ସମ୍ପର୍କିତ ପ୍ରସ୍ତାବ ଉପରେ ଭାରତ ସମେତ ଆଉ ୧୩ଟି ଦେଶ ଭୋଟ ଦେଇ ନାହାନ୍ତି। ଏମାନଙ୍କ ମଧ୍ୟରେ ପାକିସ୍ତାନ ଓ ଚାଇନା ମଧ୍ୟ ରହିଛନ୍ତି। ଦୀର୍ଘ ୧୦ ଦିନ ହେଲା ରୁଷ ସେନା ୟୁକ୍ରେନରେ ହମଲା କରୁଥିଲେ ମଧ୍ୟ ଏହି ୩ ଦେଶ ଏହାକୁ ଖୋଲାଖୋଲି ଭାବେ ନିନ୍ଦା କରି ନାହାନ୍ତି। କେବଳ ବିବାଦର ସମାଧାନ ପାଇଁ କୂଟନୀତିକ ଆଲୋଚନା ଆବଶ୍ୟକ ବୋଲି କହୁଛନ୍ତି।

୪୭ ସଦସ୍ୟ ବିଶିଷ୍ଟ ଜାତିସଂଘ ମାନାବଧିକାର ପରିଷଦରେ ଅନୁଷ୍ଠିତ ଭୋଟିଂରେ ୩୨ଟି ଦେଶ ତଦନ୍ତ ସପକ୍ଷରେ ମତ ରଖିଥିବାରୁ ଏହା ପାରିତ ହୋଇଛି। ଭୋଟିଂ ପରେ ଜାତିସଂଘ ମାନବାଧିକାର ପରିଷଦ ଟ୍ୱିଟ କରି କହିଛି ଯେ ୟୁଏନଏଚଆରିସି ଜରୁରୀ କାଳୀନ ଭିତ୍ତିରେ ପୂରା ଅଭିଯୋଗର ତଦନ୍ତ ପାଇଁ ଗୋଟିଏ ନିରପେକ୍ଷ ଅନ୍ତର୍ଜାତୀୟ କମିଶନ ଗଠନ କରିବ। ଏହି କମିଶନ ୟୁକ୍ରେନରେ ରୁଷ ମାନବାଧିକାର ଉଲ୍ଲଙ୍ଘନ ନେଇ ଆସିଥିବା ଅଭିଯୋଗର ତଦନ୍ତ କରି ରିପୋର୍ଟ ଦେବ।

ପ୍ରସ୍ତାବରେ ରୁଷ ଚଳାଇଥିବା ଦମନଲୀଳା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ସେହିପରି ୟୁକ୍ରେନରୁ ରୁଷ ସେନା ଓ ରୁଷ ସମର୍ଥିତ ଅସ୍ତ୍ରଧାରୀଙ୍କୁ ତୁରନ୍ତ ପ୍ରତ୍ୟାହାର ପାଇଁ ମଧ୍ୟ କୁହାଯାଇଛି।

ଅନ୍ୟପକ୍ଷରେ ଚାଇନାର ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ରୁଷର ହମଲା ବିରୋଧରେ ଜରୁରୀ ବିତର୍କ ପାଇଁ ଜାତିସଂଘରେ ଆସିଥିବା ପ୍ରସ୍ତାବକୁ ବିପକ୍ଷରେ ଚାଇନା ଭୋଟ ଦେଇଥିଲା। ହେଲେ ଏବେ ଜାତିସଂଘ ମାନବାଧିକାର ପରିଷଦରେ ଆସିଥିବା ପ୍ରସ୍ତାବ ଉପରେ ଭୋଟ ନ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

The post ରୁଷର ଅତ୍ୟାଚାର ଅଭିଯୋଗର ତଦନ୍ତ କରିବ ଜାତିସଂଘ, ପୁଣି ପଛଘୁଞ୍ଚା ଦେଲା ଭାରତ appeared first on Odisha Reporter.



from Odisha Reporter https://ift.tt/d0zx6J9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages