ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଯୁବକ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 27, 2022

ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଯୁବକ ଆହତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ୨ ଦିନ ପାଇଁ ଭାରତ ବନ୍ଦ ଥିବା ବେଳେ ଗତକାଲି ରାତିରୁ ତେଲ ପକାଇବା ପାଇଁ ବିଭିନ୍ନ ଟାଙ୍କିରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ଏପରି ସମୟରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଗୁଳିମାଡ଼ । ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ପାଦରେ ବାଜିଛି ଗୁଳି  । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

ଗତକାଲି   ବିଳମ୍ବିତ ରାତିରେ ୨ ଜଣ ଯୁବକ ଏକ ଇନୋଭାରେ ତେଲ ପକାବା ପାଇଁ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପକୁ ଯାଇଥିଲେ। ଏହି ସମୟରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ସେମାନଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ଗଣ୍ଡଗୋଳ ହୋଇଥିଲା।  ଘଟଣା ଉଗ୍ର ରୂପ ନେବାରୁ ସେମାନେ କିଛି ସ୍ଥାନୀୟ ଯୁବକଙ୍କୁ ଡକାଇ ଥିଲେ । ଏହାପରେ ଉତ୍ତେଜନା କ୍ରମଶଃ ବଢ଼ିବାରୁ  ଜଣେ ଉତ୍ତ୍ୟକ୍ତ  ଯୁବକ ଗୁଳିମାଡ଼ କରିଥିଲେ। ଫଳରେ ଗୁଳିଟି ଜଣେ ଯୁବକଙ୍କ ପାତରେ ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଭାରତ ବନ୍ଦକୁ ନେଇ ଗତକାଲି ରାତିରୁ ପେଟ୍ରୋଲ ପମ୍ପରେ ଲାଗିଛି ପ୍ରବଳ ଗହଳି  । ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହି ଗାଡ଼ିରେ ତେଲ ପକାଉଛନ୍ତି ଲୋକେ । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ  ବିଳମ୍ବିତ ରାତିରି ଯାଏଁ ଗ୍ରାହକମାନେ ପେଟ୍ରୋଲ ପମ୍ପରେ ଛିଡ଼ାହୋଇ ତେଲ ପକାଇଥିବା ବେଳେ ସକାଳେ ମଧ୍ୟ ଲାଇନ୍ ସରିନାହିଁ ।

ତେବେ ଷ୍ଟ୍ରାଇକ୍ ବେଳେ ପେଟ୍ରୋଲ ପମ୍ପ ବନ୍ଦ ରହିବ କି ନାହିଁ ସେ ନେଇ ପେଟ୍ରୋଲ, ଡିଜେଲ ଡିଲର୍ସ ଆସୋସିଏସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ବନ୍ଦର ପ୍ରଭାବ ଦେଖି ଆଗାମୀ ନିଷ୍ପତ୍ତି ନିଆଯିବ ବୋଲି ସଂଘ କହିଛି ।

The post ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଯୁବକ ଆହତ appeared first on Odisha Reporter.



from Odisha Reporter https://ift.tt/NdAg9np

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages