ସୃଷ୍ଟି ହେଲା ଲଘୁଚାପ, ଜାଣନ୍ତୁ, ଓଡ଼ିଶା ଉପରେ କ’ଣ ପଡ଼ିବ ପ୍ରଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 15, 2022

ସୃଷ୍ଟି ହେଲା ଲଘୁଚାପ, ଜାଣନ୍ତୁ, ଓଡ଼ିଶା ଉପରେ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହେଲା ଲଘୁଚାପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଭାରତ ମହାସାଗର ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି  । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ି ନ ପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ଏହି ଲଘୁଚାପ କ୍ଷେତ୍ର ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ ମଧ୍ୟ ଆକଳନ କରିନାହିଁ ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର ସୂଚନା ଅନୁୟାୟୀ,  ମାର୍ଚ୍ଚ ମାସରେ ସୃଷ୍ଟି ହେଉଥିବା ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସେପରି କିଛି ଟ୍ରାକ୍‌ ରେକର୍ଡ ନାହିଁ। ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଏହାର ପ୍ରଭାବ ଓ଼ଡ଼ିଶା ଉପରେ ନାହିଁ ବୋଲି କହିଛି ପାଣିପାଗ ବିଭାଗ ।

ଲଘୁଚାପ  ବାତ୍ୟାର ରୂପ ନେବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।  ଏ ଯାଏ ବାତ୍ୟା ସମ୍ପର୍କରେ କୌଣସି ଆକଳନ କରାଯାଇ ନ ଥିବା ସେ କହିଛନ୍ତି  ।

ଏନେଇ   ସବିଶେଷ ସୂଚନା ଦେବାକୁ ଯାଇ ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟର ବିଶେଷଜ୍ଞ ଉମାଶଙ୍କର ଦାସ କହିଥିଲେ, ପୂର୍ବ ଟ୍ରାକ୍‌ ରେକର୍ଡ ଅନୁଯାୟୀ, ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଛି ତାହାର ସେପରି  ପ୍ରଭାବ ଓଡ଼ିଶା ଉପରେ ପଡ଼ିନାହିଁ। ସାଧାରଣତଃ ମାର୍ଚ୍ଚରେ ଯେଉଁ ଲଘୁଚାପ ସୃଷ୍ଟି ହୋଇଥାଏ, ତାହା ଓଡ଼ିଶା ଆଡ଼କୁ ମୁହାଁଇବାକୁ ଅନୁକୂଳ ହୋଇ ନ ଥାଏ। ତେଣୁ ମାର୍ଚ୍ଚରେ ବାତ୍ୟା ଓଡ଼ିଶା ମୁହାଁ ହେବା କେବେ ପରିଲକ୍ଷିତ ହୋଇନି। ସେହି ଦୃଷ୍ଟିରୁ ଓଡ଼ିଶା ଉପରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ବିଶେଷ ପଡ଼ିବ ନାହିଁ ବୋଲି କୁହାଯାଇପାରେ।

The post ସୃଷ୍ଟି ହେଲା ଲଘୁଚାପ, ଜାଣନ୍ତୁ, ଓଡ଼ିଶା ଉପରେ କ’ଣ ପଡ଼ିବ ପ୍ରଭାବ appeared first on Odisha Reporter.



from Odisha Reporter https://ift.tt/zMSLgwD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages