କଟକ(ଓଡ଼ିଶା ରିପୋର୍ଟର): ମାନସ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାର ଆଜି ଚତୁର୍ଥ ଦିନ। ହତ୍ୟାରେ ବ୍ୟବହୃତ ସାମଗ୍ରୀ ଜବତ ହୋଇ ସାରିଥିବା ବେଳେ ଯେଉଁ ମେମୋରି ଚିପ୍ ପାଇଁ ହତ୍ୟାକାଣ୍ଡ ହୋଇଥିବା ଆଲୋଚନା ହେଉଛି ସେ ନେଇ ଟେର ପାଉନି କ୍ରାଇମବାଞ୍ଚ ଟିମ୍। ଗତକାଲି ଘଟଣାର ଅଭିଯୁକ୍ତ ରଞ୍ଜନକୁ ଚଣ୍ଡିଖୋଲର ଶଙ୍ଖାରିଗଡ଼ାରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ କ୍ରାଇମବ୍ରାଞ୍ଚ ଟିମ୍ ଜବତ କରିଥିବା ବେଳେ ଆଜି ସକାଳୁ ଶର୍ମିଷ୍ଠାଙ୍କୁ ଧରି କେଉଁଆଡ଼େ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍। ଆଜି କ୍ରାଇମବ୍ରାଞ୍ଚ ଘଟଣାର ସିନ୍ ରିକ୍ରିଏସନ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ମାନସ ମୃତ୍ୟୁ ମାମଲାରେ ୪ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଂଜନ ସେଠୀ, ଝୁନା ଭୋଇ ଓ ରଂଜନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ଏହି ୫ ଦିନ ଭିତରେ ମାନସ ମୃତ୍ୟୁ ସମ୍ପର୍କରେ ସମସ୍ତ ତଥ୍ୟ ଓଗାଳିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା। ଆସନ୍ତାକାଲି ସମସ୍ତ ଅଭିଯୁକ୍ତଙ୍କର ରିମାଣ୍ଡ ସରିବ । ତେଣୁ ଆଜି ରିମାଣ୍ଡର ଚତୁର୍ଥ କ୍ରାଇମ୍ ସ୍ପଟ୍କୁ ନେଇ ବଳିଷ୍ଠ ପ୍ରମାଣ ଯୋଗାଡ଼ କରାଯାଇପାରେ । ଚାନ୍ଦବାଲି ପଳାଶପୁରର ଅପହରଣ ସ୍ଥାନ, ହତ୍ୟା କରାଯାଇଥିବା ଭୁବନେଶ୍ୱର ଦୟାଲ ଆଶ୍ରମ, ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ରଣପୁରକୁ ନେଇ ସିନ୍ ରିକ୍ରିଏସନ କରିବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ । ଯଦିଓ ଚାନ୍ଦବାଲି ପୁଲିସ୍ ଏସବୁ ପୂର୍ବରୁ କରିସାରିଛି, ତଥାପି କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେବା ପରେ ପୁଣିଥରେ ସିନ୍ ରିକ୍ରିଏସନ କରିବ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଶର୍ମିଷ୍ଠାଙ୍କୁ କଟକ କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ ଆଜି ଏକ ଗାଡ଼ିରେ ନେଇଛି କ୍ରାଇମବ୍ରାଞ୍ଚ । କିନ୍ତୁ କୁଆଡ଼େ ନେଉଛି, ତାହା ସ୍ପଷ୍ଟ ହୋଇନାହିଁ । ସେପଟେ ଫୋରେନସିକ୍ ରିପୋର୍ଟ କୁଆଡ଼େ ଗଲା ସେନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅଭିଯୁକ୍ତ ନିରଞ୍ଜନ ଏବଂ ମାନସଙ୍କର ମୋବାଇଲ ଫରେନସିକ ଯାଞ୍ଚ ପାଇଁ ଯାଇଥିବାରୁ ସେଥିରୁ କ’ଣ ମିଳିଲା ତାହା ଜଣାପଡ଼ିନି । ତା ସହ ଦୟାଲ ଆଶ୍ରମ ଓ ମୃତଦେହ ନିଆଯାଇଥିବା କାରରୁ ନମୁନା ସଂଗ୍ରହ କରାଯାଇ ଫୋରେନସିକ୍ ଯାଞ୍ଚ ପାଇଁ ଯାଇଥିଲା । ସେହିପରି କିଛି ନମୁନାର ଡିଏନ୍ଏ ବିଶ୍ଳେଷଣ କରାଯିବାକୁ ଯାଇଥିଲା । ତେବେ ଏହାର ରିପୋର୍ଟ କୁଆଡ଼େ ଗଲା, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
The post ଶର୍ମିଷ୍ଠାଙ୍କୁ ଧରି ସ୍ପଟମୁହାଁ କ୍ରାଇମବ୍ରାଞ୍ଚ , ଆଜି ହୋଇପାରେ କ୍ରାଇମ୍ ସିନ ରିକ୍ରିଏଟ appeared first on Odisha Reporter.
from Odisha Reporter https://ift.tt/NKJqk0u
No comments:
Post a Comment