ଦିନକ ପରେ ବଢ଼ିବ ତାତି, ୟେଲୋ ୱାର୍ଣ୍ଣିଂ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 13, 2022

ଦିନକ ପରେ ବଢ଼ିବ ତାତି, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଉ ଦିନକ ପରେ ବଢ଼ିବ ତାତି। ଅସହ୍ୟ ହେବ ଗ୍ରୀଷ୍ମ ଲହରୀ। ଆସନ୍ତା ୧୬ ତାରିଖରୁ ରାଜ୍ୟରେ ବଢିବ ତାତି।  ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ଅସହ୍ୟ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି।  ଆଇଏମ୍‌ଡିର ପୂର୍ବାନୁମାନ ଅନୁସାରେ ୧୬ ଏବଂ ୧୭ ତାରିଖ ଦୁଇ ଦିନ ଧରି ବିଭିନ୍ନ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

୧୬ ତାରିଖରେ ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବା ସମ୍ଭାବନା ରହିଛି। ଏହାକୁ ଆଖି ଆଗରେ ରଖି ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ୧୭ ତାରିଖ ପାଇଁ ବଲାଙ୍ଗିର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଗତକାଲି ଟିଟିଲାଗଡ଼ ସବୁଠାରୁ ଉତ୍ତପ୍ତ ସହର ଥିଲା। ଏଠାରେ ସର୍ବାଧିକ ତାପମାତ୍ରା ୩୭.୭ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।  ସେପଟେ ରାଜ୍ୟର କିଛି ଅଞ୍ଚଳରେ ଆଜି ଘନ କୁହୁଡ଼ି ଦେଖା ଦେଇଛି।  ବିଶେଷ କରି ଭୁବନେଶ୍ୱର, ଖୋର୍ଦ୍ଧା, କଟକର ଆଖପାଖ ଅଞ୍ଚଳରେ କୁହୁଡ଼ି ଦେଖା ଦେଇଛି।

The post ଦିନକ ପରେ ବଢ଼ିବ ତାତି, ୟେଲୋ ୱାର୍ଣ୍ଣିଂ ଜାରି appeared first on Odisha Reporter.



from Odisha Reporter https://ift.tt/PsJT0hX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages