କମେଣ୍ଟ ମରାରୁ ରକ୍ତପାତ; ଏକାଥରେ ଗଡ଼ିଲା ଗୋଟିଏ ପରିବାରର ୪ ମୁଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 22, 2022

କମେଣ୍ଟ ମରାରୁ ରକ୍ତପାତ; ଏକାଥରେ ଗଡ଼ିଲା ଗୋଟିଏ ପରିବାରର ୪ ମୁଣ୍ଡ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ସାମାନ୍ୟ କମେଣ୍ଟ ମରାରୁ ଘଟିଲା ରକ୍ତପାତ । ଛାରଖାର ହୋଇଗଲା ପରିବାର । ଏକାଥରେ ଗୋଟିଏ ପରିବାରର ୪ ମୁଣ୍ଡ ଗଡ଼ିଲା। ମୃତକଙ୍କ ମଧ୍ୟରେ ୩  ଜଣ ଭାଇ ଓ ଜଣେ ପୁତୁରା ଥିବା ଜଣାଯାଇଛି।  ଏପରି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା  ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ଥାନା ପିତଳ ଛକରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତକମାନେ ହେଲେ ପିତଳ ନରେନ୍ଦ୍ରପୁର ଅଂଚଳର ମଙ୍ଗୁଳୁ ସ୍ୱାଇଁଙ୍କ ୩ ପୁଅ ଶମ୍ଭୁ ସ୍ୱାଇଁ , ପାଣ୍ଡୁରା ସ୍ୱାଇଁ  ଓ ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ ସ୍ୱାଇଁ । ଏହି ଘଟଣାରେ ଅପରପକ୍ଷର ଜଣେ ଆହତ ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି  । ପୁଲିସ୍‌ ୨ ଜଣଙ୍କୁ ଅଟକ ରଖି ଘଟଣାର ଛାନଭିନ କରୁଛି। ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ମଙ୍ଗୁଳୁ ସ୍ୱାଇଁଙ୍କ ପୁଅମାନେ ପିତଳ ଛକରେ ଏକ ଫାଷ୍ଟଫୁଡ୍ ଦୋକାନ ଖୋଲି ବେପାର କରନ୍ତି। ଗତକାଲି ରାତି ପ୍ରାୟ ୧୦ଟା ବେଳେ ନିଜ ଦୋକାନ ବନ୍ଦ କରି ସେମାନେ ଘରକୁ ଫେରୁଥିଲେ। ରାସ୍ତାରେ ଦୁର୍ଘଟଣାଗସ୍ତ ହୋଇଥିବା ଜଣେ ମହିଳାଙ୍କୁ ସହାୟତା କରିବାକୁ ସେମାନେ ଅଟକି ଥିଲେ। ତେବେ ଏହି ସମୟରେ ୬ଜଣ ଯୁବକ ସେମାନଙ୍କୁ ଟାପି ଟାପୁରା କରିବା ସହ କମେଣ୍ଟ ମାରିଥିଲେ। ଯାହାକୁ ଦେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା ।  ଗଣ୍ଡଗୋଳ ଧିରେ ଧିରେ ବଢ଼ିବାକୁ ଲାଗିଲା। ଏହାପରେ ଅପରଗୋଷ୍ଠୀର ଯୁବକମାନେ ଠେଙ୍ଗା ଓ ଲୁହା ରଡରେ ସେମାନଙ୍କୁ ଆକ୍ରମଣ କରିଥିଲେ।    ଏଥିରେ  ଶମ୍ଭୁ  , ପାଣ୍ଡୁରା, ରାଜା ସ୍ୱାଇଁ ଏବଂ ପୁତୁରା ଚନ୍ଦନ  ଗୁରୁତର ଆହତ ହୋଇଥିଲେ  ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧର କରି ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ  ଭର୍ତ୍ତି କରିଥିଲା । ସେଠାରେ ଡାକ୍ତର ୪ଜଣଙ୍କୁ ମୃତ ଘୋଷଣା କରିଛି । ଏହି ୪ ଜଣଙ୍କ ପ୍ରତି ଆକ୍ରମଣରେ ବିପକ୍ଷ ଗୋଷ୍ଠୀର ଜଣେ ଆହତ ହୋଇଥିବା ବେଳେ ତାଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ୨ ଜଣଙ୍କୁ ଅଟକ ରଖିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଏହି ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା କି ? ଏମାନେ ପରସ୍ପରକୁ ଜାଣିଥିଲେ ନା ଏମାନଙ୍କ ମଧ୍ୟରେ ପୂର୍ବରୁ କିିଛି ସମ୍ପର୍କ ରହିଛି ସେ ଦିଗରେ ଏବେ ତଦନ୍ତ କରାଯାଉଛିଥିବା କହିଛନ୍ତି ତଦନ୍ତକାରୀ ଅଧିକାରୀ।

The post କମେଣ୍ଟ ମରାରୁ ରକ୍ତପାତ; ଏକାଥରେ ଗଡ଼ିଲା ଗୋଟିଏ ପରିବାରର ୪ ମୁଣ୍ଡ appeared first on Odisha Reporter.



from Odisha Reporter https://ift.tt/gjXKGIT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages