ନିଆଳି(ବିନୟ ମିଶ୍ର): ଦୋଳ ଝୁଲଣ ଚାଲିଥିବା ସମୟରେ କାଠଚକ୍ରୀ ବାଣ ଫୁଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ନାରିଶୋ ଗାଁରେ। ମୃତ ଯୁବକଙ୍କ ଜଣଙ୍କ ହେଲେ ନରିଶୋ ଗାଁର ସୃତି ଷଡ଼ଙ୍ଗୀ। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ସୂଚନା ଅନପୁସାରେ, ଗତକାଲି ବିଳମ୍ବିତ ରାତିରେ ନାରିଶୋ ଗାଁରେ ଦୋଳ ଝୁଲଣ ଚାଲିଥିଲା। ଏହି ସମୟରେ ସୃତି ସେଠାରେ ଉପସ୍ଥିତ ଥିଲେ। ହଠାତ୍ କାଠଚକ୍ରୀ ବାଣଟି ଫୁଟି ଯାଇଥିଲା। ସୃତିଙ୍କୁ ଗୁରୁତର ଅବସ୍ଥାରେ ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଏସସିବିକୁ ରେଫର କରିଥିଲେ। କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ସୃତିଙ୍କ ମୃତ୍ୟୁପରେ ଗାଁରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।
The post କାଠଚକ୍ରୀ ବାଣ ଫୁଟି ଯୁବକ ମୃତ appeared first on Odisha Reporter.
from Odisha Reporter https://ift.tt/vhwSGEf
No comments:
Post a Comment