ରାମନବମୀ ପୂର୍ବରୁ କର୍ଫ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 29, 2022

ରାମନବମୀ ପୂର୍ବରୁ କର୍ଫ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ

ମୁମ୍ବାଇ: ଆଗକୁ ଆସୁଥିବା ପୂଜାପର୍ବ ଗୁଡ଼ିକୁ ପାଳନ ନେଇ ମହାରାଷ୍ଟ୍ର ସରକାରଙ୍କ ଗାଇଡଲାଇନ୍‌ ଅସ୍ପଷ୍ଟଥିବାରୁ ବିଜେପି ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ବିଜେପି ବିଧାକୟ ଆଶିସ୍‌ ଶେଲାର ସରକାରଙ୍କ ଆଭିମୁଖ୍ୟକୁ ଟାର୍ଗେଟ କରିଛନ୍ତି।  କାରଣ ମାର୍ଚ୍ଚ ୧୦ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ମୁମ୍ବାଇଇ ପୁଲିସ ଧାରା ୧୪୪ ଲାଗୁ କରିଛି। ଏପ୍ରିଲ ୨ରେ ଆଞ୍ଚଳିକ ପର୍ବ ଗୁଡ଼ି ପଡ଼ୱା ରହିଛି। ସେହିପରି ରାମ ନବମୀ ଏପ୍ରିଲ ୧୦ରେ ରହିଛି।  ଗୁଡ଼ିପଡ଼ୱା ଏବଂ ରାମନବମୀ ଉତ୍ସବରେ ମହାରାଷ୍ଟ୍ରରେ ଶୋଭାଯାତ୍ରା ଆୟୋଜନ ହୁଏ। ବାଜା ବାଣ ରୋଷଣୀରେ ଠାକୁର ସହର ପରିକ୍ରମା କରନ୍ତି ବୋଲି ବିଜେପି ବିଧାୟକ କହିଛନ୍ତି।

ସରକାର କୋଭିଡ୍‌ ମହାମାରୀର ଆଳ ଦେଖାଇ ହିନ୍ଦୁ ପୂଜାପର୍ବ ପାଳନ ଉପରେ ପ୍ରତିବନ୍ଧକ ଲାଗୁ କରୁଛନ୍ତି।  ହିନ୍ଦୁ ପର୍ବପର୍ବାଣି ଉପରେ ସରକାରଙ୍କ ଏଭଳି ଆଭିମୁଖ୍ୟ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ଗୁଡ଼ିପଡ଼ୱା ଏବଂ ରାମନବବୀମ ପୂର୍ବରୁ  ମୁମ୍ବାଇରେ କର୍ଫ୍ୟୁ ଲାଗୁ କରାଯାଇଛି। ଏହି ପ୍ରସଙ୍ଗୁକୁ ନେଇ ବିଜେପି ବିଧାୟକ ଆଶିସ୍‌ ମହାରାଷ୍ଟ୍ର ବିଧାନସଭାରେ ଉଠାଇଥିଲେ। ହିନ୍ଦୁ ନବବର୍ଷରେ ଶୋଭାଯାତ୍ରାକୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ।

ହେଲେ ସରକାରଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସ ସ୍ପଷ୍ଟ ସଙ୍କେତ ମିଳି ନାହିଁ। ସରକାରଙ୍କ ନିରବତାକୁ ନେଇ ବିଧାୟକ ପ୍ରଶ୍ନ ଉଠାଇବା ସହ ଟାର୍ଗେଟ କରିଛନ୍ତି। ଉଭୟ ଗୁଡ଼ିପଡ଼ୱା ଏବଂ ରାମନବମୀରେ ଶୋଭାଯାତ୍ରାକୁ ଅନୁମତି ଦେବାକୁ ସେ ଦାବି କରିଛନ୍ତି । କୌଣସି ଆଳ ଦେଖାଇ ଏଥିରେ ପ୍ରତିବନ୍ଧକ ଲଗା ନ ଯାଉ।  ଏଥିପାଇଁ ଆମେ ଉତ୍ସବ କମିଟି ଏବଂ ବୋର୍ଡ଼ ସହ ଆଲୋଚନା କରିବୁ। ଏହି କାର୍ଯ୍ୟକ୍ରମରେ ବିଜେପି ଅଂଶଗ୍ରହଣ କରିବ ବୋଲି ସେ କହିଛନ୍ତି।

The post ରାମନବମୀ ପୂର୍ବରୁ କର୍ଫ୍ୟୁକୁ ନେଇ ପ୍ରଶ୍ନ ଉଠାଇଲେ ବିଜେପି ବିଧାୟକ appeared first on Odisha Reporter.



from Odisha Reporter https://ift.tt/w21YSRi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages