ନୂଆଦିଲ୍ଲୀ: ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ । ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ତେଲ ଦର। ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି। କୋଲକାତାରେ ପେଟ୍ରୋଲ ୮୩ ଓ ଡିଜେଲ୍ ୮୦ ପଇସା ବଢ଼ିଛି। ଗତକାଲି ୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା।
ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି । ସେହିପରି କେନ୍ଦ୍ର ସରକାର ଏଲ୍ପିଜି ସିଲିଣ୍ଡର ଦାମ୍ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି।
ଅନ୍ତର୍ଜାତିକ ବଜାରରେ ଏବେ ଆଶୋଧିତ ତୈଳ ଦର ୧୧୩ ଡଲାର ପାଖାପାଖି ରହିଛି। ଏହା ବ୍ୟତୀତ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୭୬-୭୭ ଟଙ୍କା ସ୍ତର ରହିଛି। ଏହି କାରଣରୁ କଂପାନିଗୁଡ଼ିକ ଗ୍ୟାସ ଦର ବଢ଼ାଇଛନ୍ତି। ଶେଷ ଥର ଲାଗି ୨୦୨୧ ଅକ୍ଟୋବର ୬ରେ ଏଲ୍ପିଜି ଦାମ୍ ବଢ଼ିଥିଲା। ତେବେ ୫ଟି ରାଜ୍ୟରେ ନିର୍ବାଚନ ହେବାକୁ ଥିବାରୁ କେବଳ ଏଲ୍ପିଜି ନୁହେଁ, ପେଟ୍ରୋଲ ଓ ଡିଜେଲ୍ ଦରବୃଦ୍ଧି ଉପରେ ମଧ୍ୟ ରୋକ ଲଗାଯାଇଥିଲା। ଏହି ପାଞ୍ଚଟି ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବା ସହ ଗତକାଲି ଠାରୁ ତେଲ ଓ ଗ୍ୟାସ୍ ଦାମ୍ ବଢ଼ିବା ପ୍ରକ୍ରିୟା ଆରମ୍ଭ ହୋଇଛି।
The post ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍ appeared first on Odisha Reporter.
from Odisha Reporter https://ift.tt/6uPhRzY
No comments:
Post a Comment