ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରୁ ଶ୍ରୀଲଙ୍କାରେ ସୃଷ୍ଟି ହୋଥିବା ବିସ୍ଫୋରକ ପରିସ୍ଥତି ପାଇଁ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି ବ୍ୟବସ୍ଥା ଏପ୍ରିଲ ୧ରୁ ଲାଗୁ ହେବ। ଦୀର୍ଘ ଦିନଧରି ଶ୍ରୀଲଙ୍କାରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟକୁ ମୁକାବିଲା କରିବାରେ ଶ୍ରୀଲଙ୍କା ସରକାର ବିଫଳ ହୋଇଥିବା ବେଳେ ଶେଷରେ ଏହା ଉଗ୍ରରୂପ ଧାରଣ କରିଛନ୍ତି। ଖାଦ୍ୟ ଏବଂ ଜରୁରୀକାଳୀନ ସାମଗ୍ରୀ ଅଭାବରୁ ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।
ଶ୍ରୀଲଙ୍କାର ହଜାର ହଜାର ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ଆନ୍ଦୋଳନ କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଶ୍ରୀଲଙ୍କା ପୁଲିସ କର୍ଫ୍ୟୁ ଲାଗୁ କରିଛି। କଲମ୍ବୋରେ ରାଷ୍ଟ୍ରପତି ରାଜପାକ୍ସଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପରେ ପୁଲିସ ଅଧିକ କଠୋର ହୋଇଛି।
ଶ୍ରୀଲଙ୍କାର ସାମ୍ବିଧାନିକ ଧାରା ୧୫୫ ଅନୁଯାୟୀ ଦେଶରେ ଜରୁରୀକାଳୀନ ବ୍ୟବସ୍ଥା ଘୋଷଣା ପାଇଁ ରାଷ୍ଟ୍ରପତିଙ୍କ ହାତରେ କ୍ଷମତା ରହିଛି। ରାଷ୍ଟ୍ରପତିଙ୍କ ଦ୍ୱାରା ଘୋଷିତ ଜରୁରୀକାଳୀନ ବ୍ୟବସ୍ଥାକୁ କୋର୍ଟରେ ଚାଲେଞ୍ଜ ହୋଇପାରିବ ନାହିଁ। ଏହି ବ୍ୟବସ୍ଥା ମାସେ ପର୍ଯ୍ୟନ୍ତ କାଏମ ରହିବାର ନିୟମ ରହିଛି । ଶ୍ରୀଲଙ୍କାର ସଂସଦ ଏହି ଜୁରରୀକାଳୀନ ଘୋଷଣାକୁ ୧୪ ଦିନ ମଧ୍ୟରେ ମଞ୍ଜୁର ହେବା ବିଧି ରହିଛି। ଯଦି ସଂସଦରେ ଏହି ବ୍ୟବସ୍ଥା ପାରିତ ନହୁଏ ତେବେ ଏହା ରଦ୍ଦ ହୋଇଯିବ।
The post ସ୍ଥିତି ଅଣାୟତ୍ତ: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥତି ଘୋଷଣା appeared first on Odisha Reporter.
from Odisha Reporter https://ift.tt/BasqCMP
No comments:
Post a Comment