ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିଲେ ଏଏସଆଇ, ମାଡ଼ି ବସିଲା ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 29, 2022

ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିଲେ ଏଏସଆଇ, ମାଡ଼ି ବସିଲା ଭିଜିଲାନ୍ସ

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ୩୦୭ ଦଫା କାଟି  ଦଫା ୧୦୭ ଲଗାଇବାକୁ ଦାବି କରୁଥିଲେ ୧୦ ହଜାର ଟଙ୍କା।  ଦଫା କମ୍‌ କରିଦେବାକୁ କାକୁତିମିନତି ହେବାରୁ ମାଗୁଥିଲେ ଲାଞ୍ଚ । ଶେଷରେ ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ସଦର ଥାନା ଏଏସଆଇ ପୃଥୀରାଜ ମିଶ୍ରଙ୍କୁ ଗିରଫ କରିଛି କେନ୍ଦ୍ରାପଡା ଭିଜିଲାନ୍ସ ଟିମ୍‌ ।

କୋରୁଆ ଗ୍ରାମର ମିହିର ଲେଙ୍କାଙ୍କ ନାଁରେ ଥିବା ଏକ  ମାମଲାରରେ ୩୦୭ ଦଫା ଲାଗିଥିଲା। ଏହାକୁ କାଟି ଦଫା ୧୦୭ କରି ଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ ପୃଥୀରାଜ । ପ୍ରଥମ ପର୍ଯ୍ୟାୟରେ ୩ ହଜାର ଟଙ୍କା ନେଇଥିବା ବେଳେ ମଧ୍ୟସ୍ତି ଜରିଆରେ ଅବଶିଷ୍ଟ ୭ ହଜାର ଟଙ୍କା ନେଉଥିଲେ ।

ଏନେଇ ମିହିର ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିବା ବେଳେ  ପୃଥୀରାଜଙ୍କୁ ମାଡ଼ି ବସିବା ପାଇଁ ଜାଲ ବିଛାଇଥିଲା ପୁଲିସ୍‌। ମଧ୍ୟସ୍ତି ବିଜୟ କୁମାର ବେହେରାଙ୍କ ଜରିଆରେ ଏଏସଆଇ ପୃଥୀରାଜ ଅବଶିଷ୍ଟ ୭ ହଜାର  ଗତକାଲି ସନ୍ଧ୍ୟାରେ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଉଭୟ  ପୃଥୀରାଜ ଓ ବିଜୟଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ ହୋଇଛି । ଭିଜିଲାନ୍ସ ଟିମ୍‌  ପୃଥ୍ୱୀରାଜଙ୍କ ସରକାରୀ କ୍ୱାର୍ଟର ଉପରେ ମଧ୍ୟ ଚଢ଼ାଉ କରିଛି ।

The post ମଧ୍ୟସ୍ଥି ଜରିଆରେ ଲାଞ୍ଚ ନେଉଥିଲେ ଏଏସଆଇ, ମାଡ଼ି ବସିଲା ଭିଜିଲାନ୍ସ appeared first on Odisha Reporter.



from Odisha Reporter https://ift.tt/mcPANEH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages