କ୍ଲିନ୍‌ ବୋଲ୍ଡ ହେଲେ ଇମ୍ରାନ୍‌, ହାତରୁ ଗଲା ଆସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 9, 2022

କ୍ଲିନ୍‌ ବୋଲ୍ଡ ହେଲେ ଇମ୍ରାନ୍‌, ହାତରୁ ଗଲା ଆସନ

ଇସଲାମାବାଦ: କ୍ଲିନ୍‌ ବୋଲ୍ଡ ହେଲେ ପାକ୍‌ ପ୍ରଧାନମନ୍ତ୍ରୀ।  ଗଲା ଇମ୍ରାନ ଖାନଙ୍କ ପଦବୀ। ମିଡ୍‌ ନାଇଟ୍ ଡ୍ରାମା ଅନାସ୍ଥା ଭୋଟରେ ହାରିଲେ ଇମ୍ରାନ ଖାନ।  ରାତି ୨ଟା ପର୍ଯ୍ୟନ୍ତ ଚାଲିଥିବା ଅନସ୍ଥା ଭୋଟରେ ୩୪୨ ସାଂସଦଙ୍କ ସଦସ୍ୟ ମଧ୍ୟରୁ ମିଳିତ ବିରୋଧୀ ୧୭୪ ଭୋଟ ପାଇ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ତେବେ ଭୋଟ ବେଳେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ  ସଂସଦରେ ଇପସ୍ଥିତ ନଥିଲେ। ଏହା ସହ ତେହେରିକେ ଇନସାଫର କୌଣସି ସଦସ୍ୟ ମଧ୍ୟ ଭୋଟିଂ ବେଳେ ଉପସ୍ଥିତ ନ ରହି ସଂସଦରୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା।

ପାକିସ୍ତାନ ରାଜନୀତିରେ ଇମ୍ରାନ ଖାନ ପ୍ରଥମ ପ୍ରଧାନମନ୍ତ୍ରୀ ଯିଏକି ଅନାସ୍ଥା ଭୋଟରେ ପରାଜିତ ହୋଇଛନ୍ତି।  ଇମ୍ରାନ ଖାନଙ୍କ ପରେ ଶାହବାଜ୍ ସରିଫ୍ କାପିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବା ନେଇ ଏକ ପ୍ରପକାର ନିଶ୍ଚିତ ହୋଇଛି।  ତେବେ ଅନାସ୍ଥା ଭୋଟ ପୂର୍ବରୁ ଇମ୍ରାନ ଖାନ ରଖିଥିବା ୩ ଟି ସର୍ତ୍ତ ରଖିଥିଲେ। ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି,  ସାହାବାଜଙ୍କୁ  ପ୍ରଧାନମନ୍ତ୍ରୀ କରାନଯାଉ ଏବଂ NAB ଆଧାରରେ ତାଙ୍କ ନାଁରେ ମାମଲା ରୁଜୁ କରାଯିବନି।

ସେପଟେ ବିରୋଧୀ ପାକିସ୍ତାନ ଗଣତନ୍ତ୍ରରେ ସାଧୁ ଏବଂ ନିୟମରେ ଥିବା ବ୍ୟକ୍ତିଙ୍କ ବିରୋଧରେ କେବେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିଛନ୍ତି ଶାହବାଜ ସରଫି। ପାକିସ୍ତାନ ପିପୁଲ୍ସ ପାର୍ଟିର ମୁଖ୍ୟ  ବିଲାୱାଲ ଭୁଟ୍ଟୋ ଜରଦାରୀ ପାକିସ୍ତାନ ନାଗରିକଙ୍କ ଏହା ବିଜୟ ବୋଲି କହିଛନ୍ତି। ତିନି ବର୍ଷ ହେବେ ପାକିସ୍ତାନ ଗଣତନ୍ତ୍ର ବିପଦରେ ଥିଲା ଏବେ ଅନାସ୍ଥା ଭୋଟ ପରେ ଏହାର ବିଜୟ ହୋଇଛି ବୋଲି କହିଛନ୍ତି  ବିଲାୱାଲ ଭୁଟୋ ଜରଦାରୀ।

ଅନ୍ୟପଟେ ଇମ୍ରାନ ସରକାରଙ୍କ ଦୁଇ ଜଣ ମନ୍ତ୍ରୀ ସେମାନଙ୍କ ଟ୍ୱିଟର ପ୍ରୋଫାଇଲ ବଦଳାଇଛନ୍ତି। ଫୱାଦ ଚୌଧରୀ ଏବଂ କ୍ୟୁରେସୀ ସେମାନଙ୍କ ଟ୍ୱିଟର ପ୍ରୋଫାଇଲରେ ନିଜକୁ ପୂର୍ବତନ ମନ୍ତ୍ରୀ ବୋଲି ଦର୍ଶାଇଥିଲେ। ଏହାପରେ ହୋଇଥିବା ଅନାସ୍ଥା ଭୋଟରେ ଇମ୍ରାମନ ଖାନ ନିଜର ସତ୍ତା ହରାଇଛନ୍ତି। ଏବେ ସୋମବାର ଦନି ଭୋଟ ହେବାପରେ କିଏ ହେବ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ସେ ନେଇ ସ୍ପଷ୍ଟ ହେବ।

ଅନାସ୍ଥା ଭୋଟ୍‌ ପରେ ପାକିସ୍ତାନରେ ପରିସ୍ଥିତି ଅଶାନ୍ତ ହୋଇପଡିଛି। କରାଚୀ ସମେତ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଉପରକୁ ଆସି ଇମ୍ରାନ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି। ରବିବାର ବିଦେଶୀ ଷଡଯନ୍ତ୍ର ବିରୋଧରେ ରାଜାରାସ୍ତାକୁ ଓହ୍ଲାଇବା ପାଇଁ ପୂର୍ବରୁ ନିଜ ସମର୍ଥକଙ୍କୁ ଇମ୍ରାନ ଅପିଲ କରିଥିବାରୁ ଆଜି ସ୍ଥିତି ଆହୁରି ବିସ୍ଫୋରକ ରୂପ ନେଇପାରେ। ତେଣୁ ଇସଲାମାବାଦର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ଓ ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ କରାଯାଇଛି।

The post କ୍ଲିନ୍‌ ବୋଲ୍ଡ ହେଲେ ଇମ୍ରାନ୍‌, ହାତରୁ ଗଲା ଆସନ appeared first on Odisha Reporter.



from Odisha Reporter https://ift.tt/yoWrKwR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages