ଯୁଦ୍ଧ ଭିତରେ ଶକ୍ତିଶାଳି କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 20, 2022

ଯୁଦ୍ଧ ଭିତରେ ଶକ୍ତିଶାଳି କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷ

କିଭ: ୟୁକ୍ରେନ୍ ସହ ଯୁଦ୍ଧ ଚାଲିଥିବା ବେଳେ ପୁଣି ନିଜର ଶକ୍ତି ଦେଖାଇଛି ରୁଷ।  ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ।  ଏହି ମିସାଇଲ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଛି।  ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଏନେଇ ଘୋଷଣା କରିବା ସହ ଏଣିକି ଶତ୍ରୁ ଦୁଇ ଥର ଚିନ୍ତା କରିବେ ବୋଲି କହିଛନ୍ତି ।  ରୁଷ ଏହାର ପରବର୍ତ୍ତୀ ପିଢୀର ମିସାଇଲ ଉପରେ କାର୍ଯ୍ୟ କରୁଥିଲା  ଏହାର ପରୀକ୍ଷଣ ଶେଷ ହୋଇଛି।

ଏଥିରେ ଆଭାନଗାର୍ଡ ହାଇପରସୋନିକ୍ ମିସାଇଲ ବି ସାମିଲ ରହିଛି । ଏହା ବାହ୍ୟ ଆକ୍ରମଣରୁ ରୁଷକୁ ସୁରକ୍ଷା ଦେବାରେ ନିଶ୍ଚିତ ସହାୟତା କରିବ।  ସରମଟ୍ ହେଉଛି ଶକ୍ତିଶାଳୀ ମିସାଇଲ, ଯାହ ଦୀର୍ଘ ରେଞ୍ଜର ବିଧ୍ୱଂସକାରୀ ଟାର୍ଗେଟ୍ କରିପାରିବ।  ପୃଥିବୀ ପୃଷ୍ଠରେ ଯେକୌଣସି ସ୍ଥାନକୁ ଟାର୍ଗେଟ କରିପାରିବ। ଅନ୍ୟପଟେ   ଡୋନ୍‌ବାସରେ ରୁଷ୍‌ ୧୦ ହଜାରରୁ ୨୦ ହଜାର ବିଦେଶୀ ସୈନିକଙ୍କୁ ମୁତୟନ କରିଛି। ଖାରକିଭ ଏବଂ କ୍ରାମାଟର୍ସ୍କରେ ରୁଷ୍‌ ଭୟଙ୍କର ଆକ୍ରମଣ କରିଛି। ଜାପୋରିଝିଆ ଏବଂ ଡୋନବାସ୍‌ର ନିପ୍ରୋ ପଶ୍ଚିମରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି।

ଗତକାଲି ସକାଳେ ମାଇକୋଲେବରେ ରୁଷ୍‌ ଅନେକ ଥର ବିସ୍ଫୋରଣ କରିଛି। ବଶଟାଙ୍କା ନିକଟସ୍ଥ ଏକ ସହରରେ ଥିବା ହସ୍ପିଟାଲ୍‌ ଉପରେ ଆଜି ରୁଷ୍‌ ଗୋଳାବର୍ଷା କରିଛି। ମାରିୟୁପୋଲ୍‌ରେ ଅନବରତ ‌ଗୋଳାବର୍ଷା ହେଉଛି। ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମେଜର ଜେନେରାଲ୍‌ ଇଗୋର କୋନାଶେନକଭ କହିଛନ୍ତି, ରୁଷ୍‌ ସେନା ୟୁକ୍ରେନ୍‌ର ଏକାଧିକ ସାମରିକ ପ୍ରତିଷ୍ଠାନ ଧ୍ୱଂସ କରିଦେଇଛନ୍ତି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କି ଦେଶକୁ ଉଦ୍‌ବୋଧନ ଦେଇ କହିଛନ୍ତି, ରୁଷ୍‌ ଆମ ବିରୋଧରେ ଲଢ଼ିବାପାଇଁ ସବୁ ଶକ୍ତି ଖଟାଇ ଦେଇଛି। ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରୁଥିବା କହୁଥିଲେ ବି ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି।

The post ଯୁଦ୍ଧ ଭିତରେ ଶକ୍ତିଶାଳି କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷ appeared first on Odisha Reporter.



from Odisha Reporter https://ift.tt/9NeqcDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages