ଶ୍ରୀଲଙ୍କା ସ୍ଥିତି ଜଟିଳ, ସବୁ ମନ୍ତ୍ରୀ ଦେଲେ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 3, 2022

ଶ୍ରୀଲଙ୍କା ସ୍ଥିତି ଜଟିଳ, ସବୁ ମନ୍ତ୍ରୀ ଦେଲେ ଇସ୍ତଫା

କଲମ୍ବୋ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସ୍ଥିତି ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଦେଶରେ ଖାଦ୍ୟାଭାବ ଓ ଠାରୁ ଆରମ୍ଭ କରି ଦରଦାମ ବୃଦ୍ଧି ଶ୍ରୀଲଙ୍କାବାସୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ୩୬ ଘଣ୍ଟିଆ କର୍ଫ୍ୟୁ ସତ୍ତ୍ୱେ ଲୋକମାନେ ବିକ୍ଷୋଭ କରୁଛନ୍ତି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ମଧ୍ୟ ଦେଖା ଦେଇଛି।

ଏସବୁ ଭିତରେ ଶ୍ରୀଲଙ୍କା ସରକାରଙ୍କ ସବୁ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବା ପୂର୍ବରୁ ସମସ୍ତେ ରବିବାର ବିଳମ୍ବିତ ରାତିରେ ବୈଠକ କରିଥିଲେ। ଏହାପରେ ସମସ୍ତେ ନିଜ ନିଜ ପଦରୁ ଇସ୍ତଫା ଦେଇଥିବା କଥା ଶ୍ରୀଲଙ୍କାର ଶିକ୍ଷା ମନ୍ତ୍ରୀ ଦୀନେଶ ଗୁଣବର୍ଦ୍ଧେନ ସୂଚନା ଦେଇଛନ୍ତି।

ତାଙ୍କ କହିବା ଅନୁଯାୟୀ, ରାଷ୍ଟ୍ରପତି ଗୋତବାୟା ରାଜପକ୍ଷ ଓ ତାଙ୍କ ବଡ଼ ଭାଇ ତଥା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କୁ ଛାଡ଼ି ଆଉ ସମସ୍ତ ୨୬ ଜଣ ମନ୍ତ୍ରୀ ସମୁହ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କା ସରକାରରେ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ପୁଅ ନମଲ ମଧ୍ୟ ରହିଥିଲେ। ସେ ଦେଶର କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପାଇଥିଲେ। କିନ୍ତୁ ଏବେ ସେ ମଧ୍ୟ ଇସ୍ତଫା ଦେଇଛନ୍ତି।

ନମଲ ରାଜପକ୍ଷ ଟ୍ୱିଟ କରି କହିଛନ୍ତି, “ମୁଁ ରାଷ୍ଟ୍ରପତିଙ୍କ ସଚିବଙ୍କୁ ମୋ ଇସ୍ତଫା ସମ୍ପର୍କରେ ଅବଗତ କରାଇ ଦେଇଛି। ତତ୍କାଳ ଭାବେ ମୋ ପାଖରେ ଥିବା ସବୁ ବିଭାଗକୁ ଛାଡ଼ି ଦେଉଛି। ମୁଁ ମୋ ଲୋକଙ୍କ ସହ, ଦେଶ ଓ ପାର୍ଟି ସହ ସବୁବେଳେ ରହିଛି।”


ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଯୋଗୁ ପ୍ରଧାନମନ୍ତ୍ରୀ ରାଜପକ୍ଷ ମଧ୍ୟ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଥିଲା। ତେବେ ଏହାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଥିଲା। ଏହି ଖଣ୍ଡନର କିଛି ସମୟ ପରେ ହିଁ ଶ୍ରୀଲଙ୍କାର ସବୁ କ୍ୟାବିନେଟ ମନ୍ତ୍ରୀ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ବର୍ତ୍ତମାନ ଶ୍ରୀଲଙ୍କା ପାଖରେ ବିଦେଶୀ ପାଣ୍ଠିର ଅଭାବ ରହିଛି। ଏଥିପାଇଁ ଦେଶରେ ଖାଦ୍ୟ, ବିଜୁଳି ଓ ତୈଳ ସଙ୍କଟ ଦେଖାଦେଇଛି। ଏପରି ସ୍ଥିତିରେ ଭାରତ ସମେତ କିଛି ରାଷ୍ଟ୍ର ଶ୍ରୀଲଙ୍କାକୁ ସହଯୋଗର ହାତ ବଢ଼ାଇଛନ୍ତି। ତଥାପି ଦେଶର ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ।

The post ଶ୍ରୀଲଙ୍କା ସ୍ଥିତି ଜଟିଳ, ସବୁ ମନ୍ତ୍ରୀ ଦେଲେ ଇସ୍ତଫା appeared first on Odisha Reporter.



from Odisha Reporter https://ift.tt/u795zZt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages