ନ୍ୟୁୟର୍କ: ଟ୍ୱିଟର ପାଇଲା ନୂଆ ମାଲିକ । ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ହାତକୁ ଟ୍ୱିଟର ଚାଲିଯିବା ପରେ କମ୍ପାନୀର ସିଇଓ ପରାଗ ଅଗ୍ରୱାଲଙ୍କ ଭବିଷ୍ୟତ ନେଇ ଦେଖାଦେଇଛି ଅନିଶ୍ଚିତତା । ଏପରିକି ମସ୍କ ପରାଗଙ୍କୁ ଟ୍ୱିଟରରୁ ବାହାର ରାସ୍ତା ଦେଖାଇବେ ବୋଲି ଚର୍ଚ୍ଚା ଜୋର ଧରିଛି।
ରିପୋର୍ଟ ଅନୁଯାୟୀ, ଟ୍ୱିଟର ଯଦି ଏହାର ସିଇଓ ପରାଗ ଅଗ୍ରୱାଲଙ୍କୁ ବାହାର ରାସ୍ତା ଦେଖାଏ, ତେବେ ଏଥିନିମନ୍ତେ ପରାଗଙ୍କୁ ମୋଟା ଅଙ୍କର ଅର୍ଥ ରାଶି ଗଣିବ ଟ୍ୱିଟର । ଏଥିନିମନ୍ତେ ପରାଗଙ୍କୁ ୪.୨ କୋଟି ଡଲାର ଅର୍ଥାତ ୩୨୧.୬ କୋଟି ମିଳିବ । ପରାଗଙ୍କ ବେସ୍ ସାଲାରି ଓ ଇକ୍ୱିଟି ଆୱାର୍ଡ୍ସ ଆଧାରରେ ଏପରି ଆକଳନ କରାଯାଇଛି। ଟ୍ୱିଟର ବିକ୍ରି ହେବାର ବର୍ଷକ ମଧ୍ୟରେ ପରାଗଙ୍କୁ ବାହାର କରାଗଲେ ତାଙ୍କୁ ଏହି ଅର୍ଥରାଶି ମିଳିବ ବୋଲି ଆକଳନ କରାଯାଉଛି।
ଚଳିତ ମାସ ଆରମ୍ଭରୁ ଟ୍ୱିଟରକୁ କିଣିବା ନିମନ୍ତେ ପ୍ରୟାସ ଜାରି ରଖିଥିବା ଏଲନ ମସ୍କ ଶେଷରେ ନିଜ ଲକ୍ଷ୍ୟ ପୂରଣ କରିପାରିଛନ୍ତି। ପ୍ରଥମେ କମ୍ପାନୀର ୯.୨% ଷ୍ଟେକ କିଣିଥିବା ମସ୍କ ଏବେ କମ୍ପାନୀର ଶତ ପ୍ରତିଶତ ମାଲିକ ।
ଗତ କିଛି ଦିନ ଧରି ଟ୍ୱିଟରର ପଲିସି ଉପରେ ପ୍ରଶ୍ନ ଉଠାଉଛନ୍ତି ମସ୍କ । ଟ୍ୱିଟରର ମ୍ୟାନେଜମେଣ୍ଟ ଉପରେ ତାଙ୍କର ଭରସା ନ ଥିବା କିଛି ଦିନ ପୂର୍ବେ କହିଥିଲେ ମସ୍କ । ତେଣୁ କମ୍ପାନୀ ସମ୍ପୂର୍ଣ୍ଣ ଭାବେ ମସ୍କଙ୍କ ହାତକୁ ଚାଲିଯିବା ପରେ ପରାଗଙ୍କ ଭବିଷ୍ୟତ ନେଇ ଉଠିଛି ପ୍ରଶ୍ନ ।
ପରାଗ ଗତ ବର୍ଷ ନଭେମ୍ବରରେ ହିଁ ଟ୍ୱିଟରର ସିଇଓ ପଦ ସମ୍ଭାଳିଥିଲେ। ଟ୍ୱିଟର ପ୍ରକ୍ସି ଅନୁଯାୟୀ, ୨୦୨୧ ନିମନ୍ତେ ପରାଗଙ୍କର ସମୁଦାୟ କମ୍ପନେସେସନ ୩.୦୪ କୋଟି ଡଲାର ଥିଲା, ଯେଉଁଥିରୁ ଅଧିକାଂଶ ଷ୍ଟକ ଆୱାର୍ଡ ରୂପେ ମିଳିଥିଲା। ଭବିଷ୍ୟତରେ ଟ୍ୱିଟର ପରାଗଙ୍କୁ ମୋଟା ଅଙ୍କର କ୍ଷତିପୂରଣ ଦେଇ ବାହାର ରାସ୍ତା ଦେଖାଉଛି ନା ନୂଆ ବସ୍ ଅଧୀନରେ ସିଇଓ ଭାବେ ସେ କାର୍ଯ୍ୟଭାର ତୁଲାଉଛନ୍ତି ତାହା ଦେଖିବାକୁ ବାକି ରହିଲା।
The post ଟ୍ୱିଟର ସିଇଓ ପଦରେ ରହିବେ ପରାଗ, ନା ମସ୍କ ଦେଖାଇବେ ବାହାର ରାସ୍ତା appeared first on Odisha Reporter.
from Odisha Reporter https://ift.tt/xUJ3yGH
No comments:
Post a Comment