କଥା ରଖିଲା ଆପ୍‌, ଜୁଲାଇରୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 15, 2022

କଥା ରଖିଲା ଆପ୍‌, ଜୁଲାଇରୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି

ଅମୃତସର: ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପଞ୍ଜାବର କ୍ଷମତାସୀନ ଆମ ଆଦମୀ ପାର୍ଟି(ଆପ୍‌) ସରକାର। ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ଲୋକଙ୍କୁ ମାଗଣା ବିଜୁଳି ଦିଆଯିବ ବୋଲି ଘୋଷଣା କରାଯାଇଥିଲା।

ଏବେ ଏହି ପ୍ରତିଶ୍ରୁତିକୁ ଆପ୍‌ ସରକାର ଜୁଲାଇ ମାସରୁ କାର୍ଯ୍ୟକାରୀ କରିବେ। ଜୁଲାଇ ମାସ ଠାରୁ ଲୋକଙ୍କୁ ୩୦୦ ୟୁନିଟ୍‌ ଯାଏ ବିଜୁଳି ଖର୍ଚ୍ଚ ପାଇଁ କୌଣସି ପ୍ରକାରର ଟଙ୍କା ଦେବାକୁ ପଡ଼ିବ ନାହିଁ।

ଭଗୱନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍‌ ସରକାର ଠିକ୍‌ ମାସକ ତଳେ ପଞ୍ଜାବରେ କାର୍ଯ୍ୟ ଆରମ୍ଭ କରିଥିଲେ। କ୍ଷମତାରେ ରହିବାର ମାସକ ପରେ ଆପ୍‌ ସରକାର ନିଜର ପ୍ରତିଶ୍ରୁତି ପୂରଣ ପର୍ବ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ଜୂଲାଇ ୧ରୁ ସମସ୍ତଙ୍କୁ ୩୦୦ ୟୁନିଟ ଯାଏ ବିଜୁଳି ମାଗଣା ମିଳିବ। ଏହାପରେ ପର୍ଯ୍ୟାୟକ୍ରମେ ଆପ୍‌ ଦେଇଥିବା ବାକି ପ୍ରତିଶ୍ରୁତିକୁ ପୂରଣ କରାଯିବ। ପଞ୍ଜାବକୁ ୧ନଂ ରାଜ୍ୟ କରିବା ହିଁ ଆପର ଲକ୍ଷ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଛି।

ଏହି ଘୋଷଣାର କିଛି ଦିନ ପୂର୍ବରୁ ଆପ୍‌ର ମୁଖପାତ୍ର ମାଲୱିନ୍ଦର ସିଂହ କଙ୍ଗ କହିଥିଲେ ଯେ ନିର୍ବାଚନ ବେଳେ ଦଳ ମାଗଣା ବିଜୁଳି କଥା ଘୋଷଣା କରିଥିଲା। ପଞ୍ଜାବବାସୀଙ୍କୁ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଆପ୍ ସରକାର ସବୁ ପ୍ରକାରର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ସାରିଛନ୍ତି। କେବଳ ଏହା କେବେ ଠାରୁ ଲାଗୁ ହେବ, ସେ ବିଷୟରେ ମାନସମନ୍ଥନ ଚାଲିଥିବା ସେ କହିଥିଲେ। ଏପରି ସୂଚନାର କିଛି ଦିନ ଭିତରେ ହିଁ ଆପ୍ ସରକାର ଜୁଲାଇ ୧ରୁ ମାଗଣା ବିଜୁଳି ଲୋକଙ୍କୁ ମିଳିବ ବୋଲି ଘୋଷଣା କରିଛନ୍ତି।

ମାଗଣା ବିଜୁଳି ବ୍ୟତୀତ ଗତ ମାସରୁ ପଞ୍ଜାବ ସରକାର ଘର ଦୁଆରେ ରାସନ ପହଞ୍ଚାଇବା ବ୍ୟବସ୍ଥା ଲାଗୁ କରିଥିଲେ। ନିର୍ବାଚନ ବେଳେ ଏପରି ବ୍ୟବସ୍ଥା ଲାଗୁ ହେବ ବୋଲି ଆପ୍‌ର ଆବାହକ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ଲୋକମାନଙ୍କୁ କହିଥିଲେ। ଏହାବାଦ ରାଜ୍ୟରେ ୨୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଘୋଷଣା କରିଥିଲେ।

ସେହିପରି ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ପ୍ରାୟ ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି। ଗ୍ରୁପ ସି’ ଓ ଗ୍ରୁପ ଡି’ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବାକୁ ଆପ୍‌ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପ୍ରତିଶ୍ରୁତି ମୁତାବକ ପଞ୍ଜାବରେ କ୍ଷମତାସୀନ ଆପ୍‌ ସରକାର କାମ କରିବ ବୋଲି ଦଳ କହିଛି।

The post କଥା ରଖିଲା ଆପ୍‌, ଜୁଲାଇରୁ ୩୦୦ ୟୁନିଟ ଯାଏ ମାଗଣା ବିଜୁଳି appeared first on Odisha Reporter.



from Odisha Reporter https://ift.tt/eXCFfDP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages