ରାଜସ୍ଥାନର ବିଜୟ ରଥ ଅଟକିଲା, ଆଜି ମୁମ୍ବାଇ-କୋଲକାତା ଟକ୍କର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 5, 2022

ରାଜସ୍ଥାନର ବିଜୟ ରଥ ଅଟକିଲା, ଆଜି ମୁମ୍ବାଇ-କୋଲକାତା ଟକ୍କର

ମୁମ୍ବାଇ: କ୍ରମାଗତ ଦୁଇଟି ବିଜୟ ହାସଲ କରି ଚଳିତ ଆଇପିଏଲର ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ରାଜସ୍ଥାନ ରୟାଲ୍ସ ଶେଷରେ ହାରିଛି। ରାଜସ୍ଥାନର ବିଜୟ ରଥକୁ ଅଟକାଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର ଦୀନେଶ କାର୍ତ୍ତିକ। ସେ ଅପରାଜିତ ୪୪ ରନ୍‌ର ଇନିଂସ୍‌ ଖେଳି ଆରସିବିକୁ ଚଳିତ ସିଜିନରେ ଦ୍ୱିତୀୟ ବିଜୟ ଭେଟି ଦେଇଛନ୍ତି।

ଏଥିସହ କାର୍ତ୍ତିକ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ମଧ୍ୟ ହୋଇଛନ୍ତି। ତାଙ୍କ ବ୍ୟତୀତ ଯୁବ ଖେଳାଳି ଶହବାଜ ଅହମଦ ମଧ୍ୟ ୨୬ ବଲ୍‌ରେ ଗୁରୁତ୍ୱପୂର୍ଣ୍ଣ ୪୫ ରନ୍‌ର ଇନିଂସ ଖେଳି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୧୬୯ ରନ୍‌ କରିଥିଲା। ଏହାର ଜବାବରେ ଆରସିବି ୫ ବଲ ପୂର୍ବରୁ ୬ ୱିକେଟ ହରାଇ ବିଜୟ ଟାର୍ଗେଟ ହାସଲ କରି ନେଇଛି।

ଅନ୍ୟପକ୍ଷରେ ବୁଧବାର ପୁଣେରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ। ମୁମ୍ବାଇ ତା’ର ଦୁଇଟି ଯାକ ମ୍ୟାଚ୍‌ ହାରିଛି। ହେଲେ କୋଲକାତା ୩ଟି ମ୍ୟାଚ୍‌ରୁ ୨ଟିରେ ଜିତି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଆଜି ମୁମ୍ବାଇ ବିଜୟ ଟ୍ରାକକୁ ଫେରିବାକୁ ଚେଷ୍ଟା କରିବ। ସେହିପରି କୋଲକାତା ତା’ର ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ। ଆଜି ସନ୍ଧ୍ୟା ୭.୩୦ରେ ଏହି ମ୍ୟାଚ୍‌ ଆରମ୍ଭ ହେବ।

ମଙ୍ଗଳବାର ମ୍ୟାଚ୍‌କୁ ବିଚାରକୁ ନେଲେ ମୁମ୍ବାଇର ୱାଙ୍ଖଡେରେ ରାଜସ୍ଥାନ ରୟାଲ୍ସ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଜୋଶ ବଟଲରଙ୍କ ଅପରାଜିତ ୭୦ ଓ ଶିମରନ ହେଟମେୟରଙ୍କ ଅପରାଜିତ ୪୨ ରନ୍‌ ଫଳରେ ରାଜସ୍ଥାନ ୩ ୱିକେଟ ହରାଇ ୧୬୯ ରନ୍‌ କରିଥିଲା। ଏହାର ଜବାବରେ ଆରିସିବି ୫ ବଲ୍‌ ପୂର୍ବରୁ ୬ ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ପୂରଣ କରିଥିଲା।

୧୭୦ ରନ୍‌ର ଟାର୍ଗେଟ ପିଛା କରୁଥିବା ଆରସିବି ପାଇଁ ଅଧିନାୟକ ଫାଫ ଡୁପ୍ଲେସିସ ଓ ଅନୁଜ ରାୱତ ଦ୍ରୁତ ଆରମ୍ଭ କରିଥିଲେ। ଉଭୟ ୭ ଓଭର୍‌ରେ ଦଳୀୟ ଖାତାରେ ୫୫ ରନ୍‌ ଯୋଡ଼ିଥିଲେ। ଏହି ସମୟରେ ୨୦ ବଲରେ ୨୯ ରନ୍‌ କରିଥିବା ଡୁପ୍ଲେସିସଙ୍କୁ ୟୁଜବେନ୍ଦର ଚହଲ ଆଉଟ କରି ରାଜସ୍ଥାନକୁ ପ୍ରଥମ ସଫଳତା ଦେଇଥିଲେ।

୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ମାତ୍ର ୫ ରନ୍‌ କରି ରନଆଉଟ ହୋଇଯାଇଥିଲେ। ଅନୁଜ(୨୬) ମଧ୍ୟ ନଭଦୀପ ସୈନିଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପୂର୍ବରୁ ଡାଭିଡ ୱିଲୀଙ୍କୁ ଖାତା ଖୋଲିବା ପୂର୍ବରୁ ଚହଲ ଆଉଟ କରିଦେଇଥିଲେ।

ରାଜସ୍ଥାନକୁ ଶେରଫର ରଥରଫୋର୍ଡ(୫)ଙ୍କ ରୂପରେ ପ୍ରଥମ ସଫଳତା ମିଳିଥିଲା। ତାଙ୍କୁ ଟ୍ରେଣ୍ଟ ବୋଲ୍ଟ ଆଉଟ କରିଥିଲେ। ଏକଦା ୫୫ ରନ୍‌ରେ କୌଣସି ୱିକେଟ ହରାଇ ନଥିବା ଆରିସିବି ୮୭ ରନ୍‌ରେ ୫ ଜଣ ବ୍ୟାଟରଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ଏତିକି ବେଳେ ସ୍ଥିତି ସମ୍ଭାଳିଥିଲେ ଶହବାଜ ଓ ଦୀନେଶ କାର୍ତ୍ତିକ। ଉଭୟ ଦମଦାର ବ୍ୟାଟିଂ କରି ୬ଷ୍ଠ ୱିକେଟ ପାଇଁ ୬୭ ରନ୍‌ ଯୋଡ଼ିଥିଲେ।

ତେବେ ଦଳକୁ ଜିତିବା ପାଇଁ ୧୬ ରନ୍‌ ଦରକାର ଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୪୫ ରନ୍‌ କରିଥିବା ଶହବାଜଙ୍କୁ କ୍ଲିନବୋଲ୍ଡ କରି ମ୍ୟାଚ୍‌ରେ ରୋମାଞ୍ଚ ଭରି ଦେଇଥିଲେ। ଶହବାଜ ତାଙ୍କ ଇନିଂସ୍‌ରେ ୪ଟି ଚୌକା ଓ ୩ଟି ଛକା ମାରିଛନ୍ତି। କାର୍ତ୍ତିକ କ୍ରିଜ୍‌ରେ ଥିବାରୁ ଆରସିବି ବିଜୟ ଆଶା ରଖିଥିଲା। ସେ ମଧ୍ୟ କାହାକୁ ନିରାଶ କରି ନଥିଲେ। ଶେଷ ଯାଏ ସେ ଅପରାଜିତ ରହିବା ସହ ଆରସିବିକୁ ବିଜୟ ଭେଟି ଦେଇଥିଲେ। ତାଙ୍କୁ ହର୍ଷଲ ପଟେଲ ମଧ୍ୟ ଭରପୂର ସହଯୋଗ କରିଥିଲେ।

ହର୍ଷଲ ମାତ୍ର ୪ଟି ବଲର ସାମ୍ନା କରି ୯ ରନ୍‌ କରିଛନ୍ତି। ଏହା ମଧ୍ୟରେ ଗୋଟିଏ ଛକା ମଧ୍ୟ ସାମିଲ ରହିଛି। ଏଥିସହ ଦୁହେଁ ମିଶି ଆରସିବିକୁ ଚଳିତ ସିଜିନରେ ଦ୍ୱିତୀୟ ବିଜୟ ମଧ୍ୟ ଭେଟି ଦେଇଥିଲେ।

ରାଜସ୍ଥାନ ପକ୍ଷରୁ ଚହଲ ଓ ବୋଲ୍ଟ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ନଭଦୀପ ସୈନି ଗୋଟିଏ ସଫଳତା ପାଇଛନ୍ତି।

The post ରାଜସ୍ଥାନର ବିଜୟ ରଥ ଅଟକିଲା, ଆଜି ମୁମ୍ବାଇ-କୋଲକାତା ଟକ୍କର appeared first on Odisha Reporter.



from Odisha Reporter https://ift.tt/3od9Xqc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages