ଆଉ ନାହାନ୍ତି ପପୁଲାର ଆକ୍ଟର ଶିବ କୁମାର ସୁବ୍ରମଣ୍ୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 10, 2022

ଆଉ ନାହାନ୍ତି ପପୁଲାର ଆକ୍ଟର ଶିବ କୁମାର ସୁବ୍ରମଣ୍ୟମ

ମୁମ୍ବାଇ: ଆଉ ନାହାନ୍ତି ପପୁଲାର ଆକ୍ଟର ତଥା ସ୍କ୍ରିନ ରାଇଟର ଶିବ କୁମାର ସୁବ୍ରମଣ୍ୟମ । ଆଜି ସକାଳୁ ସକାଳୁ ଶିବ କୁମାରଙ୍କ ମୃତ୍ୟୁ ଖବର ପ୍ରଚାରିତ ହୋଇଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ଫ୍ୟାନ୍ସ । ଶିବ କୁମାରଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏ ସ୍ପଷ୍ଟ ହୋଇନି।

୨ ମାସ ପୂର୍ବେ ଶିବ କୁମାରଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା। ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିବା ତାଙ୍କ ପୁଅ ଦୀର୍ଘ ଦିନ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଥିଲେ। ପୁଅ ମୃତ୍ୟୁକୁ ସହ୍ୟ କରି ନ ପାରି ସବୁବେଳେ ଉଦାସ ରହୁଥିବା ଶିବ କୁମାର ଶେଷରେ ନିଜେ ମଧ୍ୟ ଦୁନିଆକୁ ଅଲବିଦା କହିଦେଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଶିବ କୁମାରଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଲିଉଡର ବହୁ ସେଲିବ୍ରିଟି ଶୋକ ପ୍ରକଟ କରୁଛନ୍ତି। ଫିଲ୍ମମେକର ହସଲ ମେହେଟା, ଅଶୋକ ପଣ୍ଡିତ ପ୍ରମୁଖ ଶୋକ ପ୍ରକଟ କରି ଟ୍ୱିଟ କରିଛନ୍ତି ।

ଶିବ କୁମାର ଶେଷ ଥର ପାଇଁ ନେଟଫ୍ଲିକ୍ସ ୱେବ ସିରିଜ ‘ମୀନାଷୀ ସୁନ୍ଦରେଶ୍ୱର’ରେ ନଜର ଆସିଥିଲେ। ଏଥିରେ ତାଙ୍କ ଆକ୍ଟିଂକୁ ଖୁବ୍‌ ପ୍ରଶଂସା ମିଳିଥିଲା। ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘୨ ଷ୍ଟେଟ୍‌ସ୍‌’ରେ ଶିବ କୁମାର ଏକ ଖାସ ରୋଲରେ ଅଭିନୟ କରିଥିଲେ।  ଏହାବାଦ ସେ ‘ତିନ ପତି’,  ‘ହିଚକି’ ପରି ଫିଲ୍ମରେ ବି ଅଭିନୟ କରି ଖୁବ୍‌ ପ୍ରଶଂସା ସାଉଁଟିଥିଲେ।

‘୧୯୪୨ ଏ ଲଭ ଷ୍ଟୋରି’ ଓ ‘ହଜାରୋଁ ଖ୍ୱାହିସେ’  ପରି ଫିଲ୍ମ ପାଇଁ ସ୍କ୍ରିନପ୍ଲେ ରାଇଟର ଥିଲେ ଶିବ କୁମାର । ଫିଲ୍ମ ଫେୟାର ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି ଶିବ କୁମାର। ତାଙ୍କୁ ‘ପରିନ୍ଦେ’ ଫିଲ୍ମ ପାଇଁ ବେଷ୍ଟ ସ୍କ୍ରିନପ୍ଲେ ଆୱାର୍ଡ ମିଳିଥିବା ବେଳେ ‘ହଜାରୋଁ ଖ୍ୱାହିସେ’ ପାଇଁ ବେଷ୍ଟ ଷ୍ଟୋରି ଆୱାର୍ଡ ମଧ୍ୟ ମିଳିଛି।

ଶିବ କୁମାରଙ୍କ ଅନ୍ତିମ ସଂସ୍କାର ଅନ୍ଧେରୀ ପଶ୍ଚିମ ମୁମ୍ବାଇର ଅମ୍ବୋଲିଠାରେ ଥିବା ମୋକ୍ଷଧାନ ହିନ୍ଦୁ ଶଶ୍ମାନଘାଟରେ ଆଜି ହେବ ବୋଲି ପରିବାର ସୂତ୍ରରୁ ପ୍ରକାଶ ।  ଶିବ କୁମାରଙ୍କ ପୁଅଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଏବେ କେବଳ ତାଙ୍କ ପତ୍ନୀ ଦିବ୍ୟା ଥିବା ଜଣାଯାଇଛି।

 

The post ଆଉ ନାହାନ୍ତି ପପୁଲାର ଆକ୍ଟର ଶିବ କୁମାର ସୁବ୍ରମଣ୍ୟମ appeared first on Odisha Reporter.



from Odisha Reporter https://ift.tt/cDOQ1bi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages