ଇସଲାମାବାଦ: ଗାଦିଚ୍ୟୁତ ହେବ ନା ବଳବତ୍ତର ରହିବ ସରକାର। ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା। ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ। ଅର୍ଥାତ୍ ସଂସଦରେ ଇମ୍ରାନ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡିବ। ଦିନ ୧୧ଟାରୁ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।
ନ୍ୟାସନାଲ ଆସେମ୍ବଲିରେ ହେବାକୁ ଥିବା ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନ ସରକାରର ପତ୍ତନ ହେବା ଅଧିକ ସମ୍ଭାବନା ରହିଛି। କାରଣ ୧୭୨ ମ୍ୟାଜିକ୍ ନମ୍ବର ପାଇଁ ୧୫୫ ସଦସ୍ୟ ବିଶିଷ୍ଟ ଇମ୍ରାନଙ୍କ ତେହିରିକ-ଏ-ଇନସାଫ୍ ପାର୍ଟିରୁ ମଧ୍ୟ ବହୁ ସାଂସଦ ଅନସ୍ଥା ଭୋଟ୍ ବେଳେ ଅନୁପସ୍ଥିତ ରହିବା ଅନୁମାନ କରାଯାଉଛି।
ପାକିସ୍ତାନ ନେସନାଲ ଆସେମ୍ବଲିରେ ମୋଟ ସାଂସଦଙ୍କ ସଂଖ୍ୟା ୩୪୨। ତେଣୁ ଫ୍ଲୋର ଟେଷ୍ଟରେ ବହୁମତ ସାବ୍ୟସ୍ତ କରିବାକୁ ହେଲେ ୧୭୨ ସାଂସଦଙ୍କ ସମର୍ଥନ ଇମ୍ରାନ ଖାନଙ୍କୁ ଦରକାର। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଇମ୍ରାନଙ୍କୁ କେବଳ ୧୪୨ ସାସଂଦଙ୍କ ସମର୍ଥନ ଥିବା କୁହାଯାଉଛି। ସେପଟେ ୧୯୯ ସାଂସଦଙ୍କ ସଂଖ୍ୟା ବଳ ଥିବା ଦାବି କରୁଛନ୍ତି ବିରୋଧୀ ଦଳ।
ତେବେ ଅନାସ୍ଥା ଭୋଟ୍ ପୂର୍ବରୁ ପାକିସ୍ତାନବାସୀଙ୍କୁ ଇମ୍ରାନ ଖାନ୍ ସମ୍ବୋଧନ କରିଥିଲେ। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସେ ସମ୍ପୂର୍ଣ୍ଣ ନିରାଶ ବୋଲି କହିଥିଲେ ଇମ୍ରାନ୍। ସେ କହିଥିଲେ, ଯେ ସାଂସଦମାନଙ୍କୁ ଖୋଲାଖୋଲି କିଣାଯାଉଛି, ଯାହା ପାକିସ୍ତାନର ଭବିଷ୍ୟତ ପାଇଁ ଆଦୌ ଭଲ ନୁହେଁ। ପାକିସ୍ତାନ କେଉଁ ଆଡ଼କୁ ଯାଉଛି, ଯୁବବର୍ଗଙ୍କୁ ଦେଖିବାକୁ ହେବ। ବିଦେଶୀ ରାଷ୍ଟ୍ର ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉଠାଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି। ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଦେଶବାସୀ ସ୍ୱର ଉଠାନ୍ତୁ ବୋଲି କହିଛନ୍ତି ଇମ୍ରାନ୍।
ଆମେରିକା ବିରୋଧରେ ବର୍ଷି ଇମ୍ରାନ କହିଛନ୍ତି, ତାଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ପାକ୍ ରାଷ୍ଟ୍ରଦୂତଙ୍କୁ ଧମକାଇଥିଲା। ଆମେରିକାର ଏଭଳି ଧମକ ୨୨ କୋଟି ଦେଶବାସୀଙ୍କ ପାଇଁ ଅପମାନ। ତାଙ୍କୁ ଶାସନ ଗାଦିରୁ ହଟାଇବାକୁ ୪ ମାସ ତଳୁ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି ଇମ୍ରାନ।
ଅନ୍ୟପଟେ ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ଭାରତର ଖୁବ୍ ପ୍ରଶଂସା କରିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ। ଭାରତର ବିଦେଶ ନୀତି ସ୍ୱତନ୍ତ୍ର ଏବଂ ଏହି କେହି ଆଖି ଦେଖାଇ ପାରିବେ ନାହିଁ। ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି କି କୌଣସି ବିଦେଶୀ ରାଷ୍ଟ୍ର ଭାରତକୁ ପ୍ରଶ୍ନ କରିପାରିବେ ନାହିଁ। ଇମ୍ରାନ କହିଛନ୍ତି ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ, ତେଣୁ ରବିବାର ଜନତା ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ବିରୋଧ କରନ୍ତୁ ଏବଂ ସେ ସାଧାରଣ ଲୋକଙ୍କ ସହ ମିଳିତ ଭାବେ ସଂଘର୍ଷ କରିବେ ବୋଲି ଇମ୍ରାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।
The post ଆଜି ଇମ୍ରାନ୍ ଖାନଙ୍କ ଭାଗ୍ୟ ପରୀକ୍ଷା appeared first on Odisha Reporter.
from Odisha Reporter https://ift.tt/yLqCGsg
No comments:
Post a Comment