ସ୍ତ୍ରୀ ସୁନ୍ଦର ଦେଖାଯାଉ ନଥିବାରୁ ଫିନାଇଲ ପିଆଇ ମାରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 28, 2022

ସ୍ତ୍ରୀ ସୁନ୍ଦର ଦେଖାଯାଉ ନଥିବାରୁ ଫିନାଇଲ ପିଆଇ ମାରିଦେଲା

ହାଇଦ୍ରାବାଦ: ପାଇଖାନା ସଫା ପାଇଁ ବ୍ୟବହୃତ ଏସିଡ୍‌କୁ ପିଇବା ପାଇଁ ନିଜ ପତ୍ନୀଙ୍କୁ ବାଧ୍ୟ କଲା ସ୍ୱାମୀ। ଫଳରେ ସ୍ତ୍ରୀର ମୃତ୍ୟୁ ଘଟିଛି। ବୁଧବାର ଏମିତି ଏକ ଅଭାବନୀୟ ଘଟଣା ତେଲେଙ୍ଗନା ନିଜାମବାଦ ଜିଲ୍ଲାରେ ଘଟିଛି।ଏହି ଘଟଣା ପରେ ଅଭିଯୁକ୍ତ ସ୍ୱାମୀ  ଫେରାର ହୋଇଯାଇଛି। ପୁଲିସ ତାଙ୍କୁ ଗିରଫ ପାଇଁ ଏକ ଟିମ୍ ଗଠନ କରି ସର୍ଚ୍ଚ ଅପରେଶନ ଜାରି ରଖିଛି। ମୃତ ମହିଳା ଜଣକ ହେଉଛନ୍ତି କଲ୍ୟାଣୀ ତାଙ୍କ ସ୍ୱାମୀ ତରୁଣ। ଉଭୟେ ୪ ବର୍ଷ ପୂର୍ବରୁ ବିବାହ କରିଥିଲେ।  ୩ ମାସ ପୂର୍ବରୁ କଲ୍ୟାଣୀ ଗର୍ଭବତୀ ହୋଇଥିଲେ। ଏହାପରେ ତରୁଣ ସ୍ତ୍ରୀକୁ ଯାବତୀୟ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ସ୍ତ୍ରୀ ସୁନ୍ଦର ଦେଖାଯାଉ ନଥିବାରୁ ସ୍ୱାମୀ ତାଙ୍କୁ  ବିଭିନ୍ନ ପ୍ରକାର ମାନସିକି ଓ ଶାରୀରିକ ନିର୍ଯାତନା ଦେଉଥିଲେ। ସ୍ଥାନୀୟ ବାଣି ପୁଲିସ କହିବା ଅନୁଯାୟୀ, ସ୍ୱାମୀ ତାଙ୍କ ପତ୍ନୀଙ୍କୁ ଅଧିକ ଯୌତୁକ ପାଥଁ ଦାବି କରି ତାଙ୍କୁ ହଇରାଣ ହରକତ କରୁଥିଲେ।  ବୁଧବାର ଭୟଙ୍କ ମଧ୍ୟରେ କଳହ ତୀବ୍ର ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ  ତରୁଣ ତାଙ୍କ ପତ୍ନୀଙ୍କୁ ପାଇଖାନା ପାଇଁ ଥିବା ଏସିଡକୁ ପିଇବା ପାଇଁ ବାଧ୍ୟ କରିଥିଲେ। ଏହାକୁ ପିଇବାର ପରେ ସ୍ତ୍ରୀ ଗୁରୁତର ହୋଇଥିଲେ।

ତାଙ୍କୁ  ସ୍ଥାନୀୟ ସରକାରୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। କଲ୍ୟାଣୀଙ୍କ ପରିବାର ଅଭିଯୁକ୍ତ ସ୍ୱାମୀ ବିରୋଧରେ ଏକ ଏତଲା ରୁଜୁ କରିଛନ୍ତି। ଅଧିକ ଯୌତୁକ ଦାବି କରି ତରୁଣ ତାଙ୍କ ପତ୍ନୀଙ୍କୁ ଆମାନବୀୟ ନିର୍ଯାତନା ଦେଇଛନ୍ତି। ଏଥିସହ ସେ ସେ ସ୍ତ୍ରୀକୁ ଟଏଲେଟ ପାଇଁ ଉର୍ଦ୍ଧିଷ୍ଟ ବିଷାକ୍ତ ଏସିଡକୁ ଜବରଦସ୍ତ ପିଆଇ ତାଙ୍କୁ ହତ୍ୟା କରିଛନ୍ତି।   ଘଟଣା ପରେ ଅଭିଯୁକ୍ତ ତରୁଣ ଫେରାର ହୋଇ ଯାଇଛନ୍ତି। ତରୁଣଙ୍କ ବିରୋଧରେ ପୁଲିସ ଧାରା ୩୦୨,୩୦୪ ବି ଏବଂ ୪୯୮ ଏରେ ମାମଲା ରୁଜୁ କରିଛି।

The post ସ୍ତ୍ରୀ ସୁନ୍ଦର ଦେଖାଯାଉ ନଥିବାରୁ ଫିନାଇଲ ପିଆଇ ମାରିଦେଲା appeared first on Odisha Reporter.



from Odisha Reporter https://ift.tt/rDehVdL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages