ନିୟମ କୋହଳ ପରେ ବଢ଼ିଲା କରୋନାର ଦୈନିକ ସଂକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 12, 2022

ନିୟମ କୋହଳ ପରେ ବଢ଼ିଲା କରୋନାର ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପୁଣିଥରେ ବୃଦ୍ଧିବାର ଆଶଙ୍କା ପ୍ରକାଶ ପାଇଛି। ସଂକ୍ରମଣ ହ୍ରାସ ପାଇଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ସମସ୍ତ ପ୍ରକାରର କରୋନା କଟକଣା ପ୍ରତ୍ୟାହାର କରି ନେଇଛନ୍ତି। ହେଲେ କଟକଣା ପ୍ରତ୍ୟାହାର ହେବାର କିଛି ମାସ ପରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଇବାର ସଙ୍କେତ ମିଳିଲାନି। ବିଶେଷ କରି ଦିଲ୍ଲୀ ଓ ହରିଆଣାରେ ମାସ୍କ ନିୟମ କୋହଳ ହେବା ପରେ କରୋନାର ଦୈନିକ ସଂକ୍ରମଣ ବଢ଼ିଛି।

ଦୀର୍ଘ ଗୋଟିଏ ମାସ ପରେ ହରିଆଣାର ଗୁରୁଗ୍ରାମରେ ଦୈନିକ ସଂକ୍ରମଣ ଉପର ମୁହାଁ ହୋଇଛି। ଗୁରୁଗ୍ରାମରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମସ୍ତଙ୍କ ଚିନ୍ତା ବଢ଼ିଛି। ହରିଆଣା ସରକାର ମାସ୍କ ପିନ୍ଧିବା ଆଉ ବାଧ୍ୟତାମୂଳକ ନୁହେଁ ବୋଲି କହିବା ପରେ ହିଁ ସଂକ୍ରମଣ ବୃଦ୍ଧି ପାଇଛି।

ସମାନ ଟ୍ରେଣ୍ଡ ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖାଯାଇଛି। ଦିଲ୍ଲୀ ସରକାର ମାସ୍କ ନ ପିନ୍ଧିଲେ ଆଉ ଫାଇନ ଆଦାୟ କରାଯିବନି ବୋଲି କହିଥିଲେ। ଏହାପରେ ଲୋକମାନେ ବିଭିନ୍ନ ସ୍ଥାନରେ ବିନା ମାସ୍କରେ ଭ୍ରମଣ ଆରମ୍ଭ କରିଦେଇଥିଲେ। ଏବେ ଦିଲ୍ଲୀରେ କରୋନା ସଂକ୍ରମଣ ଧୀରେଧୀରେ ବୃଦ୍ଧି ପାଇବା ଆରମ୍ଭ କରିଛି।

ଗୁରୁଗ୍ରାମରେ ଶେଷଥର ପାଇଁ ମାର୍ଚ୍ଚ ୪ରେ ଦୈନିକ ସଂକ୍ରମଣ ୧୦୦ ପାର କରିଥିଲା। ଏହାପରେ ସଂକ୍ରମଣ ହ୍ରାସ ପାଇବାଥିଲା। ମାର୍ଚ୍ଚ ୪ରେ ଦୈନିକ ସଂକ୍ରମଣ ୧୧୫ ରହିଥିଲା। ସଂକ୍ରମଣ ହ୍ରାସ ପାଉଥିବାରୁ ହରିଆଣା ସରକାର ଫେବୃଆରୀ ୧୬ରୁ ରାଜ୍ୟରେ ଲାଗୁ ହୋଇଥିବା ସମସ୍ତ କୋଭିଡ କଟକଣା ପ୍ରତ୍ୟାହାର କରି ନେଇଥିଲେ। ତେବେ ଜନଗହଳୀପୂର୍ଣ୍ଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ମାସ୍କ ନିୟମକୁ ଉଠାଇ ଦିଆଯାଇଥିଲା। ନିୟମ କୋହଳ ହେବା ପରେ ଏବେ ଦୈନିକ ସଂକ୍ରମଣ କେବଳ ଗୁରୁଗ୍ରାମରେ ୧୨୯ ଛୁଇଁଛି।

ଦିଲ୍ଲୀ କଥା ବିଚାରକୁ ନେଲେ, ଗତ ୨୪ ଘଣ୍ଟାରେ ୧୩୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜଧାନୀର ପଜିଟିଭିଟି ରେଟ ୨.୭%କୁ ବୃଦ୍ଧି ପାଇଛି। ଏହା ୨ ମାସ ମଧ୍ୟରେ ସବୁଠାରୁ ଅଧିକ। ଫେବୃଆରୀ ୫ରେ ଶେଷଥର ପାଇଁ ଦିଲ୍ଲୀରେ ଟିପିଆର ୨.୮୭% ରେକର୍ଡ କରାଯାଇଥିଲା।

ଏବେ ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ମନରେ ଛନକା ପଶିଛି। ତେବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲୋକମାନଙ୍କୁ ଆତଙ୍କିତ ନ ହେବାକୁ ପରାମର୍ଶ ଦେଇଛନ୍ତି।

କେବଳ ଦିଲ୍ଲୀ କିମ୍ବା ହରିଆଣା ନୁହେଁ, ସଂକ୍ରମଣ ବଢ଼ୁଥିବା ରାଜ୍ୟ ତାଲିକାରେ କେରଳ, ମହାରାଷ୍ଟ୍ର ଓ ମିଜୋରାମ ମଧ୍ୟ ରହିଛନ୍ତି। ଗତ ସପ୍ତାହରେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ୫ ରାଜ୍ୟକୁ ସଂକ୍ରମଣ ରୋକିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ।

The post ନିୟମ କୋହଳ ପରେ ବଢ଼ିଲା କରୋନାର ଦୈନିକ ସଂକ୍ରମଣ appeared first on Odisha Reporter.



from Odisha Reporter https://ift.tt/wDfBkAm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages