ଆଜି ଇମ୍ରାନ୍‌ଙ୍କ ଭାଗ୍ୟ ପରୀକ୍ଷା, ବଞ୍ଚାଇ ପାରିବେ କି ଚୌକି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 2, 2022

ଆଜି ଇମ୍ରାନ୍‌ଙ୍କ ଭାଗ୍ୟ ପରୀକ୍ଷା, ବଞ୍ଚାଇ ପାରିବେ କି ଚୌକି?

ଇସଲାମାବାଦ: ଆଜି ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା। ଚୌକି ବଞ୍ଚାଇ ପାରିବେ ନା ହାତରୁ ଯିବ ଆସନ। ଶେଷ ବଲ୍‌ରେ କ’ଣ କରିବେ ଇମ୍ରାନ? ଆଉଟ୍‌ ହେବେ ନା ମାରିବେ ଛକା। ତା’ ଉପରେ ଆଜି ହେବ ଫାଇନାଲ ଫଇସଲା। ଆଜି ପାକିସ୍ତାନ ପାର୍ଲାମେଣ୍ଟରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଭୋଟ ପଡିବ।

ପାକିସ୍ତାନ ଇତିହାସରେ କୌଣସି ପ୍ରଧାନମନ୍ତ୍ରୀ ନିଜର ପୂରା କାଯର୍ୟକାଳ ସଂପୂର୍ଣ୍ଣ କରିପାରି ନାହାନ୍ତି  ଯାହା ଜଣାପଡୁଛି ଏହି ପରମ୍ପରାକୁ ବଜାୟ ରଖିବ ପାକିସ୍ତାନ ପାର୍ଲାମେଣ୍ଟ।  ଇମ୍ରାନ ଖାନଙ୍କ ନିଜ ଦଳର କିଛି ସାଂସଦ ବିରୋଧୀ ଗୋଷ୍ଠୀରେ ସାମିଲ ହୋଇଥିବାରୁ ଆଜି ସରକାର ଭାଙ୍ଗିବା ଏକ ପ୍ରକାର ନିଶ୍ଚିତ।  ୩୪୨ ଆସନ ବିଶିଷ୍ଟ ନ୍ୟାସନାଲ ଆସେମ୍ଲିରେ ବହୁମତ ସାବ୍ୟସ୍ତ ଲାଗି ଇମ୍ରାନଙ୍କୁ ଦରକାର ୧୭୨ ଭୋଟ୍।

ଶାସକ ଦଳ ପାକିସ୍ତାନ ତେହେରିକ-ଇନସାଫ PTI ର ଦୁଇ ଡଜନରୁ ଅଧିକ ସାଂସଦ ବିଦ୍ରୋହ ଘୋଷଣା କରିବା ଏବଂ ମୁଖ୍ୟ ସହଯୋଗୀ ଦଳ MQM-P ପାକିସ୍ତାନ ପିପୁଲ୍ସ ପାର୍ଟି ସହ ହାତ ମିଳାଇବା ପରେ ଇମ୍ରାନଙ୍କ ପଦ ଯିବା ନିଶ୍ଚିତ ହୋଇଯାଇଛି। PTI ସହଯୋଗୀ ଜମୁରି ଓ୍ୱତନ୍ ପାର୍ଟି ମଧ୍ୟ ମେଣ୍ଟରୁ ଓହରିଯାଇଛି। ବିରୋଧୀ ମେଣ୍ଟର ସଦସ୍ୟଙ୍କ ସଂଖ୍ୟା ୧୭୭ ହେଲାଣି।

ପ୍ରଧାନମନ୍ତ୍ରୀ ପଦରୁ ତଡ଼ା ଖାଇବା ନିଶ୍ଚିତ ହେବା ପରେ ଇମ୍ରାନ ଖାନ ଏବେ ନୂଆ ଚାଲ ଖେଳିଛନ୍ତି।  ସାଧାରଣ ଲୋକଙ୍କୁ ସେ ବନାଇଛନ୍ତି ଢ଼ାଲ।  ଅନାସ୍ଥା ପ୍ରସ୍ତାବକୁ ବିରୋଧ କରି ସାରା ଦେଶରେ ଆନ୍ଦୋଳନ କରିବାକୁ ସେ ନିଜ ସମର୍ଥକଙ୍କୁ ଆହ୍ୱାନ ଦେଇଛନ୍ତି।  ଏକ ବିଦେଶୀ ଶକ୍ତି ତାଙ୍କୁ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରୁଥିବାର ଅଭିଯୋଗ ଆଣିବା ସହିତ ତାଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ କହିଛନ୍ତି ଇମ୍ରାନ। ଏଥିସହ ସେ ଇସ୍ତଫା ଦେବେ ନାହିଁ ବୋଲି ଦୃଢ଼ ସ୍ୱରରେ କହିଛନ୍ତି। ଏପଟେ ଇମ୍ରାନ୍ ଡ୍ରାମା ନକରି ତୁରନ୍ତୁ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିରୋଧୀ ଦଳର ନେତା ଶାହବାଜ ସରିଫ।

ଉଲ୍ଲେଖଯୋଗ୍ୟ ଯେ,  କ୍ରିକେଟରରୁ ନେତା ହୋଇଥିବା ଇମ୍ରାନ ଖାନ ୨୦୧୮ରେ ପ୍ରଧାନମନ୍ତ୍ରୀ ହୋଇଥିଲେ।  ଏଥରର ଅନାସ୍ଥା ପ୍ରସ୍ତାବ ତାଙ୍କ ପଲିଟିକାଲ କ୍ୟାରିୟରର ସବୁଠୁ ବଡ଼ ଚ୍ୟାଲେଞ୍ଜ।

The post ଆଜି ଇମ୍ରାନ୍‌ଙ୍କ ଭାଗ୍ୟ ପରୀକ୍ଷା, ବଞ୍ଚାଇ ପାରିବେ କି ଚୌକି? appeared first on Odisha Reporter.



from Odisha Reporter https://ift.tt/eEl14fa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages