ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 1, 2022

ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଡିଭାଇଡରରେ ବାଇକ୍‌ ପିଟି ହୋଇ ଚାଲିଗଲା ୨ ଜୀବନ । ବାଲେଶ୍ୱର ଉପକଣ୍ଠ ବାଲିଆ ଅଞ୍ଚଳରେ ଗତକାଲି ଏଭଳି ଏକ ମର୍ମଦୁନ୍ତ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ  ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଗତକାଲି ଗୋଟିଏ ବାଇକ୍‌ରେ ତିନି ଯୁବକ ରେମୁଣା ଗୋଲେଇ ଛକ ଅତିକ୍ରମ କରୁଥିବା ବେଳେ ଭୀମପୁରା ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସେଠାରେ ଥିବା ଏକ ଡିଭାଇଡରରେ ବାଇକ୍‌ଟି ପିଟି ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ସମସ୍ତ ୩ ବାଇକ୍ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।  ସେଠାରେ ଡାକ୍ତର ପରେଶ ଏବଂ ଭାଲୁ ନାମକ ଦୁଇ  ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି  । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ କିଛି ସମୟ ପାଇଁ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ତାହା ସ୍ୱାଭାବିକ ହୋଇଥିବା ଜଣାଯାଇଛି।

The post ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ଜୀବନ appeared first on Odisha Reporter.



from Odisha Reporter https://ift.tt/o3INYtK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages