ନୂଆଦିଲ୍ଲୀ: ମାତ୍ର ୩ ଦିନର ବ୍ୟବଧାନ ପରେ ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଲାଗିଲା ଭୟଙ୍କର ନିଆଁ। ନରେଲାସ ଶିଳ୍ପାଞ୍ଚଳସ୍ଥିତ ଏକ ଚପଲ ଫ୍ୟାକ୍ଟ୍ରିରେ ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳିଯାଇଛି। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ ଏହି ଘଟଣା ଘଟିଥିବା ପୁଲିସ୍ ପକ୍ଷରୁ ସୂଚନା ମିଳିଛି । ଅଗ୍ନିକାଣ୍ଡରେ କୌଣସି ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ୯ଟି ଦମକଳବାହିନୀ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି ।
ଗତ ଶୁକ୍ରବାର ମୁଣ୍ଡକାରେ ଏକ ବିଲଡିଂରେ ନିଆଁ ଲାଗି ପ୍ରାୟ ୨୭ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବାବେଳେ ବହୁ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ସାରା ଦେଶରେ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ ଦେଖାଦେଇଥିଲା ତତ୍ପରତା । ଏହି ଅଗ୍ନିକାଣ୍ଡର ୩ ଦିନ ପରେ ଏବେ ପୁଣି ନରେଲା ଶିଳ୍ପାଞ୍ଚଳରେ ନିଆଁ ଲାଗିଛି ।
ଗତ ଶନିବାର ମଧ୍ୟ ଦିଲ୍ଲୀର ନରେଲାସ୍ଥିତ ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଲିଭା କାମରେ ପ୍ରଥମେ ୧୨ଟି ଦମକଳ ନିୟୋଜିତ ହୋଇଥିଲେ । ହେଲେ ନିଆଁର ପ୍ରକୋପ ଏତେ ଥିଲା ଯେ, ଏତିକି ଦମକଳ ଟିମ୍ ତାକୁ ଆୟତ୍ତ କରିବାରେ ଫେଲ୍ ମାରିଥିଲେ । ଏହାପରେ ଏଥିନିମନ୍ତେ ପ୍ରାୟ ୨୭ରୁ ୨୯ଟି ଦମକଳ ବାହିନୀ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଥିଲା ।
The post ରାଜଧାନୀରେ ପୁଣି ଲାଗିଲା ଭୟଙ୍କର ନିଆଁ, ଜଳିଗଲା ଚପଲ ଫ୍ୟାକ୍ଟ୍ରି appeared first on Odisha Reporter.
from Odisha Reporter https://ift.tt/YZgPmWd
No comments:
Post a Comment