‘ଏଣିକି ଟ୍ୱିଟର ବ୍ୟବହାର କଲେ ଗଣିବେ ଟଙ୍କା, ମିଳିବନି ମାଗଣା ସେବା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 3, 2022

‘ଏଣିକି ଟ୍ୱିଟର ବ୍ୟବହାର କଲେ ଗଣିବେ ଟଙ୍କା, ମିଳିବନି ମାଗଣା ସେବା’

ନ୍ୟୁୟର୍କ: ଆଗାମୀ ଦିନରେ ଟ୍ୱିଟର ବ୍ୟବହାର କରିବା ନିମନ୍ତେ ଗଣିବାକୁ ପଡ଼ିବ ଟଙ୍କା। ଆଉ ମାଗଣାରେ ମିଳିବନି ଏହି ସେବା । ତେବେ ଏହି ନିୟମ ସାଧାରଣ ୟୁଜର୍ସଙ୍କ ପାଇଁ ନୁହେଁ। ସରକାରୀ ସଂସ୍ଥା କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କ ପାଇଁ ଲାଗୁ ହେବ । ସାଧାରଣ ୟୁଜର୍ସଙ୍କ ପାଇଁ ଏହି ସେବା ମାଗଣାରେ ଉପଲବ୍ଧ ହେବ ବୋଲି ସ୍ପଷ୍ଟ କରିଛନ୍ତି ଖୋଦ ଟ୍ୱିଟର ମାଲିକ ଏଲନ ମସ୍କ ।

୪୪ ବିଲିୟନ ଡଲାର ବିନିମୟରେ ଦୁନିଆର ସବୁଠୁ ଧନୀ ଏଲନ ମସ୍କ ଟ୍ୱିଟର କିଣିବା ପରେ ଏଥିରେ ବହୁତ କିଛି ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଥିଲା। ଏହାକୁ ନେଇ ଖୋଦ ସଙ୍କେତ ଦେଇଛନ୍ତି ମସ୍କ  ।

ଏଲନ୍ ଟ୍ୱିଟ୍ କରି କହିଛନ୍ତି ଯେ, ସାଧାରଣ ୟୁଜରଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । କିନ୍ତୁ ସରକାରୀ କିମ୍ବା କୌଣସି ଅନୁଷ୍ଠାନର ୟୁଜର୍ସଙ୍କୁ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର ପାଇଁ କିଛି ଅର୍ଥ ଖର୍ଚ୍ଚ କରିବାକୁ ହେବ ।

ଏବେ ସବୁଠୁ ଲାଇମ୍‌ଲାଇଟରେ ରହୁଥିବା ମସ୍କ ଗତକାଲି ନ୍ୟୁୟର୍କରେ ହେଉଥିବା ଫ୍ୟାଶନ ମେଳା ମେଟ୍‌ ଗାଲାରେ ଯୋଗ ଦେଇଥିଲେ। ଏହି ସମୟରେ ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା। ମେଟ୍‌ ଗାଲାରେ ଯୋଗ ଦେଇ ମସ୍କ କହିଛନ୍ତି, ଟ୍ୱିଟର ନିଜ ୟୁଜର୍ସ ସଂଖ୍ୟା ବଢ଼ାଇବା ପାଇଁ ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବ । ଏହାହିଁ ତାକୁ ଆହୁରି ସଫଳ କରାଇବାରେ ସହାୟକ ହେବ ।

ଏଥିସହ ଆମେରିକା ଜନସଂଖ୍ୟାର ଏକ ବଡ଼ ଅଂଶ ଟ୍ୱିଟର ପ୍ଲାଟଫର୍ମକୁ ଆସନ୍ତୁ ବୋଲି ମସ୍କଙ୍କ ଇଚ୍ଛା। ଟ୍ୱିଟର ରିପୋର୍ଟ ଅନୁଯାୟୀ, ଆମେରିକାରେ କେବଳ ଟ୍ୱିଟରର ୪ କୋଟି ଡେଲି ୟୁଜର୍ସ ଅଛନ୍ତି। ଏହାବାଦ ଆମେରିକାର ଆହୁରି ୟୁଜର୍ସ ଟ୍ୱିଟର ବ୍ୟବହାର କରନ୍ତୁ ବୋଲି ନିଜ ଇଚ୍ଛା ପ୍ରକାଶ କରିଛନ୍ତି ମସ୍କ ।

ସୂଚନାଯୋଗ୍ୟ, ଏଲନ ମସ୍କ ଟ୍ୱିଟରକୁ  କିଣିବା ପରେ କମ୍ପାନୀରେ ବଡ ଧରଣର ପରିବର୍ତ୍ତନ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।  ଏପରିକି ଆଗାମୀ ଦିନରେ ଏହି ପ୍ରକ୍ରିୟା ଶେଷ ହେବା ପରେ ସେ କମ୍ପାନୀ ସିଇଓ ପରାଗ ଅଗ୍ରଓ୍ୱାଲ ଓ ପଲିସି ମୁଖ୍ୟ ବିଜୟା ଗାଡେଙ୍କୁ ବାହାର ରାସ୍ତା ଦେଖାଇ ପାରନ୍ତି ବୋଲି ଆକଳନ କରୁଛନ୍ତି ବିଶାରଦ ।

ଟ୍ୱିଟରକୁ କ୍ରୟ କରିବା ପରେ ମସ୍କ କହିଥିଲେ ଯେ, ବାକ୍ ସ୍ୱାଧିନତା ସମସ୍ତଙ୍କ ଅଧିକାର । ଏଠାରେ ମାନବୀୟ ଭବିଷ୍ୟତ ଉପରେ ଚର୍ଚ୍ଚା ହେବା ଉଚିତ । ଏହାସହ ଆଲଗୋରିଦିମକୁ ଓପନ ରଖିବା ପାଇଁ ସେ ଚାହୁଁଥିବା ପ୍ରକାଶ କରିଥିଲେ ।

The post ‘ଏଣିକି ଟ୍ୱିଟର ବ୍ୟବହାର କଲେ ଗଣିବେ ଟଙ୍କା, ମିଳିବନି ମାଗଣା ସେବା’ appeared first on Odisha Reporter.



from Odisha Reporter https://ift.tt/Dy6UK4E

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages