ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 20, 2022

ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଆରମ୍ଭ ହେବ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା।  ଦଶମ ଶ୍ରେଣୀ ସହିତ ଏସ୍ଓସ୍ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ କରାଯିବ। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖାହେବ। ଏଥିପାଇଁ ଗତାକଲି ସକାଳ ୧୦ଟା ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ଯୋଗ ଦେଇଛନ୍ତି ପରୀକ୍ଷକ। ୧୦ରୁ ୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ।

ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକଙ୍କ ସହ ୯୦୦ ଜଣ ଉପ ପରୀକ୍ଷକ, ୮୯୧୯ ଜଣ ସହକାରୀ ପରୀକ୍ଷକ ଓ ୯୩୦ ଜଣସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି। ଖାତା ଦେଖା ପରେ ମାର୍କ  ଅପଲୋଡ୍ କାର୍ଯ୍ୟ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ,  ଏପ୍ରିଲ ୨୯ ତାରିଖରେ ମାଟ୍ରିକ ପରୀକ୍ଷା  ଆରମ୍ଭ ହୋଇଥିଲା। ଦୁଇ ବର୍ଷ ପରେ ପୁଣି ଅଫଲାଇନ୍‌ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ  ।୩, ୨୦୩ ପରୀକ୍ଷା କେନ୍ଦ୍ରରେ ମୋଟ ୫ ଲକ୍ଷ ୭୧ ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

The post ଆଜିଠୁ ମାଟ୍ରିକ ଖାତାଦେଖା ଆରମ୍ଭ appeared first on Odisha Reporter.



from Odisha Reporter https://ift.tt/AhjJDS2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages