ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 14, 2022

ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଏସ୍‌ପି ଅଫିସ୍ ସମ୍ମୁଖରେ ଗତକାଲି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କର ମୃତ୍ୟୁ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି।

ମୃତ ଯୁବକଙ୍କ ନାଁ ବାଦଲ ସାହୁ। ତାଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ବୋରିଗାଁରେ। ତେବେ ସେ କାହିଁକି ଏମିତି ଚରମ ପଦକ୍ଷେପ ନେଲେ, ତାହା ଜଣାପଡ଼ି ନାହିଁ। ସେ ଏସ୍‌ପିଙ୍କୁ ଭେଟି ନଥିଲେ କି ତାଙ୍କ ସମସ୍ୟା ବିଷୟରେ କହି ନଥିଲେ। ସେ ଘରେ କାହାକୁ ନ କହି ବାଇକ୍‌ରେ ଛତ୍ରପୁର ଆସିଥିଲେ। ସେଠାରେ ଅପରାହ୍ଣରେ ଏସ୍‌ପି ଅଫିସ୍ ସମ୍ମୁଖରେ ମୁଖ୍ୟ ରାସ୍ତାରେ ହଠାତ୍ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏସ୍‌ପି ଅଫିସ୍‌ର କିଛି କର୍ମଚାରୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ତେବେ ସେତେବେଳକୁ ତାଙ୍କ ଶରୀରର ସବୁ ଅଂଶ ପୋଡ଼ି ସାରିଥିଲା। ତାଙ୍କୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମିଳିଥିବା ସୂଚନା ଅନୁଯାୟୀ, କିଛି ବର୍ଷ ଧରି ବାଦଲଙ୍କୁ ଗାଁ ଲୋକେ ବାସନ୍ଦ କରିଥିଲେ। ଗାଁର ଏକ ଭୋଜିରେ ବାଦଲ ତାଙ୍କ ପରିବାରର ସଂପତ୍ତି ଭାଗବଣ୍ଟାକୁ ନେଇ ପାଟିତୁଣ୍ଡ କରିଥିଲେ। ଏନେଇ ସେ ଗ୍ରାମବାସୀଙ୍କ କଥା ନଶୁଣିବାରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ସେହିଭଳି ରମ୍ଭା ଥାନାରେ ବାଦଲଙ୍କ ନାଁରେ ଏକ ମାମଲା ରହିଥିଲା। ସେ ଜଣେ ବ୍ୟକ୍ତିଙ୍କୁ ଗାଳିଗୁଲଜ କରିବା ନେଇ ଏହି ମାମଲା ରୁଜୁ ହୋଇଥିଲା। ଏହାର ତଦନ୍ତ ଜାରି ରହିଥିଲା। ତେବେ ତା’ ଭିତରେ ଏମିତି କ’ଣ ଘଟିଥିଲା ଯେ ବାଦଲ ଏମିତି ଏକ ପଦକ୍ଷେପ ନେଲେ, ତାହା ସ୍ପଷ୍ଟ ହୋଇପାରିନି। ତଦନ୍ତ ପରେ ଏହି ଘଟଣାର ସତ ସାମ୍ନାକୁ ଆସିବ ବୋଲି ଗଞ୍ଜାମ ଏସ୍‌ପି କହିଛନ୍ତି।

The post ଏସ୍‌ପି ଅଫିସ୍‌ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଯୁବକଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/Bqv4NQf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages