ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଜି ବି ଜାରି ରହିବ କାଳବୈଶାଖୀ ତାଣ୍ଡବ। ଆଜି ୨୨ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
କାଳବୈଶାଖୀ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ୬ଟି ଜିଲ୍ଲାରେ ବର୍ଷା, ପବନ ଓ ଘଡ଼ଘଡ଼ି ଲାଗି ରହିଛି। ସେହି ଜିଲ୍ଲା ଗୁଡ଼ିକ ହେଲା ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ପୁରୀ।
ଗତକାଲି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଘୂର୍ଣ୍ଣିଝଡ଼ ଓ ବର୍ଷା ସାଙ୍ଗକୁ କେଉଁଠି ଡଙ୍ଗା ବୁଡ଼ିଛି, ତ କେଉଁଠି ଟାଓ୍ୱାର ଭାଙ୍ଗିଛି, ପୁଣି କେଉଁଠି ବଜ୍ରପାତରେ ଜୀବନ ଯାଇଛି।
The post ଆଜି ୨୨ ଜିଲ୍ଲାରେ ତାଣ୍ଡବ ରଚିବ କାଳବୈଶାଖୀ appeared first on Odisha Reporter.
from Odisha Reporter https://ift.tt/n8bXyZH
No comments:
Post a Comment