ସାଙ୍ଗ ସହ ସ୍କୁଲ ଯାଉଥିଲା ନାବାଳକ, ପିଟିଦେଲା ଅଜଣା ଗାଡ଼ି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 17, 2022

ସାଙ୍ଗ ସହ ସ୍କୁଲ ଯାଉଥିଲା ନାବାଳକ, ପିଟିଦେଲା ଅଜଣା ଗାଡ଼ି

ନବରଙ୍ଗପୁର(ନବଘନ ବିଶୋୟୀ): ପୁଅ ସକାଳୁ ସକାଳୁ ଘରୁ ସ୍କୁଲ ବାହାରିଥିଲା।  ପାଠ ପଢ଼ି, ସାଙ୍ଗସାଥୀଙ୍କ ସହ ଖେଳି ପୁଣି ଘରକୁ ଫେରିଥାନ୍ତା। ହେଲେ ନିୟତିରେ କିଛି ଅଲଗା ଲେଖାଥିଲା। ସାଙ୍ଗ ସହ ହସଖୁସିରେ ସ୍କୁଲକୁ ଚାଲି ଚାଲି ଯାଉଥିବା ବେଳେ ପିଟି ଦେଲା ଅଜଣା ଗାଡ଼ି। ଫଳରେ ଅକାଳରେ ୯ ବର୍ଷର ନିଷ୍ପାପ ଶିଶୁଟି ଆଖି ବୁଜିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଛି ତା’ ସାଙ୍ଗ । ମୃତକ ହେଲେ ନନ୍ଦାହାଣ୍ଡି ବ୍ଲକ ସିନ୍ଧିଗୁଡା ଗାଁର ଯୁଧିଷ୍ଠିର ଭତରାଙ୍କ  ୯ ବର୍ଷର ପୁଅ ଭତରା ।  ଏହି ଦୁର୍ଘଟଣାରେ ତା’ ସାଙ୍ଗ ମହେଶ ଗୁରୁତର ହୋଇଛି। କ୍ଷତିପୂରଣ ଦାବିରେ ମୃତକଙ୍କ ପରିବାରବର୍ଗ ଗତକାଲି ସନ୍ଧ୍ୟା ସମୟରୁ  ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରୁ ନନ୍ଦାହାଣ୍ଡି ବ୍ଲକକୁ ଯୋଗାଯୋଗ କରୁଥିବା ମୁଖ୍ୟରାସ୍ତାକୁ ସିନ୍ଧିଗୁଡାଠାରେ ଅବରୋଧ କରିଛନ୍ତି l

ଭତରା ନିକଟସ୍ଥ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲା। ଗତକାଲି ସକାଳୁ ସ୍କୁଲ ଯିବାକୁ ନିଜ ସାଙ୍ଗ ସହ ଘରୁ ବାହାରି ଯାଇଥିବା ଭତରା। ଉଭୟ ରାସ୍ତାରେ ଚାଲି ଚାଲି କିଛି ବାଟ ଯିବା ପରେ ଏକ ଅଜଣା ଗାଡ଼ି ପଛରୁ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିବା ବେଳେ ଖବର ପାଇ ପରିବାର ଲୋକେ  ଯାଉଥିବା ବେଳେ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ l ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭତରାକୁ ତୁରନ୍ତ କୋରାପୁଟକୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ,  ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ ।

ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗାଁରେ ଭତରାର ଶବ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଫାଟି ପଡିଲା ଗାଁ l ପରିବାର ଲୋକେ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ମୃତଦେହ ରଖି ସିନ୍ଧିଗୁଡାଠାରେ ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି  ।  ଫଳରେ ରାସ୍ତାର ଦୁଇପାର୍ଶ୍ଵରେ ବହୁ ଗାଡି  ଅଟକି ରହିଛି l

ନବରଙ୍ଗପୁର ଟାଉନ ପୁଲିସ୍‌ ପହଂଚି ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଜାରି ରଖିଥିଲେ ହେଁ ଗ୍ରାମବାସୀ କିନ୍ତୁ ଜିଦରେ ଅଟଳ ଅଛନ୍ତି l ରାସ୍ତାରୋକ ଜାରିରହିଛି ଘଟଣାସ୍ଥଳରେ ବ୍ୟାପକ ପୁଲିସ୍‌  ମୁତୟନ କରାଯାଇଛି l

The post ସାଙ୍ଗ ସହ ସ୍କୁଲ ଯାଉଥିଲା ନାବାଳକ, ପିଟିଦେଲା ଅଜଣା ଗାଡ଼ି appeared first on Odisha Reporter.



from Odisha Reporter https://ift.tt/jBnxfPt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages