ପୂର୍ବତନ ସରପଞ୍ଚଙ୍କୁ ହାଣି ବନ୍ଧା ହେଲେ ସରପଞ୍ଚ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, June 8, 2022

ପୂର୍ବତନ ସରପଞ୍ଚଙ୍କୁ ହାଣି ବନ୍ଧା ହେଲେ ସରପଞ୍ଚ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଶୀତଳ ଷଷ୍ଠୀ ଯାତ୍ରା ଅବସରରେ ଆୟୋଜିତ ଅପେରାକୁ ନିମନ୍ତ୍ରଣ ନ କରିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ପୂର୍ବତନ ସରପଞ୍ଚ ଓ  ସରପଞ୍ଚ । ସରପଞ୍ଚ ଓ ତାଙ୍କର ୨୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ମିଳିତ ଆକ୍ରମଣରେ ଗୁରୁତର ହୋଇ ମରଣ ସହ ସଂଘର୍ଷ କରୁଛନ୍ତି ପୂର୍ବତନ ସରପଞ୍ଚ ଓ ତାଙ୍କର ୨ ସହଯୋଗୀ। ପୁଲିସ୍ ସରପଞ୍ଚ ଓ ତାଙ୍କର ୫ ସମର୍ଥକଙ୍କୁ ଗିରଫ କରିଛି। ଏହି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲିରେ।

୬ ତାରିଖରେ ମସିହାଖାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆୟୋଜିତ ହୋଇଥିବା ବେଳେ ଅପେରା ପଡ଼ିଥିଲା। । ମାତ୍ର ଅପେରାକୁ ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କୁ ନିମନ୍ତ୍ରଣ ହୋଇ ନ ଥିଲା। ଏହାକୁ ନେଇ ସେ ଓ ସରପଞ୍ଚ କାପୁଲା ବୁଲୁ ମୁହାଁମୁହିଁ ହୋଇଥିଲେ। ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ମନୋଜ ନିଜ ୨ ସହଯୋଗୀ ଶଙ୍କର ଜେନା ଓ ଦୁର୍ଗା ପ୍ରସାଦ ପ୍ରଧାନଙ୍କ ସହ ରାତି ଅଧରେ ଶୌଚ ପାଇଁ ଗାଁ ପୋଖରୀକୁ ଯାଇ ଫେରୁଥିଲେ। ସେହି ସମୟରେ ୨୦ରୁ ୨୨ଜଣ ଯୁବକ ଏକତ୍ରିତ ହୋଇ ସେମାନଙ୍କୁ ଆକ୍ରମଣ କରିଥିଲେ। ମନୋଜ ଓ ତାଙ୍କ ସହଯୋଗୀଙ୍କ ଚିତ୍କାର ଶୁଣି ଗାଁ ଲୋକେ ଦୌଡ଼ି ଆସିବାରୁ ସେମାନେ ଛତ୍ରଭଙ୍ଗ ଦେଇଥିଲେ।

ଗତ ପଞ୍ଚାୟତ ନିର୍ବାଚନରେ ପୂର୍ବତନ ସରପଞ୍ଚ ମନୋଜ କୁମାର ସେଠୀଙ୍କ ଗୋଷ୍ଠୀ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲା। ସେଥିପାଇଁ ସେହିଦିନ ଠାରୁ ସରପଞ୍ଚ କାପୁଲା ବୁଲୁଙ୍କ ଗୋଷ୍ଠୀ ତାଙ୍କ ଉପରେ ରାଗ ରଖିଥିଲା।  ଏଥିସହ ଅପେରା କଥାରେ ବଚସା ହେବା ପରେ ସେମାନଙ୍କୁ ଆକ୍ରମଣ କରାଯାଇଥିବା ଆହତମାନେ ପୁଲିସ୍‌କୁ କହିଥିବା ଜଣାପଡ଼ିଛି। ମନୋଜଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ତାଙ୍କର ଗୋଟିଏ ଆଙ୍ଗୁଠି ଛିଣ୍ଡି ଯାଇଛି। ତେଣୁ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଅନ୍ୟ ଦୁଇଜଣ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାରେ ସଦର ଥାନା ପୁଲିସ୍‌ ପ୍ରଥମେ ସରପଞ୍ଚ କାପୁଲା ବୁଲୁଙ୍କ ୫ ସହଯୋଗୀଙ୍କୁ ଗିରଫ କରିଥିଲା। ତା’ପରେ ପୁଲିସ୍ ସରପଞ୍ଚଙ୍କୁ ବାନ୍ଧିଛି।

The post ପୂର୍ବତନ ସରପଞ୍ଚଙ୍କୁ ହାଣି ବନ୍ଧା ହେଲେ ସରପଞ୍ଚ appeared first on Odisha Reporter.



from Odisha Reporter https://ift.tt/cVswdhJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages